ପ୍ରମୁଖ ଖବର

ପଦ୍ମପୁରର ପୂର୍ବତନ ବିଧାୟକ ସତ୍ୟ ଭୂଷଣ ସାହୁଙ୍କ ପରଲୋକ
ରକ୍ଷାବନ୍ଧନରେ ମହିଳାଙ୍କୁ ମାଗଣା ଆମ ବସ୍‌ ଯାତ୍ରା
ଏବେ ୩୫ ଟଙ୍କାରେ ମିଳିବ ପିଆଜ, ମହଙ୍ଗା ଦରକୁ ରୋକିବ କେନ୍ଦ୍ର
ନେପାଳରେ ହଠାତ୍ ବନ୍ୟା: ୭ ମୃତ, ୩୮୪ ନିଖୋଜ

ଆଜି ବି ତୈଳ ଦର ବଢ଼ିଲା

0

ଭୁବନେଶ୍ବର: ଦେଶରେ ଆଜି ପୁଣି ବଢିଛି ତୈଳ ଦର। ତୈଳ କମ୍ପାନି ପେଟ୍ରୋଲ ଓ ଡିଜେଲ ଦର ୩୫ ପଇସା ଲେଖାଁଏ ବୃଦ୍ଧି କରିଛନ୍ତି। ଲଗାତର ତୈଳ ଦର ବୃଦ୍ଧି ଲୋକଙ୍କ ଚିନ୍ତା ବଢାଇଦେଇଛି। ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ସାଧାରଣ ଲୋକଙ୍କ ପକେଟକୁ ପ୍ରଭାବିତ କରୁଛି। ଡିଜେଲର ଦର ବଢିବାରୁ ପରିବହନ ହେଉଥିବା ଅନ୍ୟ ଖାଦ୍ୟ ସାମଗ୍ରୀ, ପରିବା ମଧ୍ୟ ମହଙ୍ଗା ହେଉଛି। ସେପଟେ ତୈଳ ଦର ବୃଦ୍ଧିକୁ ନେଇ କେନ୍ଦ୍ରୀ ମନ୍ତ୍ରୀ ହରଦୀପ ସିଂହ ପୁରୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ପେଟ୍ରୋଲ ଓ ଡିଜେଲ ଦାମ ଉପରେ ସରକାର ନଜର ରଖିଛନ୍ତି। ତୈଳ ଦର ମୂଲ୍ୟ ସ୍ଥିର ରଖିବା ନେଇ ପ୍ରୟାସ ଜାରି ରହିଛି।

୧୭ ଦିନ ଭିତରେ ୩ ଦିନ କେବଳ ତୈଳ ଦର ସ୍ଥିର ରହିଥିଲା। ଅକ୍ଟୋବରରେ ପେଟ୍ରୋଲ ୪ ଟଙ୍କା ୧୫ ପଇସା ବଢିଥିବା ବେଳେ ଡିଜେଲ ୪ ଟଙ୍କା ୭୦ ପଇସା ବୃଦ୍ଧି ହୋଇଛି। ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୈଦେଶିକ ମୂଦ୍ରା ମୂଲ୍ୟ ସହିତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟ ଆଧାରରେ ଅପଡେଟ ହେଉଛି। ତୈଳ ମାର୍କେଟ କମ୍ପାନି ଗୁଡିକ ପ୍ରତିଦିନ ସମୀକ୍ଷା କରିବା ପରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସ୍ଥିର କରନ୍ତି। ପେଟ୍ରୋଲର ମୂଲ୍ୟ ବୃଦ୍ଧି ସହିତ ଦୈନଦିନ ସାମଗ୍ରୀ ମୂଲ୍ୟ ବୃଦ୍ଧି ପାଇଛି।

ଏବେ ପେଟ୍ରୋଲ ଦେଶର ସବୁ ରାଜ୍ୟରେ ସେଞ୍ଚୁରି ପାର କରିଥିବା ବେଳେ ଡିଜେଲ ଦର ମଧ୍ୟ କେଉଁଠି କେଉଁଠି ଶତକ ଟପିଲାଣି। ପ୍ରତିଦିନ ସକାଳ ୬ଟାରେ ଆଇଓସିଏଲ ପେଟ୍ରୋଲ ଓ ଡିଜେଲର ନୂଆ ଦର ଜାରି କରିଥାନ୍ତି।

Leave A Reply

Your email address will not be published.