ପାଟକୁରା ରାଜନୀତିରେ ନିଆଁ ଲାଗିଲା
ବିଜେପି ମନ୍ତବ୍ୟ ପରେ ବିଜେଡିରେ କମ୍ପନ
ଭୁବନେଶ୍ୱର: ପାଟକୁରା ନିର୍ବାଚନ ନେଇ ବିଜେଡି-ବିଜେପି ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଯାଇଛି । ଗୋଟିଏ ପଟେ ବିଜେଡିର ୩୦ରୁ ଅଧିକ ନେତା ସେଠାରେ ଡେରା ପକାଇ ପ୍ରଚାର ଚଳାଇଥିବା ବେଳେ ଅନ୍ୟପଟେ ବିଜେପି କିନ୍ତୁ ଭିନ୍ନ ଶୈଳୀରେ ପ୍ରତି ଆକ୍ରମଣ ଆରମ୍ଭ କରିଛି । ସୋମବାର ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର କହିଥିଲେ ଯେ ପ୍ରଚାର କରିବାକୁ ଆସିଥିବା ନେତାଙ୍କ ମଧ୍ୟରୁ ୯୦ ପ୍ରତିଶତ ଅସନ୍ତୁଷ୍ଟ ଅଛନ୍ତି । ସେମାନେ ଚାହୁଁଛନ୍ତି ବିଜୟ ଜିତନ୍ତୁ । ଆଜି ପାଟକୁରାରେ ନିର୍ବାଚନ ଗଡ ସମ୍ଭାଳିଥିବା ବିଜେପି ନେତା ଭ୍ରୁଗୁ ବµିପାତ୍ର ପୁଣି ଥରେ ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ବµିପାତ୍ର କହିଛନ୍ତି, ଏହି ନିର୍ବାଚନ ହେଉଛି ବିଜୟଙ୍କ ଶେଷ ନିର୍ବାଚନ । ପାଟକୁରାବାସୀ ଉପରେ ବିଶ୍ୱାସ ଓ ଆସ୍ଥା ରହିଛି । ସେମାନେ କାହା କଥାରେ ଭଳି ଯିିବେନି । ବିଜେଡିର ନିର୍ଦିଷ୍ଟ କିଛି ରଣକୌଶଳ ନାହିଁ । ଯେଉଁମାନେ ବିଜେଡି ପାଇଁ କାମ କରୁଛନ୍ତି, ସେମାନେ ଚାହୁଁଛନ୍ତି ବିଜୟ ଜିତନ୍ତୁ । କେବଳ ନିଜ ବସଙ୍କୁ ଖୁସି କରିବା ଲାଗି ସେମାନେ ଏଠାରେ ବୁଲୁଛନ୍ତି ।
ବିଜେପିର ଏଭଳି ମନ୍ତବ୍ୟ ବିଜେଡି ଶୀର୍ଷ ମହଲକୁ ଦ୍ୱନ୍ଦ୍ୱରେ ପକାଇଲାଣି । ବାସ୍ତବରେ ଦଳର କେଉଁ କେଉଁ ନେତା ବିଜୟଙ୍କ ସହିତ ଯୋଗାଯୋଗରେ ଅଛନ୍ତି, ସେମାନଙ୍କ ସଂପର୍କରେ ତଥ୍ୟ ସଂଗ୍ରହ ପାଇଁ ରଣନୀତି ପ୍ରସ୍ତୁତି ଚାଲଥିବା ସୂଚନା ମିଳିଛି ।
ବିଜେଡି ନେତା ତଥା ମନ୍ତ୍ରୀ ଅରୁଣ ସାହୁ କିନ୍ତୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଆମେ ଆମ କଥା କହି ପ୍ରଚାର କରୁୁଛୁ । ଯଦି ଆଉ କିଏ ଆମ କଥା କହୁଛି, ତେବେ ବୁଝିବାକୁ ହେବ ଯେ ସେମାନେ ଆମ ପଛରେ ଅଛନ୍ତି ।
ପ୍ରମୁଖ ଖବର
୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ