ପ୍ରମୁଖ ଖବର

ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ଗିରଫ ପ୍ରଧାନ ଶିକ୍ଷକ ନିଲମ୍ବିତ
ରାଜ୍ୟରେ ଖୋଲିବ ୮ଟି ନୂଆ ଏଡିଜେ କୋର୍ଟ
ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ଚିଠି
ସବୁ ରାଜସ୍ୱ କାର୍ଯ୍ୟାଳୟରେ ଲାଗିବ ବାୟୋମେଟ୍ରିକ
ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପରଲୋକ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ୨ ବର୍ଷ ପାଇଁ ଆଇଏମଡି ମହାନିର୍ଦ୍ଦେଶକ ଭାବରେ ପୁନଃନିଯୁକ୍ତି
ଅପାରଗ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର : ସରକାରଙ୍କ ଚେତାବନୀ
୧୫ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ଜୁନିଅର କ୍ଲର୍କ
ମହିଳା ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ହେଲେ ବବିତା ପାତ୍ର

୧୦ ବର୍ଷରେ ୧୫୦୦ ପରମାଣୁ ଅସ୍ତ୍ର ତିଆରି କରିବ ଚୀନ

0

ଚୀନ୍; ପରମାଣୁ ଅସ୍ତ୍ର ସଂଖ୍ୟା ପ୍ରାୟ ୪ ଗୁଣକୁ ବୃଦ୍ଧି କରିବ ଚୀନ । ଏହି ବଡ ଯୋଜନାକୁ ନେଇ ପେଣ୍ଟାଗନ୍‌ ସୂଚନା ଦେଇଛି । ପେଣ୍ଟାଗନ୍ ରିପୋର୍ଟରେ ଦାବି କରାଯାଇଛି ଯେ ଚୀନ୍ ନିଜର ଆଣବିକ ଶକ୍ତିର ଆଧୁନିକୀକରଣକୁ ବିସ୍ତାର କରିବାକୁ ଲକ୍ଷ୍ୟ ରଖିଛି । ୨୦୩୫ ସୁଦ୍ଧା ଚୀନ୍ ପାଖରେ ୧୫୦୦ ପରମାଣୁ ଅସ୍ତ୍ର ନିର୍ମାଣ କରିବ । ୨୦୨୩ ସୁଦ୍ଧା ଜାତୀୟ ପ୍ରତିରକ୍ଷା ଏବଂ ସଶସ୍ତ୍ର ସେନାର ଆଧୁନିକୀକରଣ କରିବା ପାଇଁ ‘ପିପୁଲ୍‌ସ୍‌ ଲିବରେସନ୍‌ ଆର୍ମି’ ଯୋଜନା କରୁଛି ।

‘ପେଣ୍ଟାଗନ୍‌’ ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ଚୀନ୍‌ ମହାକାଶ ଯୁଦ୍ଧ ଓ ମହାକାଶ ଯୁଦ୍ଧ ମୁକାବିଲା ନିମନ୍ତେ ଆବଶ୍ୟକ ଅସ୍ତ୍ରଶସ୍ତ୍ର ମଧ୍ୟ ପ୍ରସ୍ତୁତି କରୁଛି । ବିଶ୍ୱର ବୃହତ୍ତମ ଚୀନ୍‌ ସେନାରେ ୧ ନିୟୁତ ସୈନିକ ଅଛନ୍ତି । ଯୁଦ୍ଧପୋତ ସଂଖ୍ୟାରେ ବି ଚୀନ୍‌ର ନୌସେନା ବିଶ୍ୱର ସବୁଠୁ ବଡ଼ । ଚୀନ୍‌ ବାୟୁସେନା ମଧ୍ୟ ବିଶ୍ୱର ତୃତୀୟ ବୃହତ୍‌ ବାୟୁସେନା ।

ଅନ୍ୟପଟେ ଦେଖିବାକୁ ଗଲେ କରୋନା ସ୍ଥିତି ପରେ ଚୀନ ସହ ଆମେରିକାର ସମ୍ପର୍କରେ ଦୂରତା ବଢିବାରେ ଲାଗିଛି । ଗତ ବର୍ଷକ ମଧ୍ୟରେ ଚୀନ ତାର ସାମରିକ ଶକ୍ତି ତୀବ୍ର ଗତିରେ ବୃଦ୍ଧି କରୁଥିବା ରିପୋର୍ଟ ଦେଇଛି ପେଣ୍ଟାଗନ । ଚୀନର ଏଭଳି ଗତିବିଧି ପରେ ଆମେରିକା ପାଇଁ ବିପଦ ବଢ଼ିଛି । ଯଦି ଏହି ଗତିରେ ଚୀନ ତାର ସାମରିକ ଶକ୍ତି ବୃଦ୍ଧି ଜାରି ରଖେ ।

ତେବେ ଚଳିତ ଶତାବ୍ଦୀ ମଧ୍ୟ ସୁଦ୍ଧା ଆମେରିକାର ସାମରିକ ଶକ୍ତିକୁ ଟପିଯିବ ଚୀନ । ଆସନ୍ତା ୬ ବର୍ଷ ମଧ୍ୟରେ ଚୀନ ତାର ପରମାଣୁ ଅସ୍ତ୍ର ସଂଖ୍ୟା ୭ଶହକୁ ବୃଦ୍ଧି କରିବ ବୋଲି ଗତବର୍ଷ ପେଣ୍ଟାଗନ କହିଥିଲା । ୨୦୩୦ ସୁଦ୍ଧା ଏହି ସଂଖ୍ୟା ୧ ହଜାରକୁ ବୃଦ୍ଧି କରିବ ବୋଲି କହିଥିଲା । ତେବେ ଏହି ଢେର ସମୟ ଆଗରୁ ଚୀନ ତାର ଆଣବିକ ଶକ୍ତି ବୃଦ୍ଧି କରିବାକୁ ଯାଉଛି । ଚୀନ ତୁଳନାରେ ଆମେରିକା ପାଖରେ ୩ ହଜାର ୭୫୦ ପରମାଣୁ ଅସ୍ତ୍ର ରହିଛି ।

Leave A Reply

Your email address will not be published.