ପ୍ରମୁଖ ଖବର

ବେଆଇନ୍‌ ଭାବେ ଫାଇନ୍‌ ଆଦାୟ କରି ଗଞ୍ଜାମ ଏଆରଟିଓ ଓ ଜୁନିୟର୍ ଏମଭିଆଇ ଗିରଫ
ଏସାର ଗ୍ରୁପ୍ ସହପ୍ରତିଷ୍ଠାତାଙ୍କ ଦେହାନ୍ତ, ୮୦ ବର୍ଷ ବୟସରେ ଶଶି ରୁଇଆଙ୍କ ପରଲୋକ
ପାଣ୍ଡିଆନଙ୍କ ପତ୍ନୀ ଇଏଏସ୍‌ ସୁଜାତା କାର୍ତ୍ତିକେୟନଙ୍କ ଛୁଟି ଆବେଦନ ଖାରଜ କଲେ ମୋହନ ସରକାର, ମାଗିଥିଲେ ଆଉ ୬ ମାସ ଛୁଟି
ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଏକନାଥ ସିନ୍ଦେ
ମାର୍ଚ୍ଚ ୭ ‘ସୁଭଦ୍ରା’ ଆବେଦନର ଶେଷ ତାରିଖ
ସୋଫା କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ୩ ଶ୍ରମିକ ଜୀବନ୍ତ ଦଗ୍ଧ
ଡିସେମ୍ବର ୨୦ରେ ରାଜ୍ୟସଭା ଉପନିର୍ବାଚନ: ଓଡ଼ିଶା ସମେତ ୪ଟି ରାଜ୍ୟର ମୋଟ୍‌ ୬ଟି ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ

ନୋଟବନ୍ଦୀକୁ ପୂରିଲା ୬ ବର୍ଷ

0
  • ବିମୁଦ୍ରୀକରଣକୁ ପୂରିଲା ୬ ବର୍ଷ
  • ୨୦୧୬ ନଭେମ୍ବର 8ରେ କେନ୍ଦ୍ର ସରକାର ନେଇଥିଲେ ନିଷ୍ପତ୍ତି
  • ନୋଟବନ୍ଦୀରେ ପ୍ରଭାବିତ ହୋଇଥିଲେ କୋଟିକୋଟି ଜନସାଧରଣ

ନୂଆଦିଲ୍ଲୀ; ନୋଟବନ୍ଦୀକୁ ପୂରିଲା ୬ ବର୍ଷ । ୨୦୧୬ ମସିହା ଆଜିର ଦିନରେ କେନ୍ଦ୍ର ସରକାର ନେଇଥିଲେ ଏହି ଐତିହାସିକ ନିଷ୍ପତ୍ତି । ଯାହା ସାରା ଦେଶବାସୀଙ୍କ ଅର୍ଥନୈତିକ ସ୍ଥିତିକୁ ବିଗାଡି ଦେଇଥିଲା । ନଭେମ୍ବର ୮ ତାରିଖରୁ ଅଚଳ ହୋଇଯାଇଥିଲା ୫୦୦ ଓ ୧ ହଜାର ଟଙ୍କିଆ ନୋଟ । ଏହି ବିମୁଦ୍ରୀକରଣ ଯୋଗୁଁ କୋଟି କୋଟି ଲୋକ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ । କଳାଧନ ଓ ଜାଲନୋଟର ପ୍ରସାର ରୋକିବା ପାଇଁ ସରକାରଙ୍କ ଏହି ନିଷ୍ପତ୍ତି ବିଭିନ୍ନ ମହଲରେ ସମାଲୋଚିତ ହୋଇଥିଲା । ନଭେମ୍ବର ୨୦୧୬ରେ ପୁରୁଣା ନୋଟ୍ ଜମା କରିବା ଏବଂ ନୂଆ ନୋଟ୍ ପାଇବା ପାଇଁ ଲୋକଙ୍କୁ ବ୍ୟାଙ୍କରେ ଲମ୍ବା ଲାଇନରେ ଛିଡା ହେବାକୁ ପଡିଲା । ସେତେବେଳେ ୫୦୦ ଏବଂ ୧୦୦୦ ଟଙ୍କା ନୋଟ୍ ଅଚଳ ହେବା ପରେ ଅନେକ ନୋଟ୍ ଆବର୍ଜନାରେ ଏବଂ ନଦୀରେ ଭାସୁଥିବା ଦେଖିବାକୁ ମିଳିଥିଲା ।

ଯଦି ନୋଟବନ୍ଦୀ ପରଠାରୁ ବର୍ତ୍ତମାନର ସ୍ଥିତିକୁ ନଜରକୁ ନେବା, ତେବେ ଦେଶରେ ନଗଦ କାରବାର ବର୍ତ୍ତମାନ ସୁଦ୍ଧା୭୧.୮୪ ପ୍ରତିଶତ ବୃଦ୍ଧି ପାଇଛି । ଯେତେବେଳେ ବିମୁଦ୍ରୀକରଣ ଘୋଷଣା କରାଯାଇଥିଲା, ସେତେବେଳେ ଦେଶରେ ୧୭.୭ ଲକ୍ଷ କୋଟି ଟଙ୍କା ଥିଲା । ଗତ ବର୍ଷ ଅକ୍ଟୋବର ଶେଷ ସୁଦ୍ଧା ଏହା ୨୯.୧୭ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଅର୍ଥାତ୍ ଗତବର୍ଷ ନୋଟ୍ ପ୍ରଚଳନରେ ପ୍ରାୟ ୬୪ ପ୍ରତିଶତ ବୃଦ୍ଧି ଘଟିଥିଲା, ଯାହା ୬ ବର୍ଷରେ ପ୍ରାୟ୭୨ପ୍ରତିଶତକୁ ବୃଦ୍ଧି ପାଇଛି । ଯଦିଓ ଦେଶରେ ସର୍ବାଧିକ ବ୍ୟବହୃତ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍ ହଠାତ୍ ପ୍ରଚଳନ ବନ୍ଦ ହୋଇଯାଇଥିଲା । କିନ୍ତୁ ତାହାର ବିକଳ୍ପରେ ବାହାରିଥିଲା ୨୦୦୦,୫୦୦ ଏବଂ ୨୦୦ର ନୂଆ ନୋଟ୍ । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାର ଚଳାଚଳ କିଛି ମାତ୍ରାରେ ପ୍ରଭାବିତ ହୋଇଥିବା ବେଳେ ଏବେ ଦେଶରେ ଏହାର ପ୍ରଚଳନ ବର୍ଷକୁ ବର୍ଷ ବୃଦ୍ଧି ପାଉଛି । ଅବଶ୍ୟ, ବିମୁଦ୍ରୀକରଣ ନିଷ୍ପତ୍ତି ଦ୍ବାରା ସୃଷ୍ଟି ହୋଇଥିବା ଅସୁବିଧା ଗୁଡ଼ିକରୁ ପୁନରୁଦ୍ଧାରରେ ଡିଜିଟାଲ୍ ପେମେଣ୍ଟ ମଧ୍ୟ ଯଥେଷ୍ଟ ତ୍ୱରାନ୍ୱିତ ହୋଇଛି । ଯାହା କରୋନା ଅବଧି ପରଠାରୁ ଆହୁରି ବୃଦ୍ଧି ପାଇଛି ।

ଆରବିଆଇର ରିପୋର୍ଟ ଅନୁଯାୟୀ, ଦେଶରେ ଡିଜିଟାଲ ପେମେଣ୍ଟ ବହୁଗୁଣିତ ହୋଇଥିଲେ ମଧ୍ୟ କିଣାବିକା ପାଇଁ ଜନସାଧାରଣ ନଗଦ ରାଶିକୁ ପସନ୍ଦ କରିଥାନ୍ତି । ୨୦୧୬ରେ ଦେଶରେ ନୋଟଗୁଡିକର ପ୍ରଚଳନ ୧୭.୯୭ ଲକ୍ଷ କୋଟି ଟଙ୍କା ସ୍ତରରେ ଥିଲା । ନୋଟବନ୍ଦୀର ଦୁଇ ସପ୍ତାହ ପରେ ଅର୍ଥାତ୍ ନଭେମ୍ବର ୨୫ ବେଳକୁ ୯.୧୧ ଲକ୍ଷ କୋଟି ଟଙ୍କାକୁ ଖସି ଆସିଥିଲା, ଯାହା ବର୍ତ୍ତମାନ ୨୩୯ ପ୍ରତିଶତ ବୃଦ୍ଧି ହୋଇଛି । ବର୍ତ୍ତମାନ ଦେଶରେ ଡିଜିଟାଲ ପେମେଣ୍ଟ ପାଇଁ ଲୋକଙ୍କ ପାଖରେ ଅନେକ ବିକଳ୍ପ ଅଛି । ରିଜର୍ଭ ବ୍ୟାଙ୍କର ତଥ୍ୟ ଅନୁସାରେ ମୋଟ ମୁଦ୍ରା ପରିମାଣ ୧୫.୪୧ ଟ୍ରିଲିୟନ ଟଙ୍କା ମଧ୍ୟରୁ ବିଭିନ୍ନ ବ୍ୟାଙ୍କରେ ଜମା ହୋଇଥିଲା ୧୫.୩ ଟ୍ରିଲିୟନ ଟଙ୍କା । ଅର୍ଥାତ ମୋଟ ୯୯.୩ ପ୍ରତିଶତ ନୋଟ ବ୍ୟାଙ୍କରେ ଜମା ହୋଇଥିଲା । ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁ ଦେଶରେ ଡିଜିଟାଲ ଓ କ୍ୟାସଲେସ କାରବାର ବୃଦ୍ଧି ପାଇଥିଲା । ତେବେ ଯେଉଁ ଲକ୍ଷ୍ୟ ନେଇ ନୋଟବନ୍ଦୀ କରାଯାଇଥିଲା ତାହା ଏକରକମ ବିଫଳ ହୋଇଛି । ରିଜର୍ଭ ବ୍ୟାଙ୍କ ତଥ୍ୟ ଅନୁସାରେ ଚଳିତ ବର୍ଷ ଅକ୍ଟୋବର ୨୧ ସୁଦ୍ଧା ଦେଶରେ ଲୋକମାନଙ୍କ ନିକଟରେ ମୋଟ ୩୦.୮୮ ଲକ୍ଷ କୋଟି ଟଙ୍କାର ନଗଦ ଟଙ୍କା ରହିଛି । ଏହାର ଅର୍ଥ- ଡିଜିଟାଲ୍ ପେମେଣ୍ଟ ଅପେକ୍ଷା ଲୋକମାନେ ନଗଦ ଉପରେ ଅଧିକ ବିଶ୍ୱାସ କରୁଛନ୍ତି ।

Leave A Reply

Your email address will not be published.