ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ବିସ୍ଫୋରଣରେ ଉଡିଲା ଆଇଏସଆଇଏସର ମୁଖ୍ୟ

0

ଆଇଏସଆଇଏସ ମୁଖ୍ୟ ଅବୁ ଇବ୍ରାହିମ ଅଲ ହାସମି ଅଲ କ୍ୟୁରେସିକୁ ଆମେରିକା ସୈନ୍ୟ ନିପାତ କରିଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଟୁଇଟ କରି ଏନେଇ ସୂଚନା ଦେଇଛନ୍ତି । ସିରିଆରେ ଆମେରିକା ସୈନ୍ୟ ଓ ଆଇଏସଆଇଏସ ମଧ୍ୟରେ ଜାରି ସଂଘର୍ଷରେ ଆଇଏସଆଇଏସ ଉପରେ ଏହା ବଡ଼ ବିଜୟ ବୋଲି ଦାବି କରିଛନ୍ତି ବାଇଡେନ ।

ସିରିଆର ଇଦଲିବ ପ୍ରାନ୍ତରେ ଆଇଏସଆଇଏସ ମୁଖ୍ୟ ଅବୁ ଇବ୍ରାହିମର ବାସଭବନ ଉପରେ ଡ୍ରୋନ ମାଡ ଓ ଗ୍ରେନେଡ ହମଲା କରାଯାଇଥିଲା । ଆକ୍ରମଣରେ କରି ଦୁର୍ଦ୍ଦଷ ଆତଙ୍କବାଦୀକୁ ଆମେରିକା ନିପାତ କରିଛି । ଅବୁ ଇବ୍ରାହିମର ପତ୍ନୀ ଓ ତା ପୁଅ, ଝିଅଙ୍କ ମଧ୍ୟରେ ଆକ୍ରମଣରେ ମୃତ୍ୟୁ ହୋଇଥିବା ଜଣାପଡିଛି । ବାଇଡେନ ଟୁଇଟ କରି କହିଛନ୍ତି ଯେ, ତାଙ୍କ ନିର୍ଦ୍ଦେଶ ପରେ ଆମେରିକାର ସୈନ୍ୟ ଆତଙ୍କବାଦ ବିରୋଧରେ ଅଭିଯାନ ଆରମ୍ଭ କରିଥିଲେ । ଏବଂ ଏଥିରେ ସେ ସଫଳ ହୋଇଛନ୍ତି । ଏଥିପାଇଁ ସୈନ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଇଦଲିବ ପ୍ରାନ୍ତରେ ଆଇଏସଆଇଏସ ମୁଖ୍ୟ ଅବୁ ଇବ୍ରାହିମର ଧ୍ୱସ୍ତବିଧ୍ୱସ୍ତ ଘର ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଘଟଣା ସ୍ଥଳର ୧୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏଥିରେ ୬ ଜଣ ଶିଶୁ ଓ ୪ ଜଣ ମହିଳା ଅଛନ୍ତି । ଅପରେସନ ପରେ ସମସ୍ତ ଆମେରିକା ସୈନ୍ୟ ସୁରକ୍ଷିତ ଭାବେ ନିଜ ବେସ୍‌କୁ ଫେରିଛନ୍ତି ଆତଙ୍କବାଦ ବିରୋଧୀ ଲଢେଇରେ ଏହା ଏକ ବଡ଼ ବିଜୟ ବୋଲି କହିଛନ୍ତି ବାଇଡେନ ।

Leave A Reply

Your email address will not be published.