ପ୍ରମୁଖ ଖବର

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍‌ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍

0

ରାଜ୍ୟରେ ଓ ଦେଶରେ ଗତକାଲି ଅପେକ୍ଷା ଆଜି ସାମାନ୍ୟ ସଂକ୍ରମଣ ବୃଦ୍ଧି ପାଇଛି । ରାଜ୍ୟରେ ଗତ ୨୪ ଘଣ୍ଟା ରେ ୩ହଜାର ୬୨୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୨୧୧୫ ଜଣ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୫୧୪ ପଜିଟିଭ ଚିହ୍ନଟ ହୋଇଛନ୍ତି । ଶୂନରୁ ୧୮ ବର୍ଷ ମଧ୍ୟରେ ୫୧୫ ଜଣ ଅଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୭୧୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ୩୪୬,କଟକରୁ ୩୨୯, କେନ୍ଦ୍ରାପଡାରୁ ୧୪୯ ମାମଲା ସାମନାକୁ ଆସିଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୫୯ ହଜାର ୪୦୫ରେ ପହଞ୍ଚିଛି । ଏଥିମଧ୍ୟରୁ ୩୫,୩୦୬ ସକ୍ରିୟ ସଂକ୍ରମିତ ଥିବା ବେଳେ ୧୨୧୫୩୮୦ ଜଣ ସୁସ୍ଥ ହୋଇଛନ୍ତି ।

ଦେଶରେ ଗତ ୨୪ ଘ ।ରେ ୧ ଲକ୍ଷ ୭୨ ହଜାର ୪୩୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତକାଲି ତୁଳନାରେ ଆଜି ୬.୮ ପ୍ରତିଶତ ବଢିଲା ଦୈନିକ ସଂକ୍ରମଣ । ଦିନକରେ ଦେଶରେ କରୋନାରେ ହଜାରେ ୧୦୦୮ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ୬ ଦିନ ପରେ ଭାରତରେ ମୃତ୍ୟୁ ସଂଖ୍ୟା ସାମାନ୍ୟ କମିଛି । ବୁଧବାର ଦେଶରେ ୧୭୩୩ ଲୋକ କରୋନାରେ ଆଖି ବୁଜିଥିଲେ । ଏହା ପୂର୍ବରୁ ମଙ୍ଗଳବାର ୧୧୯୨,ସୋମବାର ୯୫୯ ଲୋକଙ୍କ କରୋନାରେ ମୃତ୍ୟୁ ହୋଇଥିଲା । ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୯୮ ହଜାର ୯୮୩କୁ ବୃଦ୍ଧି ପାଇଛି । ଦେଶରେ ଗତ ୨୪ ଘ ।ରେ ୨,୫୯, ୧୦୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟାରହିଛି ୧୫ ଲକ୍ଷ ୩୩ ହଜାର ୯୨୧ । କର୍ଣ୍ଣାଟକରେ ଦିନରେ୨୦ ହଜାର ୫୦୫ ନୂଆ ମାମଲା ଆସିଛି । ଏବଂ ୪୦ ହଜାର ୯୦୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ସେହିପରି ତାମିଲନାଡୁରୁ ୧୪ ହଜାର ୧୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୪ ହଜାର ୫୭୬ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Leave A Reply

Your email address will not be published.