ପ୍ରମୁଖ ଖବର

ଏକକ ଶିକ୍ଷକ ସ୍କୁଲରେ ତୁରନ୍ତ ନିଯୁକ୍ତ ହେବେ ଶିକ୍ଷକ
ଜାତୀୟ ହସ୍ତତନ୍ତ ଦିବସ: ଦୁଇ ଓଡ଼ିଆ ବୁଣାକାରଙ୍କୁ ଜାତୀୟ ସମ୍ମାନ
ରାଜପଥରୁ ହଟିବେ ଗୋରୁଗାଈ, ପ୍ରତି ୧୦୦ କିମିରେ ହେବ ଗୋଶାଳା
ରୁଷ ସହ ବାଣିଜ୍ୟ କଲେ ଲାଗିପାରେ ୧୦୦% ଶୁଳ୍କ
ଅଗଷ୍ଟ ୯ରୁ ୧୭ ଯାଏଁ ଘରେ ଘରେ ତ୍ରିରଙ୍ଗା ଅଭିଯାନ
ୟୁପିଆଇ ପେମେଣ୍ଟରେ ଲାଗିବନି ଶୁଳ୍କ, ସ୍ପଷ୍ଟ କଲେ ସରକାର
ଦିଲ୍ଲୀରେ ଅଗଷ୍ଟ ୯ରୁ ବିଜେପିର ସ୍ୱାଧୀନତା ଦିବସ ସପ୍ତାହ
ସେପ୍ଟେମ୍ବର ୧ରୁ ତାମିଲନାଡୁର ପ୍ରମୁଖ ମନ୍ଦିରରେ ମୋବାଇଲ ନିଷେଧ
ଷ୍ଟାର୍ଟଅପ୍‌ ପାଇଁ ୫ ସଂସ୍ଥା ସହ ସରକାରଙ୍କ ରଣନୀତିକ ବୁଝାମଣା
ଆଇଆଇଟି ଦିଲ୍ଲୀ ସମାବର୍ତ୍ତନରେ ‘ବିକଶିତ ଭାରତ’ ପାଇଁ ପ୍ରଧାନମନ୍ତୀ ଦେଲେ ବଡ଼ ବାର୍ତ୍ତା

0

ପୁଣି ପଦାରେ ପଡିଲା ଚୀନର ମିଛ । ପୂର୍ବ ଲଦାଖ ଗଲୱାନ ଘାଟିରେ ଜୁନ ୨୦୨୦ରେ ଭାରତ ଓ ଚୀନ ସୈନିକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ସଂଘର୍ଷରେ କର୍ଣ୍ଣେଲ ସନ୍ତୋଷ ବାବୁ ସମେତ ଭାରତର ୨୦ ଯବାନ ସହିଦ ହୋଇଥିଲେ । କିନ୍ତୁ ଚୀନ ନିଜ ସୈନିକଙ୍କ ମୃତ୍ୟୁକୁ ଲୁଚାଉଥିବା ଅଭିଯୋଗ ହୋଇଆସୁଥିଲା । ଏବେ ଏହି ମାମଲାରେ ବଡ଼ ଖୁଲାସା ହୋଇଛି । ଭାରତ ସହ ହୋଇଥିବା ସଂଘର୍ଷରେ ଚୀନର ୩୮ ସୈନିକ ନଦୀରେ ଭାସିଯାଇଥିବା ଜଣାପଡିଛି । ତେବେ ଚୀନ କେବଳ ତାର ୪ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ମାନିଥିଲା । ଅଷ୍ଟ୍ରେଲିଆର ନ୍ୟୁଜପେପର ‘ଦ କ୍ଲାସକନ’ରେ ଏକ ରିପୋର୍ଟ ପ୍ରକାଶ ପାଇଛି । ‘ଗଲୱାନ ଡିକୋଡେଡ’ନାଁରେ ଛପା ଯାଇଥିବା ଏହି ରିପୋର୍ଟକୁ ଇଣ୍ଡିପେଣ୍ଡେଂଟ ସୋସିଆଲ ମିଡିଆ ରିସଚର୍ସ ଟିମ ପ୍ରସ୍ତୁତ କରିଛନ୍ତି । ଏଥିରେ କୁହାଯାଇଛି ଯେ, ସଂଘର୍ଷ ବେଳେ ଚୀନର ପିପୁଲ୍ସ ଲିବରେସନ ଆର୍ମି(ପିଏଲଏ)ର ବହୁ ଯବାନ ନଦୀରେ ଭାସିଯାଇଥିଲେ ।

ଅଷ୍ଟ୍ରେଲିଆ ମିଡିଆର ଏହି ରିପୋର୍ଟ ପୁଣି ଥରେ ଚୀନର ମିଥ୍ୟାକୁ ପଦାରେ ପକାଇଦେଇଛି । ରିପୋର୍ଟରେ କୁହାଯାଇଛି ଯେ, ସେହି ରାତିରେ ବାସ୍ତବରେ କଣ ପାଇଁ ସଂଘର୍ଷ ହୋଇଥିଲା । କେଉଁ କାରଣରୁ ସଂଘର୍ଷ ହୋଇଥିଲା । ବେଜିଂ ଦ୍ୱାରା ଏହା ବିଷୟରେ ଅନେକ ତଥ୍ୟ ଲୁଚି ରହିଥିଲା । ଚୀନ କିନ୍ତୁ ବିଶ୍ୱକୁ ମନଗଢା କାହାଣୀ କହିଥିଲା । ଚୀନ ଅଧିକାରୀ ଅନେକ ବ୍ଲଗ ଓ ପୃଷ୍ଠା ଗୁଡିକୁ ହଟାଇ ଦେଇଛନ୍ତି । ଜୁନ ୨୦୨୦ରେ ଗଲୱାନରେ ଭାରତ ଓ ଚୀନ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା । ୪ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ଉଭୟ ଦେଶ ଏହିପରି ଭାବେ ମୁହାଁମୁହିଁ ହୋଇଥିଲେ ।

Leave A Reply

Your email address will not be published.