ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ପିଏମ ସୁରକ୍ଷାରେ ତ୍ରୁଟି: ତଦନ୍ତ କରିବ ସୁପ୍ରିମକୋର୍ଟଙ୍କ କମିଟି

0

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ ନେଇ ସୁପ୍ରିମକୋର୍ଟ ଘୋଷଣା କରିଛନ୍ତି। ପଞ୍ଜାବରେ ହୋଇଥିବା ସୁରକ୍ଷା ତ୍ରୁଟି ଘଟଣାର ଯାଞ୍ଚ ପାଞ୍ଚ ଜଣ ସଦସ୍ୟଙ୍କୁ ନେଇ ଗଠିତ ହୋଇଥିବା କମିଟି କରିବ। ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଇନ୍ଦୁ ମାଲହୋତ୍ରା ଏହି କମିଟିର ଅଧ୍ୟକ୍ଷ ରହିବେ। ଏହା ସହିତ ସୁପ୍ରିମକୋର୍ଟ ସମସ୍ତ ଅନୁସନ୍ଧାନ କମିଟି ଉପରେ ମଧ୍ୟ ରୋକ ଲଗାଇଛନ୍ତି। ପଞ୍ଜାବ ସରକାର ଓ ଗୃହ ମନ୍ତ୍ରାଳୟ ଏହି ଘଟଣାର ତଦନ୍ତ ପାଇଁ ନିଜସ୍ୱ କମିଟି ଗଠନ କରିଥିଲେ, ଉଭୟ ପରସ୍ପରର ଯାଞ୍ଚ ଉପରେ ଭରସା ନାହିଁ ବୋଲି କହିଥିଲେ।

ସୁପ୍ରିମକୋର୍ଟ ଗଠନ କରିଥିବା ଏହି କମିଟିରେ ଅବସରପ୍ରାପ୍ତ ବିଚାରପତି ଇନ୍ଦୁ ମାଲହୋତ୍ରା, ଡିଜି ଏନଆଇଏ, ଡିଜି ଚଣ୍ଡୀଗଡ଼ ଓ ପଞ୍ଜାବର ଏଡିଜିପି(ସୁରକ୍ଷା) ରହିବେ। କୋର୍ଟ କହିଛନ୍ତି ଯେ, ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ ଏହି ମାମଲା ସମ୍ବନ୍ଧୀୟ ସମସ୍ତ ରେକର୍ଡକୁ କମିଟର ଅଧ୍ୟକ୍ଷ ଇନ୍ଦୁ ମାଲହୋତ୍ରାଙ୍କୁ ହସ୍ତାନ୍ତାର କରିବେ।

ସୁପ୍ରିକୋର୍ଟ ଏଯାଏ ତାଙ୍କ ନିର୍ଦ୍ଦେଶରେ ସମୟସୀମା ସ୍ଥିର କରିନାହାନ୍ତି। କମିଟି ଏହାର ରିପୋର୍ଟ ଶୀଘ୍ର ପ୍ରଦାନ କରିବ ବୋଲି କହିଛନ୍ତି। କମିଟି ଏହା ଅନୁସନ୍ଧାନ କରିବ ଯେ, ସୁରକ୍ଷା ତ୍ରୁଟିର ମୂଳ କାରଣଟି କ’ଣ। ଏହା ପୂର୍ବରୁ ତଦନ୍ତ ପ୍ରସଙ୍ଗରେ ପଞ୍ଜାବ ଓ କେନ୍ଦ୍ର ସରକାର ମୁହାଁମୁହିଁ ହୋଇଥିଲେ। ସୁରକ୍ଷା ତ୍ରୁଟି ନେଇ ପଞ୍ଜାବ ଡିଜିପିଙ୍କୁ ସିଧାସଳଖ ଦାୟୀ କରିଛନ୍ତି କେନ୍ଦ୍ର ସରକାର।ତା ସହିତ ଗୁଇନ୍ଦା ବିଭାଗକୁ ମଧ୍ୟ ଏନେଇ ଦାୟୀ କରାଯାଇଛି।

ଜାନୁଆରି ୫ରେ ପ୍ରଧାନମନ୍ତ୍ରୀ ପଞ୍ଜାବ ଗସ୍ତରେ ଯାଇଥିବା ବେଳେ ସୁରକ୍ଷାରେ ତ୍ରୁଟି ଘଟଣା ସାମନାକୁ ଆସିଥିଲା। ପିଏମ ପାଖାପାଖି ୨୦ ମିନିଟ ଧରି ହାଇୱେ ଉପରେ ଫସି ରହିଥିଲେ, କାରଣ ସାମନାରେ ପ୍ରଦର୍ଶନକାରୀ ଥିଲେ। ଏହା ପରେ ସେଠାରୁ ସଭା ସ୍ଥଳକୁ ନଯାଇ ପ୍ରଧାନମନ୍ତ୍ରୀ ଅଧାବାଟରୁ ନୂଆ ଦିଲ୍ଲୀ ଫେରିଆସିଥିଲେ।

Leave A Reply

Your email address will not be published.