ନୂଆଦିଲ୍ଲୀ: ଭିଡିଓକନ୍ ଋଣ ପ୍ରଦାନ ଘଟଣାରେ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ପରିଚାଳନା ନିର୍ଦେଶିକା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଚନ୍ଦା କୋଚର ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସୁପ୍ରିମକୋର୍ଟ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବି ଏନ୍ ଶ୍ରୀକୃଷ୍ଣଙ୍କ ରିପୋର୍ଟକୁ ଭିତ୍ତିକରିି ବ୍ୟାଙ୍କ କର୍ତୃପକ୍ଷ ତାଙ୍କୁ ବରଖାସ୍ତ କରିଛନ୍ତି । କେବଳ ସେତିକି ନୁହେଁ, ବ୍ୟାଙ୍କରୁ ସେ ପାଇବାକୁ ଥିବା ସମସ୍ତ ଅର୍ଥରାଶି ଅର୍ଥାତ ବୋନସ ଆଦି ମଧ୍ୟ ତାଙ୍କୁ ମିଳିବ ନାହିଁ । ସେ ସର୍ବନିମ୍ନ ଆଚରଣ ବିଧି ପାଳନ କରିନାହାନ୍ତି ବୋଲି ରିପୋର୍ଟରେ କୁହାଯାଇଛି । ପୂର୍ବରୁ ଚନ୍ଦା ତାଙ୍କ ପଦରୁ ଇସ୍ତଫା ଦେଇଥିଲେ ।
୨୦୧୨ରେ ଆଇସିଆଇସିଆଇ ବ୍ୟାଙ୍କ ଭିଡିଓକନ୍ ଗ୍ରୁପ୍କୁ ୩୨୫୦ କୋଟିର ଋଣ ଦେଇଥିଲା । ନିଜ ସ୍ୱାମୀଙ୍କୁ ଲାଭ ଦେବାକୁ ଯାଇ ଏଭଳି ଋଣ ଚନ୍ଦା ମଞ୍ଜୁର କରିଥିବା ଅଭିଯୋଗ ଉଠିଥିଲା । ୨୦୧୮ ଜୁନ ୬ରେ ବ୍ୟାଙ୍କ ନିର୍ଦେଶକମଣ୍ଡଳୀ ଜଷ୍ଟିସ ଶ୍ରୀକୃଷ୍ଣଙ୍କୁ ଏହି ଘଟଣାର ତଦନ୍ତ କରିବାକୁ କହିଥିଲା । ସିବିଆଇ ମଧ୍ୟ ଚନ୍ଦା, ତାଙ୍କ ସ୍ୱାମୀଙ୍କ ସମେତ ଭିଡିଓକନ୍ର କିଛି ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ।
ପ୍ରମୁଖ ଖବର
ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ