ପ୍ରମୁଖ ଖବର

ମହାକୁମ୍ଭ ବୁଲାଇବାକୁ ନେଇ ପତ୍ନୀଙ୍କୁ ହତ୍ୟା କଲେ ସ୍ୱାମୀ
ପଙ୍କଜ ଲୋଚନ ମହାନ୍ତି ହେଲେ ଓସିଏ ସଭାପତି
ମହାକୁମ୍ଭରେ ବୁଡ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଗୁଣାବତ୍ତା ପରୀକ୍ଷାରେ ଫେଲ୍ ମାରିଲା ୮୪ଟି ମେଡିସିନ୍
ନବରଙ୍ଗପୁର ଉମରକୋଟ ସହକାରୀ କୃଷି ଅଧିକାରୀ ନୀଳକଣ୍ଠ ପରିଡ଼ା ଓ ଟେକ୍ନୋଲୋଜି ମ୍ୟାନେଜର ସୁରେନ୍ଦ୍ର ବୁନ୍ଦେଲା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ
ଆତିଶୀ ହେବେ ଦିଲ୍ଲୀ ବିଧାନସଭାର ପ୍ରଥମ ମହିଳା ବିରୋଧୀ ଦଳ ନେତା
ଢ଼େଙ୍କାନାଳ: ଫାର୍ମହାଉସ ମାଲିକଙ୍କୁ ଗୁଳିକରି ହତ୍ୟା

ନିୟନ୍ତ୍ରଣକୁ ଆସିପାରିନି ଖୋର୍ଦ୍ଧା ଓ କଟକ ଜିଲ୍ଲା

0

ଭୁବନେଶ୍ବର: ଅଗଷ୍ଟ ୧ ତାରିଖ ସକାଳୁ ରାଜ୍ୟରେ ଆଶିଂକ ଲକଡାଉନ ଅବଧି ସରୁଥିବା ବେଳେ ସରକାର ନୂଆ କରୋନା ଗାଇଲାଇନ ଆଜି କିମ୍ବା କାଲି ଘୋଷଣା କରିପାରନ୍ତି। ତେବେ ରାଜ୍ୟରେ ସବୁ ଜିଲ୍ଲାରେ ସଂକ୍ରମଣ କମୁଥିବା ବେଳେ ଖୋର୍ଦ୍ଧା ଓ କଟକରେ ସ୍ଥିତି ନିୟନ୍ତ୍ରଣକୁ ଆସିନାହିଁ। ତେଣୁ ଏହି ଦୁଇ ଜିଲ୍ଲାକୁ ଛାଡି ଅନ୍ୟ ସବୁ ଜିଲ୍ଲାରେ ସଂପୂର୍ଣ୍ଣ ଅନଲକ କରିପାରନ୍ତି ସରକାର।

ସେପଟେ ଗତ ଦୁଇ ଦିନ ହେବ ଦେଶରେ ବଢୁଥିବା ସଂକ୍ରମିତଙ୍କ ସଂଖ୍ୟା ଓ କେରଳରେ କରୋନାର ସାଂଘାତିକ ସ୍ଥିତି ଚିନ୍ତାଜନକ। ରାଜ୍ୟରେ ସ୍ଥିତି ଭଲ ଥିବା ବେଳେ ସଂକ୍ରମଣ ଧୀରେ ଧୀରେ କମୁଛି। ମେ’ ଓ ଜୁନରେ କରୋନା ମୃତ୍ୟୁ ସଂଖ୍ୟା ରାଜ୍ୟବାସୀଙ୍କୁ ଯେତେ ଭୟଭୀତ କରୁନଥିଲା ଜୁଲାଇରେ ସେତିକି ଚକିତ କଲା ଭଳି ଚିତ୍ର ଆସୁଛି।

ରାଜ୍ୟରେ ସଂକ୍ରମଣ ହାର ୨ ପ୍ରତିଶତକୁ ଖସିଛି। ଗତ ୨୪ ଘଣ୍ଟାରେ ୭୫ ହଜାର ୮୬୮ ନମୁନା ପରୀକ୍ଷା କରାଯାଇଥିବା ବେଳେ ୧୫୫୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଟିପିଆର ରହିଛି ୨.୦୫%। କେବଳ ଖୋର୍ଦ୍ଧା ଓ କଟକକୁ ଛାଡିଦେଲେ ଅନ୍ୟ ସବୁ ଜିଲ୍ଲାରେ ଶହେ ତଳେ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୪୭୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

କଟକରୁ ୨୪୧, ଅନୁଗୁଳରୁ ୮୦, ବାଲେଶ୍ୱରର ୯୭,ଜଗତସିଂହପୁରରୁ ୬୭,ଯାଜପୁରରୁ ୭୮,ମୟୂରଭଂଜରୁ ୪୧,ପୁରୀରୁ ୮୨,ନୟାଗଡରୁ ୨୫ ଆକ୍ରାନ୍ତ ଚିହ୍ନଟ ହୋଇନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟର ୯ ଲକ୍ଷ ୭୫ ହଜାର ୬୯୦ରେ ପହଞ୍ଚିଛି। ସେହିପରି ଆଜି ଆଉ ୬୬ ମୃତ୍ୟୁର ହିସାବ ଦେଇଛନ୍ତି ସରକାର। ମୋଟ ମୃତ୍ୟୁ ସଂଖ୍ୟା ୫ ହଜାର ୮୩୪ରେ ପହଞ୍ଚିଛି। ସୁନ୍ଦରଗଡରୁ ସର୍ବାଧିକ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କଟକରୁ ୧୦, ଖୋର୍ଦ୍ଧାରୁ ୮,ଭଦ୍ରକରୁ ୬, ଯାଜପୁରରୁ ୫, ଗଂଜାମ,ଜଗତସିଂହପୁର, ଓ ପୁରୀରୁ ୪ ଜଣ ଲେଖାଁରେ କରୋନାରେ ଆଖି ବୁଜିଛନ୍ତି। ସେହିପରି ବାଲେଶ୍ୱର, ଝାରସୁଗୁଡା, କେନ୍ଦ୍ରାପଡା, ମୟୂରଭଂଜରୁ ୨ ଜଣ ଲେଖାଁଏ,ବୌଦ୍ଧ,ଦେବଗଡ଼, ଗଜପତି,କଳାହାଣ୍ଡି,କନ୍ଧମାଳ ଓ କୋରାପୁଟରୁ ଜଣେ ଲେଖାଁଏ କରୋନାରେ ଆଖି ବୁଜିଛନ୍ତି ।

Leave A Reply

Your email address will not be published.