ପ୍ରମୁଖ ଖବର

ସରକାରୀ ବାସଭବନ ନ ଛାଡିବା ନେଇ ସ୍ପଷ୍ଟିକରଣ ରଖିଲେ ପୂର୍ବତନ ସିଜେଆଇ ଚନ୍ଦ୍ରଚୂଡ
ପ୍ରବଳ ବର୍ଷା ଯୋଗୁଁ ବନ୍ଦ ହେଲା କେଦାରନାଥ ଯାତ୍ରା
ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ
ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ମେଧା ତାଲିକା, ଆଗରେ ରେଭେନ୍ସା
ବିଜେପି ରାଜ୍ୟ ସଭାପତି ହେବେ ମନମୋହନ, ଭରିଲେ ନାମାଙ୍କନ
ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ମାଓବାଦୀ ନେତା ସୋଡ଼ି କନ୍ନା ନିହତ

ସ୍କୁଟିକୁ ପଛରୁ ପିଟିଲା ଟ୍ରେଲର, ୨ ମହିଳା କନଷ୍ଟେବଳ ମୃତ

0

ରାୟଗଡ଼ା: ରାୟଗଡ଼ା ଜିଲା ଚାନ୍ଦିଲି ଥାନା ଅନ୍ତର୍ଗତ ଗୁନାଖାଲ ଛକଠାରେ ଏକ ସ୍କୁଟିକୁ ଶନିବାର ଏକ ଟ୍ରେଲର ପଛପଟୁ ଧକ୍କା ଦେବାରୁ ସ୍କୁଟି ଚାଳକ ତଥା ମହିଳା କନଷ୍ଟେବଳ ଟ୍ରେଲର ତଳେ ଚାପି ହୋଇ ମୃତ୍ୟୁବରଣ କରିଛନ୍ତି। ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ କାର୍ଯ୍ୟରତ ପୋଲିସ କନଷ୍ଟେବଳ ଲାବଣ୍ୟା ଗାଣ୍ଟା (୨୪)। ତାଙ୍କ ଘର ଖେଦାପଡ଼ା ପଞ୍ଚାୟତରେ। ସେହିପରି ଗୁରୁତର ଦୁଇଜଣ ହେଲେ ବିଷମକଟକ ବ୍ଲକ ବେଠିଆପଡ଼ା ପଞ୍ଚାୟତର ମୁନିଗାଁର କାନ୍ତାରାଓ କାଡ୍ରାକା(୪୦) ଓ ସୁବାରାଓ କାଡ୍ରାକା(୪୦)। ଗୁରୁତର ଅବସ୍ଥାରେ ଦୁଇଜଣଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଘଟଣାରୁ ପ୍ରକାଶ ଯେ, ଲାବଣ୍ୟା ସକାଳୁ ଘରୁ ବାହାରି ରାୟଗଡ଼ା ଶ୍ରଦ୍ଧା ଶ୍ରୀକ୍ଷେତ୍ରକୁ ବାହୁଡା଼ ଯାତ୍ରା ଡ୍ୟୁଟିରେ ଆସୁଥିଲେ। ଉକ୍ତ ରାସ୍ତାରେ ବିପରୀତ ଦିଗରୁ ଅନ୍ୟ ଏକ ବାଇକରେ ଦୁଇଜଣ ଆସୁଥିଲେ। ତେବେ ନିକଟସ୍ଥ ହମ୍ପସରେ ବ୍ରେକ ମାରିବା ବେଳେ ପଛପଟୁ ସ୍କୁଟିକୁ ଟ୍ରେଲର ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଲାବଣ୍ୟା ସ୍କୁରିରୁ ପଡିଯିବା ବେଳେ ଟ୍ରେଲର ତାଙ୍କ ଉପରେ ମାଡ଼ି ଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ପୋଲିସ ଘଟଣସ୍ଥଳରେ ପହଞ୍ଚି ଟ୍ରେଲରକୁ ଜବତ କରିଛି। ବାଇକ୍‌ରେ ଆସୁଥିବା ଦୁଇ ଜଣ ଜେକେପୁରରୁ ଗାଁକୁ ଫେରୁଥିବା ପ୍ରକାଶ କରିଛନ୍ତି।

Leave A Reply

Your email address will not be published.