ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବିଧାୟକଙ୍କ ମିଡିଆ ପ୍ରଭାରୀଙ୍କୁ ମାଡ଼

0

ଟଙ୍କା ବାଣ୍ଟିବା ଅଭିଯୋଗରେ ବିଧାୟକଙ୍କ ମିଡିଆ ପ୍ରଭାରୀଙ୍କୁ ମାଡ଼ ଅଭିଯୋଗ । ପାଟଣାଗଡ଼ ବିଜେଡି ବିଧାୟକ ସରୋଜ ମେହେରଙ୍କ ମିଡିଆ ପ୍ରଭାରୀ ପ୍ରଦୀପ ମେହେରଙ୍କୁ ଭୋଟ କେନ୍ଦ୍ର ବାହାରେ ଟଙ୍କା ବାଣ୍ଟୁ ଥିବା ଅଭିଯୋଗରେ ସ୍ଥାନୀୟ ଲୋକ ମାଡ଼ ମାରିଛନ୍ତି । ପାଟଣାଗଡ଼ ଏନଏସି କୋଲପଡ଼ାରେ ଏହି ଘଟଣା ଘଟିଛି । ଘଟଣା ସ୍ଥଳରେ ପୁଲିସ ପହଞ୍ଚି କିଛି ଲୋକଙ୍କୁ ଉଠାଇ ନେବା ସହ ତଦନ୍ତ ଆରମ୍ଭ କରିଛି ।

ଖବର ଅନୁସାରେ ପାଟଣାଗଡ଼ ଏନଏସିର ୧ ନଂ, ୨ନଂ, ୩ ନଂ ବୁଥରେ ପ୍ରଦୀପ ମେହେର ଟଙ୍କା ବାଣ୍ଟୁ ଥିଲେ । ଏହି ସମୟରେ ସେଠାରେ କିଛି ବିଜେପି କର୍ମୀ ପହଞ୍ଚି ଯାଇଥିଲେ । ଟଙ୍କା ବାଣ୍ଟୁ ଥିବାର ଦେଖି ସେଠାରେ ପ୍ରଦୀପ ମେହେରଙ୍କୁ ପିଟିଥିଲେ । ଏହା ପରେ ଦଳୀୟ କର୍ମୀ ପ୍ରଦୀପଙ୍କୁ ଉଦ୍ଧାର କରିଥିଲେ । କିଛି ସମୟ ପାଇଁ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ଏବେ ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି ।

Leave A Reply

Your email address will not be published.