କରୋନା ସଂକ୍ରମଣ ହ୍ରାସ ହେଉଥିବାରୁ ଗୋଟିଏ ପରେ ଗୋଟିଏ ରାଜ୍ୟ କଟକଣା କୋହଳ କରୁଛନ୍ତି । ଓଡିଶା ପରେ ଦେଶର ରାଜଧାନୀ ଦିଲ୍ଲୀରେ ଆସନ୍ତା ୭ ତାରିଖରୁ ଅର୍ଥାତ ସୋମବାରରୁ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି । ୭ ତାରିଖରୁ ନବମରୁ ଦ୍ୱାଦଶ ଶ୍ରେଣୀଗୃହ ପାଠପଢା ଆରମ୍ଭ ହେବ । ଏହା ପରେ ୧୪ ତାରିଖରୁ ନର୍ସରୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ସ୍କୁଲ ଯିବେ । ଏହା ସହ ନାଇଟ କର୍ଫ୍ୟୁ ସମୟକୁ କୋହଳ କରାଯାଇଛି । ଏଣିକି ଦିଲ୍ଲୀରେ ରାତି ୧୧ରୁ ଭୋର ୫ଯାଏଁ କର୍ଫ୍ୟୁ ଲାଗିବ । ପୂର୍ବରୁ ରାତି ୧୦ରୁ ନାଇଟ କର୍ଫ୍ୟୁ ଲାଗୁଥିଲା । ସ୍କୁଲ ସହିତ କଲେଜ, ଜିମ୍, ସ୍ପା, କୋଚିଂ ସେଂଟର ସୁଇମିଂ ପୁଲ ମଧ୍ୟ କଟକଣା ଭିତରେ ଖୋଲାଯିବ । ସମସ୍ତ ଶିକ୍ଷାନୁଷ୍ଠାନରେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ତେବେ ସ୍କୁଲ ଖୋଲିଲେ ମଧ୍ୟ ଟିକା ନନେଇଥିବା ଶିକ୍ଷକଙ୍କୁ କ୍ଲାସ କରିବାକୁ ଅନୁମତି ମିଳିବ ନାହିଁ । ମାସ୍କ ପିନ୍ଧିବା ନିୟମ ଉପରେ ମଧ୍ୟ କିଛିଟା ପରିବର୍ତ୍ତନ କରାଯାଇଛି । କାରରେ ଏକୁଟିଆ ଯାଉଥିଲେ ମାସ୍କ ପିନ୍ଧିବାର କୌଣସି ଆବଶ୍ୟକତା ନାହିଁ । ସମସ୍ତ ସରକାରୀ ଓ ଘରୋଇ କାର୍ଯ୍ୟାଳୟ ଶତ ପ୍ରତିଶତ କ୍ଷମତାରେ ଚାଲିବ । କଟକଣା କୋହଳ ନେଇ ଉପୁମଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି ।
ପ୍ରମୁଖ ଖବର
ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ଗିରଫ ପ୍ରଧାନ ଶିକ୍ଷକ ନିଲମ୍ବିତ
ରାଜ୍ୟରେ ଖୋଲିବ ୮ଟି ନୂଆ ଏଡିଜେ କୋର୍ଟ
ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ଚିଠି
ସବୁ ରାଜସ୍ୱ କାର୍ଯ୍ୟାଳୟରେ ଲାଗିବ ବାୟୋମେଟ୍ରିକ
ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପରଲୋକ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ୨ ବର୍ଷ ପାଇଁ ଆଇଏମଡି ମହାନିର୍ଦ୍ଦେଶକ ଭାବରେ ପୁନଃନିଯୁକ୍ତି
ଅପାରଗ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର : ସରକାରଙ୍କ ଚେତାବନୀ
୧୫ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ଜୁନିଅର କ୍ଲର୍କ
ମହିଳା ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ହେଲେ ବବିତା ପାତ୍ର