ପ୍ରମୁଖ ଖବର

ବିଜେପି ଛାଡ଼ି ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି ଦେବାଶିଷ ନାୟକ
ଅମିତ ଶାହାଙ୍କ ନକଲି ଭିଡିଓ ମାମଲାରେ ୩ ଦିନିଆ ପୁଲିସ ହେପାଜତରେ ଗଲେ କଂଗ୍ରେସ ନେତା ଅରୁଣ ରେଡ୍ଡୀ
ଆସନ୍ତାକାଲି ରାତି ସାଢ଼େ ୯ଟାରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସୋମବାର ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ଆୟୋଜିତ ସଭାରେ ଉଦବୋଧନ ଦେବେ
ନବୀନଙ୍କ ୪ ଜିଲ୍ଲା ଗସ୍ତ: ପ୍ରଥମ ପର୍ଯ୍ୟାୟରେ କୋରାପୁଟ, ପରେ ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ନିର୍ବାଚନ ଥିବାବେଳେ, ବିଜେଡି ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରିବେ ନବୀନ
ଟିକେଟ ଫେରାଇ ଦେଲେ ପୁରୀ ଲୋକସଭା ପ୍ରାର୍ଥୀ; ମେଲରେ ଏଆଇସିସି କୁ ଲେଖିଲେ କଡ଼ା କଥା,ନିର୍ବାଚନ ଲଢ଼ିବା ପାଇଁ ଦଳ ଫଣ୍ଡିଂ ନ ଦେବାରୁ ଟିକେଟ୍ ଫେରାଇ ଦେଇଥିବା ସେ ମେଲ ଜରିଆରେ ଏଆଇସିସିକୁ ଜଣାଇଛନ୍ତି

ପିଏମ ସୁରକ୍ଷାରେ ତ୍ରୁଟି: ତଦନ୍ତ କରିବ ସୁପ୍ରିମକୋର୍ଟଙ୍କ କମିଟି

0

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ ନେଇ ସୁପ୍ରିମକୋର୍ଟ ଘୋଷଣା କରିଛନ୍ତି। ପଞ୍ଜାବରେ ହୋଇଥିବା ସୁରକ୍ଷା ତ୍ରୁଟି ଘଟଣାର ଯାଞ୍ଚ ପାଞ୍ଚ ଜଣ ସଦସ୍ୟଙ୍କୁ ନେଇ ଗଠିତ ହୋଇଥିବା କମିଟି କରିବ। ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଇନ୍ଦୁ ମାଲହୋତ୍ରା ଏହି କମିଟିର ଅଧ୍ୟକ୍ଷ ରହିବେ। ଏହା ସହିତ ସୁପ୍ରିମକୋର୍ଟ ସମସ୍ତ ଅନୁସନ୍ଧାନ କମିଟି ଉପରେ ମଧ୍ୟ ରୋକ ଲଗାଇଛନ୍ତି। ପଞ୍ଜାବ ସରକାର ଓ ଗୃହ ମନ୍ତ୍ରାଳୟ ଏହି ଘଟଣାର ତଦନ୍ତ ପାଇଁ ନିଜସ୍ୱ କମିଟି ଗଠନ କରିଥିଲେ, ଉଭୟ ପରସ୍ପରର ଯାଞ୍ଚ ଉପରେ ଭରସା ନାହିଁ ବୋଲି କହିଥିଲେ।

ସୁପ୍ରିମକୋର୍ଟ ଗଠନ କରିଥିବା ଏହି କମିଟିରେ ଅବସରପ୍ରାପ୍ତ ବିଚାରପତି ଇନ୍ଦୁ ମାଲହୋତ୍ରା, ଡିଜି ଏନଆଇଏ, ଡିଜି ଚଣ୍ଡୀଗଡ଼ ଓ ପଞ୍ଜାବର ଏଡିଜିପି(ସୁରକ୍ଷା) ରହିବେ। କୋର୍ଟ କହିଛନ୍ତି ଯେ, ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ ଏହି ମାମଲା ସମ୍ବନ୍ଧୀୟ ସମସ୍ତ ରେକର୍ଡକୁ କମିଟର ଅଧ୍ୟକ୍ଷ ଇନ୍ଦୁ ମାଲହୋତ୍ରାଙ୍କୁ ହସ୍ତାନ୍ତାର କରିବେ।

ସୁପ୍ରିକୋର୍ଟ ଏଯାଏ ତାଙ୍କ ନିର୍ଦ୍ଦେଶରେ ସମୟସୀମା ସ୍ଥିର କରିନାହାନ୍ତି। କମିଟି ଏହାର ରିପୋର୍ଟ ଶୀଘ୍ର ପ୍ରଦାନ କରିବ ବୋଲି କହିଛନ୍ତି। କମିଟି ଏହା ଅନୁସନ୍ଧାନ କରିବ ଯେ, ସୁରକ୍ଷା ତ୍ରୁଟିର ମୂଳ କାରଣଟି କ’ଣ। ଏହା ପୂର୍ବରୁ ତଦନ୍ତ ପ୍ରସଙ୍ଗରେ ପଞ୍ଜାବ ଓ କେନ୍ଦ୍ର ସରକାର ମୁହାଁମୁହିଁ ହୋଇଥିଲେ। ସୁରକ୍ଷା ତ୍ରୁଟି ନେଇ ପଞ୍ଜାବ ଡିଜିପିଙ୍କୁ ସିଧାସଳଖ ଦାୟୀ କରିଛନ୍ତି କେନ୍ଦ୍ର ସରକାର।ତା ସହିତ ଗୁଇନ୍ଦା ବିଭାଗକୁ ମଧ୍ୟ ଏନେଇ ଦାୟୀ କରାଯାଇଛି।

ଜାନୁଆରି ୫ରେ ପ୍ରଧାନମନ୍ତ୍ରୀ ପଞ୍ଜାବ ଗସ୍ତରେ ଯାଇଥିବା ବେଳେ ସୁରକ୍ଷାରେ ତ୍ରୁଟି ଘଟଣା ସାମନାକୁ ଆସିଥିଲା। ପିଏମ ପାଖାପାଖି ୨୦ ମିନିଟ ଧରି ହାଇୱେ ଉପରେ ଫସି ରହିଥିଲେ, କାରଣ ସାମନାରେ ପ୍ରଦର୍ଶନକାରୀ ଥିଲେ। ଏହା ପରେ ସେଠାରୁ ସଭା ସ୍ଥଳକୁ ନଯାଇ ପ୍ରଧାନମନ୍ତ୍ରୀ ଅଧାବାଟରୁ ନୂଆ ଦିଲ୍ଲୀ ଫେରିଆସିଥିଲେ।

Leave A Reply

Your email address will not be published.