ପ୍ରମୁଖ ଖବର

ଏକକ ଶିକ୍ଷକ ସ୍କୁଲରେ ତୁରନ୍ତ ନିଯୁକ୍ତ ହେବେ ଶିକ୍ଷକ
ଜାତୀୟ ହସ୍ତତନ୍ତ ଦିବସ: ଦୁଇ ଓଡ଼ିଆ ବୁଣାକାରଙ୍କୁ ଜାତୀୟ ସମ୍ମାନ
ରାଜପଥରୁ ହଟିବେ ଗୋରୁଗାଈ, ପ୍ରତି ୧୦୦ କିମିରେ ହେବ ଗୋଶାଳା
ରୁଷ ସହ ବାଣିଜ୍ୟ କଲେ ଲାଗିପାରେ ୧୦୦% ଶୁଳ୍କ
ଅଗଷ୍ଟ ୯ରୁ ୧୭ ଯାଏଁ ଘରେ ଘରେ ତ୍ରିରଙ୍ଗା ଅଭିଯାନ
ୟୁପିଆଇ ପେମେଣ୍ଟରେ ଲାଗିବନି ଶୁଳ୍କ, ସ୍ପଷ୍ଟ କଲେ ସରକାର
ଦିଲ୍ଲୀରେ ଅଗଷ୍ଟ ୯ରୁ ବିଜେପିର ସ୍ୱାଧୀନତା ଦିବସ ସପ୍ତାହ
ସେପ୍ଟେମ୍ବର ୧ରୁ ତାମିଲନାଡୁର ପ୍ରମୁଖ ମନ୍ଦିରରେ ମୋବାଇଲ ନିଷେଧ
ଷ୍ଟାର୍ଟଅପ୍‌ ପାଇଁ ୫ ସଂସ୍ଥା ସହ ସରକାରଙ୍କ ରଣନୀତିକ ବୁଝାମଣା
ଆଇଆଇଟି ଦିଲ୍ଲୀ ସମାବର୍ତ୍ତନରେ ‘ବିକଶିତ ଭାରତ’ ପାଇଁ ପ୍ରଧାନମନ୍ତୀ ଦେଲେ ବଡ଼ ବାର୍ତ୍ତା

ଅବସର ନେଲେ ସାନିଆ ମିର୍ଜା

0

ଦୁବାଇ; ପାକିସ୍ତାନୀ କ୍ରିକେଟର ଶୋଏବ ମଲ୍ଲିକଙ୍କ ଠାରୁ ଛାଡପତ୍ର ଖବର ଭିତରେ ପ୍ରଶଂସକଙ୍କୁ ଆଉ ଏକ ଝଟକା ଦେଇଛନ୍ତି ଟେନିସ୍ ଷ୍ଟାର ସାନିଆ ମିର୍ଜା । ନିଜ ପ୍ରଫେସନାଲ କାରିଅରରୁ ସନ୍ନ୍ୟାସ ନେବାକୁ ଘୋଷଣା କରିଛନ୍ତି ଭାରତୀୟ ଟେନିସ୍ ସେନ୍ସେସନ୍ ସାନିଆ ମିର୍ଜା । ଶରୀରରେ ଆଘାତ ଲାଗିବା ପରେ ସାନିଆ ଏହି ନିଷ୍ପତ୍ତି ନେଇଛନ୍ତି । ସେ ଆସନ୍ତା ମାସରେ ଖେଳିବେ ଜୀବନର ଶେଷ ଟୁର୍ଣ୍ଣାମେଣ୍ଟ ।

ଫେବ୍ରୁଆରୀ ୧୯ ତାରିଖରେ ଦୁବାଇରେ ଖେଳାଯିବାକୁ ଥିବା ଚ୍ୟାମ୍ପିଅନସିପରେ ସେ ଶେଷ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ସୂଚନା ଦେଇଛନ୍ତି । ଏହି ଚାମ୍ପିଅନସିପ୍ ସାନିଆଙ୍କ କ୍ୟାରିୟରର ଶେଷ ଟୁର୍ନାମେଣ୍ଟ ହେବ । ଏହା ଏକ ବିଶ୍ୱ ଟେନିସ୍ ଆସୋସିଏସନର ୧୦୦୦ତମ ଇଭେଣ୍ଟ ହେବ । ତେବେ ସାନିଆଙ୍କ ବିଷୟରେ କହିବାକୁ ଗଲେ ୩୬ ବର୍ଷୀୟ ସାନିଆ ମିର୍ଜା ମଧ୍ୟ ଡବଲ୍ସରେ ବିଶ୍ୱରେ ନମ୍ବର-୧ ରହିସାରିଛନ୍ତି ।

କୁହାଯାଉଛି ଯେ, ଗତବର୍ଷ ସାନିଆ ଘୋଷଣା କରିଥିଲେ ଯେ, ସେ ୨୦୨୨ର ଶେଷରେ ଅବସର ନେବେ । ଶରୀରରେ ଆଘାତ ଲାଗିଥିବାରୁ ସେ ୟୁଏସ୍ ଓପନ୍ ଖେଳି ପାରିନଥିଲେ। ଏଭଳି ପରିସ୍ଥିତିରେ ସାନିଆ ମିର୍ଜା ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିୟନ ଓପନ୍ ଖେଳିବେ । ଏହାପରେ ସେ ୟୁଏଇରେ ଚାମ୍ପିଅନସିପ୍ ଖେଳିବା ପରେ ଟେନିସ୍ ଜଗତକୁ କରିବେ ଅଲବିଦା କରିବେ ।

Leave A Reply

Your email address will not be published.