ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

କ୍ଷମତାକୁ ଆସିଲେ ‘ତିନି ତଲାକ୍‌’ ଆଇନ ରଦ୍ଦ

0

କଂଗ୍ରେସ ମହିଳା ଶାଖା ମୁଖ୍ୟଙ୍କ ପ୍ରତିଶ୍ରୁତି
ସଂଖ୍ୟାଲଘୁଙ୍କୁ ତୁଷ୍ଟୀକରଣ ଉଦ୍ୟମ

ନୂ୍ଆଦିଲ୍ଲୀ : କଂଗ୍ରେସ ଯଦି ୨୦୧୯ରେ କ୍ଷମତାକୁ ଆସିବ ତେବେ ଏହା ବିବାଦୀୟ ‘ତିନି ତଲାକ୍‌’ ଆଇନକୁ ରଦ୍ଦ କରିଦେବ। ଆଜି ଏଭଳି ପ୍ରତିଶ୍ରୁତି ଦେଇଛନ୍ତି କଂଗ୍ରେସ ମହିଳା ଶାଖା ମୁଖ୍ୟ ସୁଶ୍ମିତା ‌ଦେବ୍। ଗୁରୁବାର ଦିଲ୍ଲୀରେ ଆୟୋଜିତ ଏଆଇସିସି ସଂଖ୍ୟାଲଘୁ ବିଭାଗର ଜାତୀୟ ସମ୍ମିଳନୀରେ େସ ଏପରି କାର୍ଡ େଖଳିଛନ୍ତି। ଏହି ସମ୍ମିଳନୀରେ ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ।
ସୁଶ୍ମିତା କହିଛନ୍ତି, ମୁସଲିମ୍‌ ପୁରୁଷଙ୍କୁ ଜେଲ୍‌ରେ ଭର୍ତ୍ତି କରିବାପାଇଁ ଏବଂ ସେମାନଙ୍କୁ ଥାନାରେ ପୂରାଇବାପାଇଁ ମୋଦୀ ସରକାର ଏହି ଆଇନକୁ ଅସ୍ତ୍ର କରିବେ। କଂଗ୍ରେସ ଏହି ବିଲ୍‌କୁ ରାଜ୍ୟସଭା‌ରେ ଗୃହିତ କରାଇ ଦେବନି। ବିଜେପି ଆଜି କଂଗ୍ରେସକୁ କଡ଼ା ସମାଲୋଚନା କରିଛି। ସଂଖ୍ୟାଲଘୁଙ୍କୁ ସନ୍ତୁ‌ଷ୍ଟ ପାଇଁ କଂଗ୍ରେସ ଏଭଳି ପ୍ରତିଶ୍ରୁତି ଦେଉଛି ବୋଲି ବିଜେପି ନେତା ସମ୍ବିତ ପାତ୍ର କହିଛନ୍ତି। ଉଲ୍ଲେଖ‌ଯୋଗ୍ୟ ‘ତିନି ତଲାକ୍‌’ ବିଲ୍ ଲୋକସଭାରେ ଗୃହୀତ ହୋଇସାରିଥିବା‌ବେଳେ ରାଜ୍ୟସଭାରେ ଏହା ଅଟକି ରହିଛି।

Leave A Reply

Your email address will not be published.