ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ଆକାଶଠୁ ସ୍ଥଳ..ସବୁଠି ଶତ୍ରୁଙ୍କୁ ଦେବ ମାତ୍‌

0

ଆଜି ଭାରତ ଓ ସେନା ପାଇଁ ଏକ ବିଶେଷ ଦିନ । କାରଣ ଆଜି ଭାରତୀୟ ବାୟୁସେନାକୁ ସବୁଠୁ ହାଲୁକା ସ୍ୱଦେଶୀ ହେଲିକପ୍ଟର ମିଳିବାକୁ ଯାଉଛି । ଏବଂ ଗର୍ବର କଥା ହେଲେ, ଏହି ହେଲିକପ୍ଟର କୌଣସି ସ୍ଥାନରୁ କିଣାଯାଉନାହିଁ । ଏହାକୁ ଭାରତରେ ପ୍ରସ୍ତୁତ କରାଯାଇଛି । ଏବଂ ହେଲିକପ୍ଟରଟିର ଆକାଶଠୁ ନେଇକି ସ୍ଥଳ ସବୁଠି ଶତ୍ରୁଙ୍କୁ ନିପାତ କରିବାର କ୍ଷମତା ରହିଛି। ଲାଇଟ କମ୍ବାର୍ଟ ହେଲିକପ୍ଟରକୁ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ଼(ଏଚଏଲ)ପ୍ରସ୍ତୁତ କରିଛି ।

ଆଜି ଉତ୍ତରପ୍ରଦେଶ ଝାଂସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ହେଲିକପ୍ଟରକୁ ବାୟୁ ସେନାକୁ ହସ୍ତାନ୍ତାର କରିବେ । ଜାଣନ୍ତୁ ଶତ୍ରୁକୁ ମାତ୍ ଦେବା ପାଇଁ ଏହି ହେଲିକପ୍ଟରର କଣ କ୍ଷମତା ରହିଛି ।
() ହେଲିକପ୍ଟରର ୧୫ରୁ ୧୬ ହଜାର ଉଚ୍ଚତାରେ ଉଡିବାର କ୍ଷମତା ରହିଛି।
() ଏହା ଏକମାତ୍ର ହେଲିକପ୍ଟର ଯାହା ଦୁନିଆର ସବୁଠୁ ଉଚ୍ଚ ଯୁଦ୍ଧକ୍ଷେତ୍ର ସିଆଚୀନ ଗ୍ଲାସିଅରରେ ଉଡାଣ ଭରିବା ସହ ଜରୁରୀକାଳୀନ ସ୍ଥିତିରେ ଉଚ୍ଚରେ ନାଁ କେବଳ ଅବତରଣ କରିପାରିବ,ଶତ୍ରୁକୁ ମଧ୍ୟ କଡା ଜବାବ ଦେଇପାରିବ ।
() ଅତ୍ୟଧିକ ଥଣ୍ଡାରେ ମାଇନସ ୫୦ ଡିଗ୍ରୀ ସେଲସିୟସଠୁ ନେଇକି ମରୁଭୂମୀରେ ୫୦ ଡିଗ୍ରୀ ସେଲସିୟସ ତାପମାତ୍ରାରେ ମଧ୍ୟ ଏହା ପ୍ରଭାବଶାଳୀ।
() ୧୩ ବର୍ଷର କଠିନ ପରିଶ୍ରମ ପରେ ଏହା ପ୍ରସ୍ତୁତ ହୋଇଛି।

ସାରା ଦେଶରେ ସ୍ୱତନ୍ତ୍ରତା ଦିବସର ୭୫ ବର୍ଷ ପୂରଣ ହେବା ଅବସରରେ ଆଜାଦୀ କା ଅମୃତ ମହୋତ୍ସବ ଉତ୍ସବ ପାଳନ କରାଯାଉଛି । ୟୁପିର ଝାଂସୀରେ ୩ ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିବ । କାର୍ଯ୍ୟକ୍ରମର ପ୍ରଥମ ଦିନରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଝାସିଂ ପହଞ୍ଚି ଏହାର ଶୁଭାରମ୍ଭ କରିଥିଲେ । ଆଜି କାର୍ଯ୍ୟକ୍ରମର ଶେଷ ଦିନରେ ପ୍ରଧାନମନ୍ତ୍ରୀ ଝାଂସୀ ପହଞ୍ଚି ଦେଶରେ ତିଆରି ହୋଇଥିବା ଲାଇଟ କମ୍ବାର୍ଟ ହେଲିକପ୍ଟରକୁ ଭାରତୀୟ ବାୟୁସେନାରେ ସାମିଲ କରିବେ । ଏହା ସହିତ ଡ୍ରୋନର ଏକ ସାମଗ୍ରୀ ସେନା ମୁଖ୍ୟଙ୍କୁ ଦିଆଯିବ । ଯାହାର ଆବଶ୍ୟକତା ଭାରତ-ଚୀନ ସୀମାରେ କ୍ରମାଗତ ଅନୁଭବ କରାଯାଉଥିଲା ।

ହାଲୁକା ଯୁଦ୍ଧ ହେଲିକପ୍ଟର(ଏଲସିଏଚ)ରେ ୨୦ ମିମି ବନ୍ଧୁକ, ୭୦ ଏମଏମ ରକେଟ୍ ଏବଂ ଏୟାର ଟୁ ଏୟାର କ୍ଷେପଣାସ୍ତ୍ର ରହିଛି । ମିଶନ ସମୟରେ,ଏହି ହେଲିକପ୍ଟରକୁ ମାନୁଆଲ ଭାବେ ପରିଚାଳିତ କରାଯାଇପାରିବ । ଅର୍ଥାତ ୧୮୦ ଡିଗ୍ରୀରେ ଛିଡା କରାଯାଇପାରିବ ଏବଂ ଓଲଟା ବି କରାଯାଇପାରିବ । ଏହି ହେଲିକପ୍ଟରଟି ଯେକୌଣସି ପାଣିପାଗ ଓ ଜଳବାୟୁରେ କାମ କରିପାରିବ । ଏହି ହେଲିକପ୍ଟରଟି ର ମୂଲ୍ୟ ୧୫୦ କୋଟି ଟଙ୍କା ।ଅତି ହାଲୁକା ଏହି ହେଲିକପ୍ଟର ଶିଖର ଉପରେ ମିଶନକୁ ସହଜରେ କାର୍ଯ୍ୟକାରୀ କରିପାରିବ ।

Leave A Reply

Your email address will not be published.