ପ୍ରମୁଖ ଖବର

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍‌ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍

‘ସ୍କୁଲ ଖୋଲିବା ଖୁସିରେ ମୁଁ ବି ଖୁସି..ପିଲାଙ୍କୁ ସ୍କୁଲ ଛାଡନ୍ତୁ’

0

କୋଭିଡ ସଂକ୍ରମଣ କମିବା ପରେ ଆଜିଠୁ ରାଜ୍ୟରେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲ ଖୋଲିଛି । ସ୍କୁଲ ଖୋଲିବା ପରେ ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଛାତ୍ରଛାତ୍ରୀମାନଙ୍କୁ ଏକ ବାର୍ତ୍ତା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି,ପିଲମାନେ ଆଜି ସ୍କୁଲ ଆସିଲେ । ସ୍କୁଲ ଖୋଲିବା ନିଷ୍ପତ୍ତି ପିଲାଙ୍କୁ ଖୁସି ଦେଇଛି । ପିଲାଙ୍କ ଖୁସିରେ ସେ ନିଜେ ବି ବହୁତ ଖୁସି ଥିବା କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍କୁଲ ଖୋଲିବା ଅର୍ଥ ସ୍ଥିତି ସ୍ୱାଭାବିକ ହେଉଛି । ପାଠ ପଢା ସହ, ନାଚ ଗୀତ, ଖେଳ କୁଦ ପୂର୍ବ ପରି ଚାଲିବ । ପିଲାମାନେ ଭୟ କରନ୍ତୁ ନାହିଁ ।ଆମେ ସମସ୍ତେ ତୁମ ମାନଙ୍କ ସହ ଅଛୁ ବୋଲି କହିଛନ୍ତି ନବୀନ ପଟ୍ଟନାୟକ । ଏହା ସହ ସେ କହିଛନ୍ତି, ପାଠପଢାରେ ଯାହା କ୍ଷତି ହୋଇଛି ତାକୁ ଭରଣା କରିବା । ପିଲାମାନଙ୍କର କୌଣସି ଅସୁବିଧା ହେବନି । ପିଲାଙ୍କ ସହ ଶିକ୍ଷକଙ୍କୁ ବି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ତେ ମିଶି ପାଠ ପଢା କ୍ଷତିର ଭରଣା କରିବା । ପିଲାଙ୍କ ସୁରକ୍ଷା ପାଇଁ ସ୍କୁଲ କର୍ତ୍ତୁପକ୍ଷ ସ୍ୱତନ୍ତ୍ର ଧ୍ୟାନ ଦେବାକୁ କହିଛନ୍ତି । ଅଭିଭାବକ ମାନେ ପିଲାଙ୍କୁ ସ୍କୁଲ ଛାଡନ୍ତୁ । । କୋଭିଡ ନିୟମ ଉପରେ ଧ୍ୟାନ ଦିଅନ୍ତୁ । ଭିବଷ୍ୟତର ମୁକାବିଲା ପାଇଁ ଏ ଅନୁଭୂତି ପିଲାଙ୍କ କାମ ଦେବ ବୋଲି ଭିଡିଓ ବାର୍ତ୍ତା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

Leave A Reply

Your email address will not be published.