ପ୍ରମୁଖ ଖବର

କିସ୍‍ ବିଶ୍ୱବିଦ୍ୟାଳୟର ୫ମ ସମାବର୍ତ୍ତନ
୧୦ ଶିକ୍ଷକଙ୍କ ଦରମା ବନ୍ଦ କଲେ ବିଇଓ
ଓଡ଼ିଶାରେ ଗତ ୨ ବର୍ଷରେ ୧୧,୩୩୭ ଶିଶୁ ନିଖୋଜ
୪ ନମ୍ୱର ଆମିଷ ବଜାରରୁ ହଟିବ ସମସ୍ତ ଜବରଦଖଲ
ରୋଗୀସେବାରେ ସାମିଲ ହେବ ୨୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ
ଅନେକ ପ୍ରେରଣା ଆଣିଛି ନଭେମ୍ବର ମାସ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୋଟ୍ ପୂର୍ବରୁ ପାରାଦୀପରେ ନିର୍ବାଚନୀ ହିଂସା

0

ଭୁବନେଶ୍ବର: ଭୋଟ୍‌ ଗ୍ରହଣ ପୂର୍ବରୁ ଜଗତସିଂହପୁରରେ ନିର୍ବାଚନୀ ହିଂସା ଦେଖାଦେଇଛି। ନିର୍ବାଚନ ପୂର୍ବ ରାତିରେ ଶୁକ୍ରବାର ପାରାଦୀପ ନିର୍ବାଚନମଣ୍ଡଳୀର କୁଜଙ୍ଗ ବ୍ଲକ୍‌ର ୪ଟି ସ୍ଥାନରେ ଗଣ୍ଡଗୋଳ ଘଟି ୬ ଜଣ ଆହତ ହୋଇଛନ୍ତି। ଏସବୁ ମାମଲାରେ ପୁଲିସ ୪ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି।

ଶୁକ୍ରବାର ରାତି ସାଢ଼େ ଏଗାରଟା ସମୟରେ ଭୂତମୁଣ୍ଡାଇ ନିକଟରେ ଗୋଟିଏ ନିର୍ଦିଷ୍ଟ ଦଳର ସମର୍ଥକଙ୍କ ଟଙ୍କା ବଣ୍ଟାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏହାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ପରେ ପରସ୍ପରକୁ ଆକ୍ରମଣ କରିଥିଲେ। ଏହି ଘଟଣାରେ ଭୂତମୁଣ୍ଡାଇ ସରପଞ୍ଚଙ୍କ ସମେତ ୪ଜଣ ଆହତ ହୋଇଥିଲେ। ପୁଲିସ ଖବର ପାଇ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ସହିତ ଗଣ୍ଡଗୋଳରେ ସାମିଲ ଥିବା ସନ୍ଦେହରେ ୪ଜଣଙ୍କୁ ଅଟକ ରଖିଛି।

ସେହିଭଳି ସ୍ଥାନୀୟ ସିଙ୍ଗଟାଳୀ ଗ୍ରାମରେ ମଧ୍ୟ ଅନୁରୂପ ଗଣ୍ଡଗୋଳ ଘଟି ଦୁଇ ଭାଇ ଆହତ ହୋଇଛନ୍ତି। ଏହି ଘଟଣାରେ ପାରାଦୀପ ଲକ୍ ଥାନା ଆଗରେ ଉତ୍ତ୍ୟକ୍ତ ଲୋକ ଧାରଣା ଦେଇଥିଲେ। ସେହିପରି ପଙ୍କପାଳ ଓ ଅଗପାଳରେ ମଧ୍ୟ ବିଜେଡି-ବିଜେଡି କର୍ମୀ ମୁହାଁମୁହିଁ ହୋଇଥିଲେ। ପୁଲିସ ପରିସ୍ଥିତି ନିୟନ୍ତ୍ରଣ କରିଛି।

Leave A Reply

Your email address will not be published.