ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପତ୍ନୀ ବରଖା ବିଷ୍ଟ । ଏହି ଖବର ଶୁଣି ବ୍ୟସ୍ତ ହୋଇଯାଉଛନ୍ତି କି । ପ୍ରଧାନମନ୍ତ୍ରୀଙ୍କ ବାୟୋପିକ୍କୁ ନେଇ ଯେଉଁ ଫିଲ୍ମ ନିର୍ମାଣ ଯୋଜନା ଚାଲିଛି, ସେଥିରେ ମୋଦୀଙ୍କ ଧର୍ମପତ୍ନୀ ଯଶୋଦା ବେନ୍ଙ୍କ ଭୂମିକାରେ ବରଖା ଅଭିନୟ କରିବେ । ନିଜେ ବରଖା ଏକଥା ଗଣମାଧ୍ୟମ ସାମ୍ନାରେ କହିବା ପରେ ଏହା ଉପରୁ ପରଦା ହଟିଛି । ବିବେକ ଓବରାୟ ନରେନ୍ଦ୍ର ମୋଦୀଙ୍କ ଭୂମିକାରେ ସାମ୍ନାକୁ ଆସିବେ ।
ବିଷ୍ଟ ଗଣମାଧ୍ୟମକୁ କହିଛନ୍ତି ଯେ ସେ ବହୁତ ବହି ପଢାପଢି କରୁଛନ୍ତି ଓ ସେମାନଙ୍କ ସଂପର୍କରେ (ମୋଦୀ- ଯଶୋଦା)ଙ୍କ ବିଷୟରେ ଅଧିକରୁ ଅଧିକ ଜାଣିବାକୁ ଚାହୁଁଛି ।
ଏହା ପୂର୍ବରୁ ମନମୋହନ ସିଂହଙ୍କ ବାୟୋପିକ୍ ଦ ଆµିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟର ଓ ବାଲା ସାହେବ ଠାକ୍ରେଙ୍କ ବାୟୋପିକ୍କୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି ।
ପ୍ରମୁଖ ଖବର
ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ