ଓଡ଼ିଶାରେ କେନ୍ଦ୍ର-ରାଜ୍ୟ ଉଚ୍ଚସ୍ତରୀୟ ବୈଠକ
ସେପଟେ ହାଇକୋର୍ଟରେ ପ୍ରତ୍ନତତ୍ତ୍ୱ ବିଭାଗକୁ ଝଟ୍କା
ଫାଙ୍କୁଥିଲେ, ରାଜ୍ୟ ଚାପରେ ତଦନ୍ତ ପାଇ ରାଜି ହେଲେ
ଭୁବନେଶ୍ୱର: ବିଶ୍ୱପ୍ରସିଦ୍ଧ କୋଣାର୍କ କୀର୍ତିରାଜି ସୁରକ୍ଷା ପ୍ରସଙ୍ଗରେ ଆଜି କେନ୍ଦ୍ର ସରକାର ଶେଷରେ ମୁଣ୍ଡ ନୁଆଁଇଛନ୍ତି । ଏଏସ୍ଆଇ ଚାପରେ ଯଦିଓ କୋଣାର୍କ ସୁରକ୍ଷା ଅଛି ବୋଲି ଯୁକ୍ତି ରଖିଥିଲେ, ରାଜ୍ୟ ସରକାରଙ୍କ ଅଟଳ ଯୁକ୍ତିକୁ ପ୍ରତିହତ କରିନପାରି ଶେଷରେ ଅନ୍ତର୍ଜାତୀୟ ବିଶେଷଜ୍ଞ କମିଟି ଦ୍ୱାରା କୋଣାର୍କ ସ୍ଥିତିର ସାନି ଅନୁଧ୍ୟାନ କରିବା ଲାଗି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା ସମ୍ମତି ଜଣାଇଛନ୍ତି । ଆଜି ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଗଣମାଧ୍ୟମକୁ ଏହି ସୂଚନା ଦେଇଥିଲେ ।
ଅନ୍ୟପକ୍ଷରେ କୋଣାର୍କ ସୁରକ୍ଷା ନେଇ ହାଇକୋର୍ଟରେ ରୁଜୁ ହୋଇଥିବା ମାମଲା ନାଟକୀୟ ମୋଡ ନେଇଛି । ଏଏସ୍ଆଇ ସତ୍ୟପାଠକୁ ହାଇକୋର୍ଟ ନାପସନ୍ଦ କରିବା ସହିତ ତୁରନ୍ତ ଏଏସ୍ଆଇ ଡିଜି ସାନି ସତ୍ୟପାଠ ଦାଖଲ କରିବାକୁ କହିଛନ୍ତି । ଏଥିରେ ଏଏସଆଇକୁ ଝଟକା ଲାଗିଛି । ୧୮ ତାରିଖ ସୁଦ୍ଧା ଏହି ସତ୍ୟପାଠ ଦାଖଲ ପାଇଁ କୁହାଯାଇଛି । ସେହି ଦିନ ମାମଲାର ପରବର୍ତିୀ ଶୁଣାଣି ହେବ ।
ଗତ ୩୦ ତାରିଖରେ ନୂଆଦିଲ୍ଲୀରେ ହୋଇଥିବା ବୈଠକ ଆଧାରରେ ଆଜି ଭୁବନେଶ୍ୱର ରାଜ୍ୟ ଅତିଥି ଭବନରେ କୋଣାର୍କ ସୁରକ୍ଷା ସଂକ୍ରାନ୍ତରେ ବୈଠକ ହୋଇଥିଲା । ଏଥିରେ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ, ରାଜ୍ୟ ସରକାର, ଏଏସ୍ଆଇ କର୍ତୃପକ୍ଷ ପ୍ରମୁଖ ଯୋଗଦେଇଥିଲେ । ହେଲେ ଏଏସଆଇ କର୍ତୃପକ୍ଷ ମନ୍ଦିର ସୁରକ୍ଷା ପ୍ରସଙ୍ଗକୁ ଟାଳି ଦେଇଥିଲେ । ଏଏସ୍ଆଇର ସୂଚନା ଅାଧାରରେ ମନ୍ତ୍ରୀ କହିଥିଲେ, ୧୯୯୭ ମସିହା ପରଠାରୁ କୋଣାର୍କରେ ପଥର ଲଗାଯାଇନାହିଁ । ମନ୍ଦିର ୫ଗୁଣା ସୁରକ୍ଷିତ ରହିଛି । ମାନଦଣ୍ଡ ଅନୁସାରେ ଏଏସ୍ଆଇର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ତେବେ ରାଜ୍ୟ ସରକାର ଏଥିରେ ସମ୍ମତ ହୋଇନଥିଲେ ଓ ଅନ୍ତର୍ଜାତୀୟ ସଂସ୍ଥା ଦ୍ୱାରା ଅନୁଧ୍ୟାନ ଲାଗି ଦାବି କରିଥିଲେ । ଏହାକୁ ଗ୍ରହଣ କରିବାକୁ କେନ୍ଦ୍ରମନ୍ତ୍ରୀ ବାଧ୍ୟ ହୋଇଥିଲେ । ରାଜ୍ୟ ସରକାରଙ୍କ ସହିତ ପରାମର୍ଶ କରି ୩୦ ଦିନ ମଧ୍ୟରେ କମିଟି ଗଠନ ହେବ ବୋଲି ସ୍ଥିର ହୋଇଛି ।
ପ୍ରମୁଖ ଖବର
ଓଡ଼ିଶାରେ ମତଦାତା ଯାଞ୍ଚ ଅଭିଯାନ ଶେଷ ପର୍ଯ୍ୟାୟରେ
ଫ୍ରାନ୍ସରେ ‘ଭାରତ ଇନୋଭେଟ୍ସ ୨୦୨୬’, ବିଶ୍ୱ ମଞ୍ଚରେ ଭାରତୀୟ ଷ୍ଟାର୍ଟଅପ୍
ଡ୍ରୋନ୍ରେ ଚିଠି ଓ ପାର୍ସଲ୍ ପରିବହନ: ୨ ଘଣ୍ଟାର କାମ ୭ ମିନିଟ୍ରେ
ଝାଡ଼ଖଣ୍ଡର ବନ୍ଦ କୋଇଲା ଖଣିରେ ବିଷାକ୍ତ ଗ୍ୟାସ ଲିକ୍; ୪ ଜଣଙ୍କ ମୃତ୍ୟୁ
ବୁର୍ଲାରେ ଏମସିଏଲ୍ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
୨୦ରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଧୀରଜ ସେଠ୍ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ
ଆସାମର ଜୋରହାଟରେ IAF AN-32 ବିମାନ ଦୁର୍ଘଟଣା; ୫ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ
ଜାମିନ୍ ଖାରଜ ପରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ୬୪ ସ୍ଥାନର ଇଂରାଜୀ ନାମ; ରାଜ୍ୟ କ୍ୟାବିନେଟ୍ର ମଞ୍ଜୁରି