ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

‘କେନ୍ଦ୍ର ଉଠାଉ ବଳକା ଉଷୁନା ଚାଉଳ’

0

ରାଜ୍ୟସଭାରେ ପୁଣି ଉଷୁନା ଚାଉଳ ପ୍ରସଙ୍ଗ । ରାଜ୍ୟସଭାର ଶୂନ୍ୟକାଳରେ ବିଜେଡି ପୁରୁଣା ଦାବି ଦୋହରାଇଛି । ସାଂସଦ ସସ୍ମିତ ପାତ୍ର, ଅମର ପଟ୍ଟନାୟକ,ପ୍ରସନ୍ନ ଆଚାର୍ଯ୍ୟ ଓ ପ୍ରଶାନ୍ତ ନନ୍ଦ ଉଷୁନା ଚାଉଳ ପ୍ରସଙ୍ଗରେ ପୁଣି ଦାବି ଉଠାଇଛନ୍ତି । ସାଂସଦମାନେ ଗୃହରେ କହିଥିଲେ ଯେ, ରାଜ୍ୟର ବଳକା ଉଷୁନା ଚାଉଳ ଏଫସିଆଇ ଉଠାଉନାହିଁ । ଯାହା ଫଳରେ ରାଜ୍ୟର ବହୁ ଚାଷୀ ପ୍ରଭାବିତ ହେଉଛନ୍ତି । ଏବଂ ଜାଣିଶୁଣି ଉଦ୍ଦେଶ୍ୟମୂଳକ ଭାବେ ଏଭଳି କରାଯାଉଛି ବୋଲି ସାଂସଦ ମାନେ କହିଥିଲେ ।

ତୁରନ୍ତ ଉଷୁନା ଚାଉନ ଉଠାଇବାକୁ ବିଜେଡି ସାଂସଦ ଦାବି କରିଛନ୍ତି । କେନ୍ଦ୍ର ଏକ ତରଫା ଏହି ଚାଉଳ ଉଠାଉନାହିଁ ବୋଲି ସାଂସଦ ଅଭିଯୋଗ କରିଛନ୍ତି । ଏହା ପୂର୍ବରୁ କେନ୍ଦ୍ର ସରକାରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଷୁନା ଚାଉଳ ପ୍ରସଙ୍ଗରେ ଚିଠି ଲେଖିଥିଲେ । କିନ୍ତୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ଦାବି ଶୁଣୁନଥିବାରୁ ବିଜେଡି ସାଂସଦ ମାନେ ରାଜ୍ୟସଭାରେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଉଷୁନା ଚାଉଳ ଉଠାଇବାକୁ ନେଇ ଦୀର୍ଘ ଦିନ ହେଲା ରାଜ୍ୟ-କେନ୍ଦ୍ର ମଧ୍ୟରେ ବିବାଦ ଲାଗିରହିଛି । ରାଜ୍ୟ ଏନେଇ କେନ୍ଦ୍ରକୁ ବାରମ୍ବାର ଅବଗତ କଲେ ମଧ୍ୟ କିଛି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି । ବିଜେଡି ସାଂସଦ ମାନେ ଦର୍ଶାଇଛନ୍ତି ଯେ, ରାଜ୍ୟରେ ବର୍ଷକୁ ବର୍ଷ ଅଧିକ ଧାନ ଉତ୍ପାଦନ ହେଉଛି । ସରକାର ଚାଷୀଙ୍କ ସ୍ୱାର୍ଥ ପାଇଁ ଉତ୍ପାଦିତ ଧାନର ଉଚିତ ମୂଲ୍ୟ ଦେବାକୁ ଅଧିକ ଧାନ ସଂଗୃହିତ କରୁଛନ୍ତି । ଯାହା ଫଳରେ ଅଧିକରୁ ଅଧିକ ଉଷୁନା ଚାଉଳ ମହଜୁଦ ରହିଛି । ମାତ୍ର ଏଫସିଆଇ ଏହି ବଳକା ଉଷୁନା ଚାଉଳ ଉଠାଉନଥିବାରୁ ଚାଷୀ କୂଳ ବହୁ ମାତ୍ରାରେ ପ୍ରଭାବିତ ହେଉଛି ବୋଲି ବିଜେଡି ସାଂସଦ କହିଛନ୍ତି ।

Leave A Reply

Your email address will not be published.