ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ମେ ୨୬ରେ ମାଟ୍ରିକ ପରୀକ୍ଷାର ଫଳ

0

କଟକ: ଦଶମ ମାଟ୍ରିକ ପରୀକ୍ଷାର ଫଳ ମେ ୨୬ ତାରିଖ ଦିନ ପ୍ରକାଶ ପାଇବ। ଏନେଇ ଆଜି ବୋର୍ଡ ସଭାପତି ବିଧିବଦ୍ଧ ଭାବରେ ଘୋଷଣା କରିଛନ୍ତି। ପ୍ରଥମ ଥର ପାଇଁ ବିଦ୍ୟାର୍ଥୀ ଫଳ ପ୍ରକାଶନର ୬ ଘଣ୍ଟା ମଧ୍ୟରେ ଡିଜିଟାଲ ମାଟ୍ରିକ ପ୍ରମାଣ ପତ୍ର ପାଇପାରିବେ। ଫଳାଫଳକୁ ନେଇ ଥିବା କୌଣସି ସମସ୍ୟାର ସାମଧାନ ପାଇଁ ଆଜିଠାରୁ ବୋର୍ଡ ତାର କଣ୍ଟେଲ ରୁମରେ କାଉସିଲରମାନଙ୍କୁ ନିଯୁକ୍ତ କରିଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ୨୬ ତାରିଖରେ ମାଟ୍ରିକ୍ ରେଜଲ୍ଟ। ରବିବାର ଦିନ ୧୦ଟା ୩୦ରେ ଫଳାଫଳ ଘୋଷଣା। ଏକଘଣ୍ଟା ମଧ୍ଯରେ ୱେବସାଇଡିରେ ଉପଲବ୍ଧ ହେବ ଫଳ । ଏନେଇ ସୂଚନା ଦେଇଛନ୍ତି ବୋର୍ଡ ସଭାପତି। ପ୍ରଥମ ଥର ପାଇଁ ରେଜଲ୍ଟ ଘୋଷଣାର ୬ ଘଣ୍ଟା ମଧ୍ଯରେ ଅନଲାଇନ ଓ ୱାଟ୍ସଅପରେ ଡିଜିଟାଲ ମାଟ୍ରିକ ପ୍ରମାଣପାତ୍ର ପାଇପାରିବେ ଛାତ୍ରଛାତ୍ରୀ।

ଫଳ ପ୍ରକାଶନର ଏକ ଘଣ୍ଟା ମଧ୍ଯରେ www.bscodisha.ac.In ସାଇଡରେ ଉପଲବ୍ଧ ହେବ ରେଜଲ୍ଟ। ଇଣ୍ଟରନେଟ୍ ସମସ୍ୟା ଥିବା ଅଞ୍ଚଳର OR-10-ରୋଲ ନାମ୍ବର ଲେଖି ୫୬୭୬୭୫୦ କୁ ଏସଏମଏସ କଲେ ରେଜଲ୍ଟ ମିଳିପାରିବ। ରି-ଚେକିଙ୍ଗ ପାଇଁ ମେ ୨୯ରୁ ଜୁନ ୧୨ ପର୍ଯ୍ୟନ୍ତ ୧୫ ଦିନ ସମୟ ଦିଆଯାଇଛି। ବିଦ୍ୟାର୍ଥୀଙ୍କ ପରୀକ୍ଷା ଫଳ ଜନିତ ସମସ୍ତ ସମସ୍ୟାର ସମାଧାନ ପାଇଁ କାଉନସିଲରଙ୍କୁ ନେଇ ଖୋଲାଯାଇଛି କଣ୍ଟ୍ରୋଲ ରୁମ।

Leave A Reply

Your email address will not be published.