ଭୁବନେଶ୍ୱର:ଶେଷରେ ହାତ ଛାଡି ହାତୀ (ବିଏସପି ନିର୍ବାଚନ ଚିହ୍ନ) ସହିତ ଯିବେ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ । ଆସନ୍ତାକାଲି ସେ ବହୁଜନ ସମାଜବାଦି ପାର୍ଟିରେ ଯୋଗ ଦେଉଥିବା ସୂଚନା ମିଳିଛି । ଏ ନେଇ ଭୁବନେଶ୍ୱରରେ ଏକ ମିଶ୍ରଣ କାର୍ଯ୍ୟକ୍ରମ ଦଳ ଆୟୋଜନ କରିଛି ଓ ପ୍ରଭାରୀ ଧରମବୀର ସିଂହଙ୍କ ଉପସ୍ଥିତିରେ ସେ ମାୟାବତୀଙ୍କ ଦଳରେ ସାମିଲ ହେବେ । ଶ୍ରୀ ଶଗରିଆ କଂଗ୍ରେସରୁ ଇସ୍ତଫା ଦେବା ପରେ କେଉଁ ଦଳରେ ଯୋଗଦେବେ ତାକୁ ନେଇ କଳ୍ପନାଜଳ୍ପନା ଜାରି ରହିଥିଲା । ସେ ନିଜେ ମଧ୍ୟ ଏହାକୁ ରୋଚକ ମୋଡ ଦେଇଥିଲେ ।
ସାମାଜିକ ନ୍ୟାୟ ଆନ୍ଦୋଳନ ବ୍ୟାନରରେ ଗତ ୩୧ ତାରିଖ ଦିନ ସେ ଭୁବନେଶ୍ୱରରେ ଏକ ବଡ ସଭା କରିଥିଲେ । ସମସ୍ତେ ଭାବିଥିଲେ ସେ ଆମ ଆଦ୍ମି ପାର୍ଟିରେ ଯୋଗଦେବେ । କାରଣ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କ୍ରେଜିଵାଲଙ୍କୁ ନେଇ ସେ ଏହି ସଭାର ଆୟୋଜନ କରିଥିଲେ । ମାତ୍ର ଏହାକ ୪୮ ଘଣ୍ଟା ପରେ ସୂଚନା ମିଳିଛି ଯେ ଶଗରିଆ ରବିବାର ବିଏସପିରେ ଯୋଗଦେବେ ।
ପ୍ରମୁଖ ଖବର
ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର