ନୂଆଦିଲ୍ଲୀ: ଭିଡିଓକନ୍ ଋଣ ପ୍ରଦାନ ଘଟଣାରେ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ପରିଚାଳନା ନିର୍ଦେଶିକା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଚନ୍ଦା କୋଚର ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସୁପ୍ରିମକୋର୍ଟ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବି ଏନ୍ ଶ୍ରୀକୃଷ୍ଣଙ୍କ ରିପୋର୍ଟକୁ ଭିତ୍ତିକରିି ବ୍ୟାଙ୍କ କର୍ତୃପକ୍ଷ ତାଙ୍କୁ ବରଖାସ୍ତ କରିଛନ୍ତି । କେବଳ ସେତିକି ନୁହେଁ, ବ୍ୟାଙ୍କରୁ ସେ ପାଇବାକୁ ଥିବା ସମସ୍ତ ଅର୍ଥରାଶି ଅର୍ଥାତ ବୋନସ ଆଦି ମଧ୍ୟ ତାଙ୍କୁ ମିଳିବ ନାହିଁ । ସେ ସର୍ବନିମ୍ନ ଆଚରଣ ବିଧି ପାଳନ କରିନାହାନ୍ତି ବୋଲି ରିପୋର୍ଟରେ କୁହାଯାଇଛି । ପୂର୍ବରୁ ଚନ୍ଦା ତାଙ୍କ ପଦରୁ ଇସ୍ତଫା ଦେଇଥିଲେ ।
୨୦୧୨ରେ ଆଇସିଆଇସିଆଇ ବ୍ୟାଙ୍କ ଭିଡିଓକନ୍ ଗ୍ରୁପ୍କୁ ୩୨୫୦ କୋଟିର ଋଣ ଦେଇଥିଲା । ନିଜ ସ୍ୱାମୀଙ୍କୁ ଲାଭ ଦେବାକୁ ଯାଇ ଏଭଳି ଋଣ ଚନ୍ଦା ମଞ୍ଜୁର କରିଥିବା ଅଭିଯୋଗ ଉଠିଥିଲା । ୨୦୧୮ ଜୁନ ୬ରେ ବ୍ୟାଙ୍କ ନିର୍ଦେଶକମଣ୍ଡଳୀ ଜଷ୍ଟିସ ଶ୍ରୀକୃଷ୍ଣଙ୍କୁ ଏହି ଘଟଣାର ତଦନ୍ତ କରିବାକୁ କହିଥିଲା । ସିବିଆଇ ମଧ୍ୟ ଚନ୍ଦା, ତାଙ୍କ ସ୍ୱାମୀଙ୍କ ସମେତ ଭିଡିଓକନ୍ର କିଛି ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ।
ପ୍ରମୁଖ ଖବର
ରାଲି ଯୋଗୁଁ ଟ୍ରାଫିକ୍ ଜାମ ଦେଖି ମନ୍ତ୍ରୀଙ୍କ ଉପରେ ଗର୍ଜିଲେ ମହିଳା
ରାସନ ଦୁର୍ନୀତି ମାମଲା: ଇଡି କାର୍ଯ୍ୟାଳୟରେ ହାଜର ହେଲେ ନୁସରତ ଜାହାନ
ଭୁବନେଶ୍ୱରରୁ ତିରୁପତି-ଶିରିଡ଼ି ସହ ୧୦ ରୁଟ୍ରେ ଉଡ଼ିବ ବିମାନ
ପଶ୍ଚିମବଙ୍ଗରେ ଖାତା ଖୋଲିପାରିବନି କଂଗ୍ରେସ : ଅମିତ ଶାହ
ଭାରତ ଆସୁଥିବା ଜାହାଜକୁ ଟାର୍ଗେଟ: ହର୍ମୁଜ ପ୍ରଣାଳୀରେ ଦୁଇ ଜାହାଜ ଗୁଳିମାଡ଼
ଜନଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ ଆସିବ ଏସ୍ଓପି :ରାଜସ୍ୱ ମନ୍ତ୍ରୀ
ଖଡଗେଙ୍କ ବିବାଦୀୟ ଟିପ୍ପଣୀ ପରେ ନିର୍ବାଚନ ଆୟୋଗର ନୋଟିସ୍
ମତଦାନ ପୂର୍ବରୁ ପଶ୍ଚିମବଙ୍ଗରେ କଡା କଟକଣା, ବାଇକ୍ ଚଳାଚଳରେ ନିଷେଧ
ହର୍ମୁଜ୍ ଉତ୍ତେଜନା ମଧ୍ୟରେ ସୁରକ୍ଷିତ ଭାବେ ଭାରତ ପହଞ୍ଚିଲା “ଦେଶ ଗାରିମା” ତୈଳ ଟ୍ୟାଙ୍କର୍