ଭୁବନେଶ୍ୱର: କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାରଙ୍କୁ ଗାଦିଚ୍ୟୁତ କରିବା ଲାଗି ନିକଟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାରେ ବିରୋଧୀ ନେତାମାନଙ୍କର ମହାମିଳନ କରିଥିଲେ । ଏହାର ଦିନ ୧୦ଟା ଯାଇନି, ଆଜି ତୃଣମୂଳ କଂଗ୍ରେସ ସାଂସଦ ଡେରିକ୍ ଓ ବ୍ରେନ ଭୁବନେଶ୍ୱରରେ ଘୋଷଣା କରିଛନ୍ତି ଯେ ଓଡ଼ିଶାରେ ଆସନ୍ତା ନିର୍ବାଚନରେ ଦଳ ପ୍ରାର୍ଥୀ ଦେବ । ଖୁବ ଶୀଘ୍ର ଏ ନେଇ ଦଳ ପକ୍ଷରୁ ଘୋଷଣା କରାଯିବ । ପୂର୍ବରୁ ପଡୋଶୀ ଆନ୍ଧ୍ରପ୍ରଦେଶ ତେଲଗୁ ଦେଶମ ପାର୍ଟି ନେତା ଚନ୍ଦ୍ରବାବୁ ନାଇଡୁ ଓଡ଼ିଶାରେ ପ୍ରାର୍ଥୀ ଦେବା ନେଇ ଘୋଷଣା କରିଥିଲେ ।
ଉଭୟ ଦଳର ସଂଗଠନ ଓଡ଼ିଶାରେ ସେଭଳି ନାହିଁ । ରାଜ୍ୟ ରାଜନୀତିର ଆଗଧାଡିର କୌଣସି ନେତା ମଧ୍ୟ ନାହାନ୍ତି । ଏହା ସତ୍ତ୍ୱେ ଏମାନେ ଓଡ଼ିଶାରେ ନିର୍ବାଚନ ରାଜନୀତିକୁ ଓହ୍ଲାଇବାକୁ ସାହସ ଦେଖାଇବାକୁ ଅନେକ ଗୁରୁତ୍ୱ ଦେଉଛନ୍ତି । ରାଜନୈତିକ ମହଲର କହିବା କଥା ହେଉଛି, ଆସନ୍ତା ନିର୍ବାଚନରେ ହଜାରେ ଦୁଇହଜାର ଭୋଟ ବି ଅନେକ ନେତାଙ୍କ ପାଇଁ ଫରକ ରଖିବ । ସେ ଦୃଷ୍ଟିକୋଣରୁ ଏସବୁ ଦଳ ଭୋଟ ଯୋଡିବାରେ ନୁହେଁ, ବରଂ ବିଭାଜନ କରିବାରେ ସାହାଯ୍ୟ କରିପାରନ୍ତି ।
ଏହି ମହଲର ଆହୁରି କହିବା କଥା ହେଉଛି, ଉଭୟ ଦଳର ବଡ଼ ଶତ୍ରୁ ବିଜେପି । ଏଣୁ ଏସବୁ ଦଳ ରାଜ୍ୟ ସରକାରଙ୍କ ବିରୋଧୀ ଭୋଟରେ ଭାଗ ବସାଉଥିଲେ ହେଁ, ଯେହେତୁ ଏହା ଗେରୁଆ ଆଡକୁ ଯିବ ନାହିଁ ବରଂ କଂଗ୍ରେସ ବି ଲାଭଦାୟକ ହେବ ।
ପ୍ରମୁଖ ଖବର
କତାରର ୧୦ ବିଲିୟନ ଡଲାର ନିବେଶ ନେଇ ଆଲୋଚନା, ସୀତାରମଣ-କୁୱାରୀଙ୍କ ବୈଠକ
ସେପ୍ଟେମ୍ବର ୩୦ ଓଡ଼ିଶା ବନ୍ଦ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
କଟକରେ ଶିକ୍ଷକ ପଦୋନ୍ନତି ପ୍ରକ୍ରିୟା ଉପରେ ହାଇକୋର୍ଟଙ୍କ ରୋକ
ପାଠ୍ୟପୁସ୍ତକ ତ୍ରୁଟି ନେଇ ପିଏମଓର ହସ୍ତକ୍ଷେପ, ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଲା କେନ୍ଦ୍ର
ନୀରୁଙ୍କୁ ସୁନା, ଏସିଆନ୍ ଗେମ୍ସରେ ଇତିହାସ ରଚିଲା ଭାରତ
୫ ଦିନରେ ସରିଗଲା ୯ ଦିନିଆ ଅଧିବେଶନ, ୯୫୦ ପ୍ରଶ୍ନରୁ ମିଳିଲା ୮ଟିର ଉତ୍ତର
ସୁପ୍ରିମକୋର୍ଟକୁ ଯିବେ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି, କଲେଜିୟମର ସୁପାରିସ