ପାଟକୁରା ରାଜନୀତିରେ ନିଆଁ ଲାଗିଲା
ବିଜେପି ମନ୍ତବ୍ୟ ପରେ ବିଜେଡିରେ କମ୍ପନ
ଭୁବନେଶ୍ୱର: ପାଟକୁରା ନିର୍ବାଚନ ନେଇ ବିଜେଡି-ବିଜେପି ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଯାଇଛି । ଗୋଟିଏ ପଟେ ବିଜେଡିର ୩୦ରୁ ଅଧିକ ନେତା ସେଠାରେ ଡେରା ପକାଇ ପ୍ରଚାର ଚଳାଇଥିବା ବେଳେ ଅନ୍ୟପଟେ ବିଜେପି କିନ୍ତୁ ଭିନ୍ନ ଶୈଳୀରେ ପ୍ରତି ଆକ୍ରମଣ ଆରମ୍ଭ କରିଛି । ସୋମବାର ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର କହିଥିଲେ ଯେ ପ୍ରଚାର କରିବାକୁ ଆସିଥିବା ନେତାଙ୍କ ମଧ୍ୟରୁ ୯୦ ପ୍ରତିଶତ ଅସନ୍ତୁଷ୍ଟ ଅଛନ୍ତି । ସେମାନେ ଚାହୁଁଛନ୍ତି ବିଜୟ ଜିତନ୍ତୁ । ଆଜି ପାଟକୁରାରେ ନିର୍ବାଚନ ଗଡ ସମ୍ଭାଳିଥିବା ବିଜେପି ନେତା ଭ୍ରୁଗୁ ବµିପାତ୍ର ପୁଣି ଥରେ ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ବµିପାତ୍ର କହିଛନ୍ତି, ଏହି ନିର୍ବାଚନ ହେଉଛି ବିଜୟଙ୍କ ଶେଷ ନିର୍ବାଚନ । ପାଟକୁରାବାସୀ ଉପରେ ବିଶ୍ୱାସ ଓ ଆସ୍ଥା ରହିଛି । ସେମାନେ କାହା କଥାରେ ଭଳି ଯିିବେନି । ବିଜେଡିର ନିର୍ଦିଷ୍ଟ କିଛି ରଣକୌଶଳ ନାହିଁ । ଯେଉଁମାନେ ବିଜେଡି ପାଇଁ କାମ କରୁଛନ୍ତି, ସେମାନେ ଚାହୁଁଛନ୍ତି ବିଜୟ ଜିତନ୍ତୁ । କେବଳ ନିଜ ବସଙ୍କୁ ଖୁସି କରିବା ଲାଗି ସେମାନେ ଏଠାରେ ବୁଲୁଛନ୍ତି ।
ବିଜେପିର ଏଭଳି ମନ୍ତବ୍ୟ ବିଜେଡି ଶୀର୍ଷ ମହଲକୁ ଦ୍ୱନ୍ଦ୍ୱରେ ପକାଇଲାଣି । ବାସ୍ତବରେ ଦଳର କେଉଁ କେଉଁ ନେତା ବିଜୟଙ୍କ ସହିତ ଯୋଗାଯୋଗରେ ଅଛନ୍ତି, ସେମାନଙ୍କ ସଂପର୍କରେ ତଥ୍ୟ ସଂଗ୍ରହ ପାଇଁ ରଣନୀତି ପ୍ରସ୍ତୁତି ଚାଲଥିବା ସୂଚନା ମିଳିଛି ।
ବିଜେଡି ନେତା ତଥା ମନ୍ତ୍ରୀ ଅରୁଣ ସାହୁ କିନ୍ତୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଆମେ ଆମ କଥା କହି ପ୍ରଚାର କରୁୁଛୁ । ଯଦି ଆଉ କିଏ ଆମ କଥା କହୁଛି, ତେବେ ବୁଝିବାକୁ ହେବ ଯେ ସେମାନେ ଆମ ପଛରେ ଅଛନ୍ତି ।
ପ୍ରମୁଖ ଖବର
ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ଅଭିମୁଖେ ତିନି ରଥ, କାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା
ୱାଙ୍ଗଚୁକଙ୍କ ଅନଶନକୁ ନେଇ ହାଇକୋର୍ଟରେ ପିଆଇଏଲ୍, ଜରୁରୀ ଚିକିତ୍ସା ସେବା ଦାବି
ନୋଏଡାରେ ଇ-ସ୍କୁଟରରେ ନିଆଁ, ଅଗ୍ନିକାଣ୍ଡରେ ୨ ମୃତ; ୧୦୦ରୁ ଅଧିକ ଲୋକ ଉଦ୍ଧାର
ଓଡ଼ିଶାକୁ ରେଳର ଡବଲ୍ ଉପହାର, ଦୁଇ ପ୍ରମୁଖ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ
ସରକାରୀ ଡାକ୍ତରଙ୍କ ପାଇଁ କଡ଼ା ନିର୍ଦ୍ଦେଶ, ପ୍ରଥମେ ଜେନେରିକ୍ ଔଷଧ ଲେଖିବାକୁ ତାଗିଦ
ବର୍ଷା ଭିତରେ ରଥଯାତ୍ରା ପ୍ରସ୍ତୁତି: ସମୁଦ୍ର ଅଶାନ୍ତ, ପୁରୀରେ ସତର୍କତା
ଶୁଦ୍ଧ ପେଟ୍ରୋଲ ଚାହୁଁଥିଲେ ଅଧିକ ଦାମ ଦିଅନ୍ତୁ: ଗଡ଼କରୀ
ଶ୍ରୀମନ୍ଦିରରେ ଡିଜିଟାଲ ହୁଣ୍ଡି ‘ସମର୍ପଣ’ ଲୋକାର୍ପିତ, ଘରେ ବସି ଦାନ କରିପାରିବେ ଭକ୍ତ