ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଆଜିଠୁ ଓଡ଼ିଶା ପରିକ୍ରମାରେ ହକି ବିଶ୍ୱକପ୍ ଟ୍ରଫି

0

ଭୁବନେଶ୍ବର; ପାଖେଇ ଆସୁଛି ହକି ମହାକୁମ୍ଭ । ଆଉ କିଛି ଦିନ ପରେ କମ୍ପିବ ଭୁବନେଶ୍ବର ଓ ରାଉରକେଲା । ହକି ବିଶ୍ବକପ ନେଇ ସମସ୍ତଙ୍କ ମନରେ ବଢ଼ୁଛି ଉତ୍କଣ୍ଠା । ଏହାରି ମଧ୍ୟରେ ସାରା ଦେଶରେ ପରିକ୍ରମା କରି ଫେରିଛି FIH ଓଡ଼ିଶା ପୁରୁଷ ହକି ବିଶ୍ୱକପ୍ ଟ୍ରଫି ।

ତେବେ ଆଜିଠାରୁ ଓଡ଼ିଶାର ସବୁ ଜିଲ୍ଲା ପରିକ୍ରମା କରିବ ଟ୍ରଫି । ସୁନ୍ଦରଗଡ଼ରେ ଏହି ବିଶ୍ୱକପ ଟ୍ରଫି ୧୭ଟି ବ୍ଲକ୍ ପରିକ୍ରମା କରିବ । ଏହାଦ୍ବାରା ଲୋକଙ୍କ ମଧ୍ୟରେ ଉତ୍ସାହ ବଢ଼ିବ । ୨୧ ଦିନ ଧରି ହକି ବିଶ୍ବକପ ଟ୍ରଫି ଦେଶର ୧୩ ସହର ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ପରିକ୍ରମା କରିସାରିଛି।ପଶ୍ଚିମବଙ୍ଗ, ମଣିପୁର, ଆସାମ, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ପଞ୍ଜାବ, ହରୟାଣା, ଦିଲ୍ଲୀ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ, କେରଳ, କର୍ଣ୍ଣାଟକ ଓ ଛତିଶଗଡ଼ ବୁଲିଛି ଟ୍ରଫି।

ସୂଚନା ଅନୁସାରେ ଆସନ୍ତା ୧୩ ତାରିଖରୁ ଆରମ୍ଭ ହେଉଛି ଓଡ଼ିଶା ପୁରୁଷ ହକି ବିଶ୍ବକପ । ଏଥିରେ ୧୬ଟି ଟିମ୍ ଅଂଶଗ୍ରହଣ କରିବେ । ଭୁବନେଶ୍ବର ଓ ରାଉରକେଲାରେ ଖେଳାଯିବ ବିଶ୍ୱକପର ସମସ୍ତ ମ୍ୟାଚ୍ ।

Leave A Reply

Your email address will not be published.