କଂଗ୍ରେସ ମହିଳା ଶାଖା ମୁଖ୍ୟଙ୍କ ପ୍ରତିଶ୍ରୁତି
ସଂଖ୍ୟାଲଘୁଙ୍କୁ ତୁଷ୍ଟୀକରଣ ଉଦ୍ୟମ
ନୂ୍ଆଦିଲ୍ଲୀ : କଂଗ୍ରେସ ଯଦି ୨୦୧୯ରେ କ୍ଷମତାକୁ ଆସିବ ତେବେ ଏହା ବିବାଦୀୟ ‘ତିନି ତଲାକ୍’ ଆଇନକୁ ରଦ୍ଦ କରିଦେବ। ଆଜି ଏଭଳି ପ୍ରତିଶ୍ରୁତି ଦେଇଛନ୍ତି କଂଗ୍ରେସ ମହିଳା ଶାଖା ମୁଖ୍ୟ ସୁଶ୍ମିତା ଦେବ୍। ଗୁରୁବାର ଦିଲ୍ଲୀରେ ଆୟୋଜିତ ଏଆଇସିସି ସଂଖ୍ୟାଲଘୁ ବିଭାଗର ଜାତୀୟ ସମ୍ମିଳନୀରେ େସ ଏପରି କାର୍ଡ େଖଳିଛନ୍ତି। ଏହି ସମ୍ମିଳନୀରେ ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ।
ସୁଶ୍ମିତା କହିଛନ୍ତି, ମୁସଲିମ୍ ପୁରୁଷଙ୍କୁ ଜେଲ୍ରେ ଭର୍ତ୍ତି କରିବାପାଇଁ ଏବଂ ସେମାନଙ୍କୁ ଥାନାରେ ପୂରାଇବାପାଇଁ ମୋଦୀ ସରକାର ଏହି ଆଇନକୁ ଅସ୍ତ୍ର କରିବେ। କଂଗ୍ରେସ ଏହି ବିଲ୍କୁ ରାଜ୍ୟସଭାରେ ଗୃହିତ କରାଇ ଦେବନି। ବିଜେପି ଆଜି କଂଗ୍ରେସକୁ କଡ଼ା ସମାଲୋଚନା କରିଛି। ସଂଖ୍ୟାଲଘୁଙ୍କୁ ସନ୍ତୁଷ୍ଟ ପାଇଁ କଂଗ୍ରେସ ଏଭଳି ପ୍ରତିଶ୍ରୁତି ଦେଉଛି ବୋଲି ବିଜେପି ନେତା ସମ୍ବିତ ପାତ୍ର କହିଛନ୍ତି। ଉଲ୍ଲେଖଯୋଗ୍ୟ ‘ତିନି ତଲାକ୍’ ବିଲ୍ ଲୋକସଭାରେ ଗୃହୀତ ହୋଇସାରିଥିବାବେଳେ ରାଜ୍ୟସଭାରେ ଏହା ଅଟକି ରହିଛି।
ପ୍ରମୁଖ ଖବର
ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ