ପ୍ରମୁଖ ଖବର

ଲୋକସଭା ନିର୍ବାଚନ ୨୦୨୪ର ପଞ୍ଚମ ପର୍ଯ୍ୟାୟରେ ସୋମବାର ଅପରାହ୍ନ ୫ଟା ସୁଦ୍ଧା ୪୯ଟି ଆସନରେ ୫୬.୬୮% ମତଦାନ
ଓଡିଶା ରାଜ୍ୟରେ ଅପରାହ୍ଣ ୫ଟା ସୁଦ୍ଧା ୬୦.୫୪ ପ୍ରତିଶତ ମତଦାନ
ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜଧାନୀରେ ରୋଡ ସୋ’ କରିଛନ୍ତି
ଛତିଶଗଡ଼ରେ ୨୦ଫୁଟ ତଳକୁ ଓଲଟିଲା ପିକଅପ ଭ୍ୟାନ, ୧୭ମୃତ, ୧୨ ଆହତ

ପୂର୍ବତଟ ରେଳବାଇକୁ ୭,୦୧୦ କୋଟି

0

ରେଳ ବଜେଟରେ ପୂର୍ବତଟ ରେଳବାଇକୁ୭ ହଜାର ୧୦ କୋଟି ଟଙ୍କା ଅନୁଦାନ ମିଳିଛି । ଯାହାକି ଗତବର୍ଷ ଅପେକ୍ଷା ୧୩ ପ୍ରତିଶତ ଅଧିକ ଅର୍ଥ ମିଳିଛି । ନୂଆ ଲାଇନ୍ ପାଇଁ ବଜେଟରେ ୨ ହଜାର ୬୩୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

ହରିଦାସପୁର-ପାରାଦୀପ ଲାଇନ୍ ପାଇଁ ସର୍ବାଧିକ ୪୦୦ କୋଟି ଟଙ୍କା,ଖୋର୍ଦ୍ଧା-ବଲାଙ୍ଗର ଲାଇନ୍ ପାଇଁ ୩୫୦ କୋଟି, ଅନୁଗୁଳ-ସୁକିନ୍ଦା ରୋଡ୍ ଲାଇନ୍ ପାଇଁ ୨୫୦ କୋଟି, ତେଳଚେର-ବିମଳାଗଡ ଲାଇନ୍ ପାଇଁ ୧୫୦ କୋଟି, ଜୟପୁର-ମାଲକାନାଗିରି ଲାଇନ୍ ପାଇଁ ୭୦ କୋଟି ଏବଂ ଜୟପୁର-ନବରଙ୍ଗପୁର ଲାଇନ୍ ପାଇଁ ୧୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଦୋହରିକରଣରେ ସମ୍ବଲପୁର-ତାଳଚେର ଲାଇନ୍ ପାଇଁ ୨୪୯ କୋଟି, ସମ୍ବଲପୁର-ଟିଟିଲାଗଡ ଲାଇନ୍ ପାଇଁ ୧୭୦ କୋଟି, ବିଜୟନଗରମ୍-ସମ୍ବଲପୁର ଲାଇନ୍ ପାଇଁ ୩୫୦ କୋଟି, କୋରାପୁଟ-ସିଙ୍ଗାପୁର ରୋଡ୍ ପାଇଁ ୨୦୫ କୋଟି, ରାଉରକେଲା-ଝାରସୁଗୁଡା ଲାଇନ୍ ପାଇଁ ୧୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

Leave A Reply

Your email address will not be published.