ପ୍ରମୁଖ ଖବର

କୋଟିପତି ଡେପୁଟି ରେଞ୍ଜର ଗିରଫ
ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ବାତିଲ୍ ଘଟଣାରେ; ବଦଳି ହେଲେ ୬ ଅଧିକାରୀ
ବିନା ସିସିଟିଭିରେ ଔଷଧ ବିକିପାରିବେନି ଦୋକାନୀ
ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା, ନିଲମ୍ବିତ ଅଧ୍ୟାପକଙ୍କ ଜେଲ୍ ଅବଧି ବୃଦ୍ଧି
ଲାଞ୍ଚ ଅଭିଯୋଗରେ ଡାକ୍ତରଙ୍କୁ ୫ ବର୍ଷ ଜେଲ

ବନ୍ଦ ହେବ କି ଯୁଦ୍ଧ? କିଭ୍ ଓ ଚେର୍ଣ୍ଣିହିବ୍‌ରୁ ସୈନ୍ୟ କମାଇବ ଋଷ

0

୩୫ ଦିନରେ ପହଞ୍ଚିଛି ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ । ତୁର୍କୀର ଇସ୍ତାନବୁଲରେ ଋଷ-ୟୁକ୍ରେନ ମଧ୍ୟରେ ୩ ଘଣ୍ଟା ଧରି ହୋଇଥିବା ଆଲୋଚନାରେ ଋଷ ଆକ୍ରମଣ କମ କରିବା ନେଇ କହିଛି । ବୈଠକରେ ଉଭୟ ଦେଶର ପ୍ରତିନିଧି ମଣ୍ଡଳ କହିଛନ୍ତି, ଆଲୋଚନା ସକାରାତ୍ମକ ହୋଇଛି । ଦୁଇ ଦେଶ ସହମତିରେ ଅସ୍ତ୍ରବିରତି ପାଇଁ ରାଜି ହୋଇଛନ୍ତି । ବୈଠକ ପରେ ଋଷ ଘୋଷଣା କରିଛି ଯେ, ୟୁକ୍ରେନର ଦୁଇଟି ସହ କିଭ୍ ଓ ଚେର୍ନିଭରୁ ସୈନ୍ୟ ହଟାଇବ । ସେପଟେ ୟୁକ୍ରେନ ଏହି ଆଲୋଚନା ବେଳେ ଋଷ ସମ୍ମୁଖରେ ଅନେକ ପ୍ରସ୍ତାବ ରହିଛି ।

ୟୁକ୍ରେନ କହିଛି , ଯଦି ସୁରକ୍ଷା ପ୍ରତିଶ୍ରୁତି ମିଳେ,ତେବେ ଆମେ ନିରପେକ୍ଷ ରହିବୁ ଓ ସାମରିକ ମିଳିତ ମଞ୍ଚ ରେ ଯୋଗଦେବୁ ନାହିଁ । ୟୁକ୍ରେନ ଏହା ମଧ୍ୟ କହିଛି ଯେ, ଆମେ ନିଜ ମାଟିରେ ବିଦେଶୀ ସେନାର ବେସ୍ ନିର୍ମାଣ ହେବାକୁ ଦେବୁ ନାହିଁ ଏବଂ ପରମାଣୁ ଅସ୍ତ୍ର ମଧ୍ୟ ହାସଲ କରିବୁ ନାହିଁ । ଏହା ସହ ଡୋନବାସ ଓ କ୍ରିମିଆ ଉପରେ ଦାବି କରାଯିବନି କି ୟୁକ୍ରେନକୁ ୟୁରୋପୀୟ ୟୁନିଅନରେ ଯୋଗଦେବାକୁ ଋଷ ବିରୋଧ କରିବ ନାହିଁ ବୋଲି ୟୁକ୍ରେନ କହିଛି । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି,ଆଲୋଚନାରୁ ସକାରାତ୍ମକ ଦିଗ ମିଳିଛି । କିନ୍ତୁ ଅନ୍ତର୍ଜାତୀୟ ଗଣମାଧ୍ୟମର ଖବର ଅନୁସାରେ ଆଗକୁ ପୁଟିନଙ୍କୁ ଭେଟିପାରନ୍ତି ଜେଲେନସ୍କି ।

Leave A Reply

Your email address will not be published.