ପ୍ରମୁଖ ଖବର

ଭୁବନେଶ୍ୱରର ଘରୋଇ ଇଞ୍ଜିନିୟରିଂ କଲେଜ ଛାତ୍ରାବାସରେ ବିଟେକ୍ ଛାତ୍ରଙ୍କ ଆତ୍ମହତ୍ୟା
ଅଣ୍ଡରୱେଟ୍ ଶିଶୁଙ୍କ ପୁଷ୍ଟିକର ଖାଦ୍ୟ ପାଇଁ ବଢ଼ିଲା ଖର୍ଚ୍ଚ, ପ୍ରତିଦିନ ମିଳିବ ୧୮ ଟଙ୍କାର ପୋଷଣ
ପିପିଲିରେ ବନ୍ଦ ଘରୁ ଝୁଲନ୍ତା ଅବସ୍ଥାରେ ଦମ୍ପତିଙ୍କ ମୃତଦେହ ଜବତ
ଏସଟି, ଏସସି ଓ ଏସିବିସି ପାଇଁ ସଂରକ୍ଷଣ ବୃଦ୍ଧି, ୨୦୨୬-୨୭ରୁ ଲାଗୁ ହେବ ନୂଆ ନୀତି
ପୁଣି ବଢ଼ିଲା ବସ୍ ଭଡ଼ା, ଯାତ୍ରୀଙ୍କ ପକେଟକୁ ଝଟକା
ମଦର ଡେରୀର ନୂଆ ପଦକ୍ଷେପ: ମାଟିରେ ମିଶିଯିବ କ୍ଷୀର ପାଉଚ୍
ବିଜେପି ଛାଡ଼ିଲେ କେ. ଆନ୍ନାମଲାଇ, ଶୀଘ୍ର ଗଠନ କରିପାରନ୍ତି ନୂଆ ଆଞ୍ଚଳିକ ଦଳ

ହଜିଗଲା ଇଣ୍ଡିଗୋ କର୍ମଚାରୀଙ୍କ ମାନବିକତା

0

ରାଞ୍ଚି: ଦିବ୍ୟାଙ୍ଗ ହୋଇଥିବାରୁ ଜଣେ ୧୩ ବର୍ଷୀୟ ନାବାଳକକୁ ବିମାନରେ ଯାତ୍ରା କରିବାକୁ ସୁଯୋଗ ଦେଲେନି ଇଣ୍ଡିଗୋ କର୍ମଚାରୀ। ଝାଡ଼ଖଣ୍ଡ ରାଞ୍ଚି ବିମାନ ବନ୍ଦରରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଇଣ୍ଡିଗୋ ଏୟାରଲାଇନ୍ସ କର୍ମଚାରୀଙ୍କୁ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହେବାକୁ ପଡ଼ୁଛି।

ସୂଚନାଯୋଗ୍ୟ, ଭିଡିଓରେ ଦେଖାଯାଇଛି ଓ୍ୱିଲ୍ ଚେୟାରରେ ଦିବ୍ୟାଙ୍ଗ ପିଲାଟି  ନିଜ ମାତାପିତାଙ୍କ ସହ ବିମାନକୁ ଅପେକ୍ଷା କରିଥିଲେ। ହେଲେ ପିଲାଟିର ଅସ୍ୱାଭାବିକ ଆଚରଣ ଦେଖି ପିଲାଟିକୁ ବିମାନରେ ଯିବାକୁ  କର୍ମଚାରୀ  ଅନୁମତି ଦେଇ ନ ଥିଲେ। ସମ୍ପୃକ୍ତ ପିଲା  ଅନ୍ୟ ଯାତ୍ରୀଙ୍କ ପାଇଁ ବିପଦ ସୃଷ୍ଟି କରିପାରେ ବୋଲି ଇଣ୍ଡିଗୋ କର୍ମଚାରୀ ଦର୍ଶାଇଥିଲେ । ଏହ ସହ ସଂପୃକ୍ତ ନାବାଳକ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଉଡ଼ାଣ ପାଇଁ ଅନୁମତି ମିଳିନଥିଲା ।

ଏହି ପ୍ରସଙ୍ଗକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହାକୁ ଗୁରୁତର ସହ ନେଇଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ  । ଘଟଣାର ନିଜେ ତଦନ୍ତ କରିବେ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଟ୍ୱିଟ କରିଛନ୍ତି । ଏଭଳି ଘଟଣାକୁ ଆଦୌ ବରଦାସ୍ତ କରାଯିବ ନାହିଁ। ତଦନ୍ତ ପରେ ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଟ୍ୱିଟ କରିଛନ୍ତି ମନ୍ତ୍ରୀ ।

ଘଟଣା ଏବେ ଜଟିଳ ଆକାର ଧାରଣ କରୁଥିବା ଦେଖି ଇଣ୍ଡିଗୋ ସିଇଓ ରଣଞ୍ଜୟ ଦତ୍ତା ଏଥିପାଇଁ ଦୁଃଖ ପ୍ରକାଶ କରିଛନ୍ତି । ଏହା ସହିତ ସଂପୃକ୍ତ ଭିନ୍ନକ୍ଷମ ପିଲା ପାଇଁ ଏକ ଇଲେକ୍ଟ୍ରିକ୍ ହ୍ବିଲଚେୟାର କିଣିଦେବାକୁ ପ୍ରସ୍ତାବ ଦେଇଛନ୍ତି ।

Leave A Reply

Your email address will not be published.