୨୨ ତାରିଖରୁ ରାଜ୍ୟର ସମସ୍ତ ଶୀତଳଭଣ୍ଡାର ବନ୍ଦ
ଆଳୁ ମିସନ ଫେଲ୍, ଉପùାଦନ ବଢିବା ବଦଳରେ କମୁଛି
ଖାଲି ପଡୁଛି ଶୀତଳଭଣ୍ଡାର, ବିଦ୍ୟୁତ ରିହାତି ବି ମିଳୁନି
ଭୁବନେଶ୍ୱର:ରାଜ୍ୟ ସରକାର ୨୦୧୫ରେ ଆଳୁ ମିସନ ଘୋଷଣା କରିଥିଲେ । ଆଳୁ ଉପùାଦନ ବୃଦ୍ଧି ସହିତ ସଂରକ୍ଷଣ ପାଇଁ ୧୧୨ଟି ଶୀତଳଭଣ୍ଡାର ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଥିଲା । ଏଥିରୁ ୨୬ଟି ଶୀତଳଭଣ୍ଡାର ନିର୍ମାଣ ହୋଇପାରିଲା । ଏବେ ଏସବୁ ମଧ୍ୟରୁ ୨୪ଟିର ସ୍ଥିତି ଦୟନୀୟ ହୋଇଗଲାଣି । ରାଜ୍ୟ ସରକାର ଯଦି ତୁରନ୍ତ ହସ୍ତକ୍ଷେପ ନ କରିବେ, ତେବେ ଆସନ୍ତା ୨୨ ତାରିଖରୁ ରାଜ୍ୟର ସମସ୍ତ ଘରୋଇ ଶୀତଳଭଣ୍ଡାରକୁ ବନ୍ଦ କରି ଦିଆଯିବ ।
ଆଜି ସ୍ଥାନୀୟ କେଶରୀ ହୋଟେଲ ପରିସରରେ ଅନୁଷ୍ଠିତ ଏକ ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟ ଶୀତଳଭଣ୍ଡାର ସଂଘ ଏପରି ସୂଚନା ଦେବା ପରେ ରାଜ୍ୟ ସରକାରଙ୍କର କୃଷି ପ୍ରତି ଥିବା ଆନ୍ତିରକତା ନେଇ ପ୍ରଶ୍ନ ଉଠିଛି । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ କାଳିଆ ସହାୟତା ଘୋଷଣା କରି ଚାଷୀଙ୍କ ଆର୍ଥିକ ମାନଦଣ୍ଡ ସଜାଡିବା ଲାଗି ଉଦ୍ୟମ ଚଳାଇଥିବା ବେଳେ ଅନ୍ୟପଟରେ କୃଷି ବିଭାଗର ବଡପଣ୍ଡାମାନଙ୍କ ଉଦାସୀନ ମନୋଭାବ କାରଣରୁ ରାଜ୍ୟରେ ଶୀତଳଭଣ୍ଡାର ବ୍ୟବସ୍ଥା ଭୁଶୁଡିଯିବା ପରିସ୍ଥିତିକୁ ଆସିଗଲାଣି ।
ସଂଘର କହିବା କଥା ହେଉଛି, ଅଢେଇରୁ ତିନି କୋଟି ଟଙ୍କା ବ୍ୟୟରେ ଶୀତଳଭଣ୍ଡାର କରାଯାଇଥିଲା । ସରକାର ସେତେବେଳେ କହିଥିଲେ ଯେ ଆଳୁ ମିସନ କାରଣରୁ ଉପùାଦନ ବୃଦ୍ଧି ପାଇବ ଓ ଏସବୁ ଶୀତଳଭଣ୍ଡାରରେ ମହଜୁଦ ରହିବ । ମାତ୍ର ଏସବୁ ଶୀତଳଭଣ୍ଡାର ବର୍ଷତମାମ ଖାଲି ପଡି ରହୁଛି । ୩ବର୍ଷ ପୂର୍ବେ ରାଜ୍ୟରେ ୨ଲକ୍ଷ ଟନ୍ ଆଳୁ ଉପùାଦନ ହେଉଥିଲା । ଏବେ ତାହା ବଢିବା ପରିବର୍ତେ କମିବାରେ ଲାଗିଛି । ରାଜ୍ୟ ବାହାରର ଆଳୁ ଏହି ଶୀତଳଭଣ୍ଡାରରେ ରଖିବା ମଧ୍ୟ ସମ୍ଭବ ହେଉନାହିଁ ।
ଶୀତଳଭଣ୍ଡାର ମାଲିକମାନଙ୍କର କହିବା କଥା, ସରକାର କହିଥିଲେ, ଏଥିରେ ଆଳୁ ମହଜୁଦ ରହିଲେ, ବିଦ୍ୟୁତ ରିହାତି ମିଳିବ । ମାତ୍ର ଆଳୁ ତ ନାହିଁ, ବିଦ୍ୟୁତ ରିହାତି କିଏ ଦେବ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ବି ସ୍ଥିତିରେ କୌଣସି ଉନ୍ନତି ନ ହେବା କାରଣରୁ ସେମାନେ ଶୀତଳଭଣ୍ଡାରରେ ତାଲା ପକାଇବାକୁ ନିଷ୍ପତ୍ତି ନେଇଥିବା ଆଜି ସଂଘ ଜଣାଇଛି ।
ପ୍ରମୁଖ ଖବର
ଫିଟନେସ୍ ବିନା ରାସ୍ତାରେ ଗଡ଼ିବନି ଗାଡ଼ି; ନିୟମ ଭଙ୍ଗିଲେ ହେବ ଜବତ
ଭୁବନେଶ୍ୱରରେ ନିର୍ମାଣ ହେବ ୬୦୦ କୋଟି ଟଙ୍କାର ଅତ୍ୟାଧୁନିକ ରାଜସ୍ୱ ଭବନ
ଅହମଦାବାଦ ସିରିଏଲ ବିସ୍ଫୋରଣ ମାମଲା: ୩୮ଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ
ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ନେଇ ଭାଇରାଲ ଚିଠି ଜାଲ୍, ସ୍ପଷ୍ଟ କଲା ଗଣଶିକ୍ଷା ବିଭାଗ
ୱାୟାନାଡରେ ଭୟଙ୍କର ଭୂସ୍ଖଳନ: ୩ ମୃତ, ୭ ନିଖୋଜ; ଜାରି ରହିଛି ଉଦ୍ଧାର କାର୍ଯ୍ୟ
ନାଟୋ ସମ୍ମିଳନୀ ପୂର୍ବରୁ ୟୁକ୍ରେନ୍ ଉପରେ ରୁଷର ଭୟଙ୍କର ଆକ୍ରମଣ, ୨୩ ମୃତ
ତେଲ ନଦୀରେ ଭାସି ଯାଇ ବୃଦ୍ଧଙ୍କ ମୃତ୍ୟୁ
ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି
ଭୁବନେଶ୍ବର: ଦାମୀ ଗାଡ଼ିରେ ବ୍ରାଉନସୁଗାର କାରବାର, ବାପ–ପୁଅ ଗିରଫ