ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ଖୋର୍ଦ୍ଧାରେ ସମସ୍ତେ ଟିକା ନେଲେ, ତଥାପି ସଂକ୍ରମଣ କମୁନି କାହିଁକି?

0

ଭୁବନେଶ୍ବର: ସ୍ୱାସ୍ଥ୍ୟବିଭାଗ ବ୍ୟାପକ ପଦକ୍ଷେପ ପରେ ବି କରୋନା ସଂକ୍ରମଣ ଓ ମୃତ୍ୟୁରେ ଅଙ୍କୁଶ ଲାଗିପାରୁନି । କଟକଣା ପରେ ବି ସଂକ୍ରମିତଙ୍କ ସଂଖ୍ୟା ସେପରି ଆଖଦୃଶିଆ ଭାବେ କମୁନଥିବା ବେଳେ ମୃତ୍ୟୁହାର ବି ଉଦବେଗଜନକ ରହିଛି। ଏହାଛଡା ଖୋର୍ଦ୍ଧାରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ୫୦୦ ପାଖାପାଖି ରହୁଛି ତ କେଉଁଦିନ ୩୦୦ରୁ ୪୦୦ ଭିତରେ । ଟିକାକରଣ ବ୍ୟାପକ ଥିବା ବେଳେ ଖୋର୍ଦ୍ଧାରୁ ସଂକ୍ରମଣ ନ କମିବାର ଚିନ୍ତାର କାରଣ ପାଲଟିଛି । ରାଜଧାନୀ ଭୁବନେଶ୍ୱରରୁ ନିଦ୍ଦିଷ୍ଟ କେତେକ ଅଂଚଳରୁ ଏକାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ବଜାର ଘାଟରେ ଅସମ୍ଭାଳ ଭିଡ, କରୋନା କଟକଣାର ଅନୁପାଳନ ସଠିକ ଭାବେ ହେଉନଥିବାରୁ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ଆଶଙ୍କା କରାଯାଉଛି ।

କରୋନାର ଦ୍ୱିତୀୟ ଲହରର ସଂକ୍ରମଣ କେବେ କମିବ ଏବେ ସମସ୍ତଙ୍କୁ ମନରେ ସେହି ଚିନ୍ତା । କାରଣ ସଂକ୍ରମଣ ହାର କେଉଁଦିନ ସାମାନ୍ୟ କମୁଛି ତ କେଉଁଦିନ ପୁଣି ବଢିଯାଉଛି । ଗତ ୨୪ ଘଂଟାରେ ୬୨ ହଜାର ୬୮୬ ନମୁନା ପରୀକ୍ଷା ହୋଇଥିବା ବେଳେ ପଜିଟିଭ ହାର ରହିଛି ୨.୫୯% । ୧୬ ଶହ ୨୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ୫୩୨ ଚିହ୍ନଟ ହୋଇଛନ୍ତି । ତେବେ କଟକରେ ବହୁ ଦିନ ପରେ ୨ ଶହ ତଳକୁ ସଂକ୍ରମିତଙ୍କ ସଂଖ୍ୟା କମିଛି । ଗତ ୨୪ ଘଂଟାରେ କଟକରୁ ୧୬୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୪୪, ବାଲେଶ୍ୱରରୁ ୯୩,ଭଦ୍ରକରୁ ୭୬,ଜଗତସିଂହପୁରରୁ ୬୭,ଯାଜପୁରରୁ ୮୪, ମୟୂରଭଞ୍ଜରୁ ୫୩, ପୁରୀରୁ ୩୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେବଳ ଖୋର୍ଦ୍ଧା,କଟକୁ ଛାଡିଦେଲେ ଅନ୍ୟ ସବୁ ଜିଲ୍ଲାରେ ସଂଖ୍ୟା ଶହେ ତଳେ ରହିଛି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୦ ହଜାର ୮୧୪ରେ ପହଞ୍ଚିଛି।

ସେହିପରି ୬୦ ମୃତ୍ୟୁର ତାଲିକା ଦିଆଯାଇଥିବା ବେଳେ ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସୁନ୍ଦରଗଡରୁ ୧୪ ଜଣ କରୋନାରେ ଆଖି ବୁଜିଛନ୍ତି । ସେହିପରି ଖୋର୍ଦ୍ଧାରୁ ୮ ଜଣ, ଅନୁଗୁଳ, କଟକରୁ ୬ ଜଣ ଲେଖାଁଏ , ପୁରୀ, କେନ୍ଦୁଝରରୁ ୫ ଜଣ ଲେଖାଁଏ ବ୍ୟକ୍ତିଙ୍କର କରୋନାରେ ମୃତ୍ୟୁ ହୋଇଥିବା ଜଣାପଡିଛି।

Leave A Reply

Your email address will not be published.