ଭୁବନେଶ୍ୱର: କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାରଙ୍କୁ ଗାଦିଚ୍ୟୁତ କରିବା ଲାଗି ନିକଟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାରେ ବିରୋଧୀ ନେତାମାନଙ୍କର ମହାମିଳନ କରିଥିଲେ । ଏହାର ଦିନ ୧୦ଟା ଯାଇନି, ଆଜି ତୃଣମୂଳ କଂଗ୍ରେସ ସାଂସଦ ଡେରିକ୍ ଓ ବ୍ରେନ ଭୁବନେଶ୍ୱରରେ ଘୋଷଣା କରିଛନ୍ତି ଯେ ଓଡ଼ିଶାରେ ଆସନ୍ତା ନିର୍ବାଚନରେ ଦଳ ପ୍ରାର୍ଥୀ ଦେବ । ଖୁବ ଶୀଘ୍ର ଏ ନେଇ ଦଳ ପକ୍ଷରୁ ଘୋଷଣା କରାଯିବ । ପୂର୍ବରୁ ପଡୋଶୀ ଆନ୍ଧ୍ରପ୍ରଦେଶ ତେଲଗୁ ଦେଶମ ପାର୍ଟି ନେତା ଚନ୍ଦ୍ରବାବୁ ନାଇଡୁ ଓଡ଼ିଶାରେ ପ୍ରାର୍ଥୀ ଦେବା ନେଇ ଘୋଷଣା କରିଥିଲେ ।
ଉଭୟ ଦଳର ସଂଗଠନ ଓଡ଼ିଶାରେ ସେଭଳି ନାହିଁ । ରାଜ୍ୟ ରାଜନୀତିର ଆଗଧାଡିର କୌଣସି ନେତା ମଧ୍ୟ ନାହାନ୍ତି । ଏହା ସତ୍ତ୍ୱେ ଏମାନେ ଓଡ଼ିଶାରେ ନିର୍ବାଚନ ରାଜନୀତିକୁ ଓହ୍ଲାଇବାକୁ ସାହସ ଦେଖାଇବାକୁ ଅନେକ ଗୁରୁତ୍ୱ ଦେଉଛନ୍ତି । ରାଜନୈତିକ ମହଲର କହିବା କଥା ହେଉଛି, ଆସନ୍ତା ନିର୍ବାଚନରେ ହଜାରେ ଦୁଇହଜାର ଭୋଟ ବି ଅନେକ ନେତାଙ୍କ ପାଇଁ ଫରକ ରଖିବ । ସେ ଦୃଷ୍ଟିକୋଣରୁ ଏସବୁ ଦଳ ଭୋଟ ଯୋଡିବାରେ ନୁହେଁ, ବରଂ ବିଭାଜନ କରିବାରେ ସାହାଯ୍ୟ କରିପାରନ୍ତି ।
ଏହି ମହଲର ଆହୁରି କହିବା କଥା ହେଉଛି, ଉଭୟ ଦଳର ବଡ଼ ଶତ୍ରୁ ବିଜେପି । ଏଣୁ ଏସବୁ ଦଳ ରାଜ୍ୟ ସରକାରଙ୍କ ବିରୋଧୀ ଭୋଟରେ ଭାଗ ବସାଉଥିଲେ ହେଁ, ଯେହେତୁ ଏହା ଗେରୁଆ ଆଡକୁ ଯିବ ନାହିଁ ବରଂ କଂଗ୍ରେସ ବି ଲାଭଦାୟକ ହେବ ।
ପ୍ରମୁଖ ଖବର
କଟକ ରେଲ୍ଓ୍ବେ ଷ୍ଟେଶନରେ ଭୁଶୁଡ଼ିଲା ଛାତ
ବନ୍ୟାରେ ଭାସିଗଲା କାର୍ ; ଗୋଟିଏ ପରିବାରର ୪ ମୃତ
ଲାଞ୍ଚ ନେଉଥିବା ବେଳେ ରାଜ୍ୟ ଟିକସ ସହକାରୀ କମିଶନର ଗିରଫ
ବୈଷ୍ଣୋଦେବୀ ମନ୍ଦିର ନିକଟରେ ଭୂସ୍ଖଳନ, ୩୨ ମୃତ
ଗଶେଣ ଚତୁର୍ଥୀରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଖାଇ ପାଇଁ ଅଗଷ୍ଟ ୨୯ରେ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ