ଭୁବନେଶ୍ୱର: ମାଲକାନଗିରିର ପୂର୍ବତନ ବିଧାୟକ ତଥା ବିଜେପି ନେତା ମୁକୁନ୍ଦ ସୋଡି ନିର୍ବାଚନ ପୂର୍ବରୁ ଘରକୁ ବାହୁଡିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନବୀନ ନିବାସରେ ନିଜ ସମର୍ଥକଙ୍କ ସହିତ ସେ ବିଜେଡିରେ ସାମିଲ ହୋଇଥିଲେ ।
ମୁକୁନ୍ଦଙ୍କ ବିଜେଡି ଯୋଗଦାନକୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ରାଜ୍ୟ ସଭାପତି ସ୍ୱାଗତ କରିବା ସହିତ ଏହାଦ୍ୱାରା ମାଲକାନଗିରିରେ ଦଳର ଶକ୍ତି ବୃଦ୍ଧି ଘଟିବ ବୋଲି କହିଥିଲେ ।
ଅନ୍ୟପକ୍ଷରେ ଯଦିଓ ସ୍ଥାନୀୟ ବିଧାୟକ ମାନସ ମାଡକାମୀଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ହେଲା, ତଥାପି ଆସନ୍ତା ନିର୍ବାଚନରେ ମୁକୁନ୍ଦ ପୁଣି ଥରେ ବିଜେଡି ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ଶ୍ରୀ ମାଡକାମୀଙ୍କ ଲୋକପ୍ରିୟତା ହ୍ରାସ ପରିପ୍ରେକ୍ଷୀରେ ଦଳର ଶୀର୍ଷ ନେତୃତ୍ୱ ମୁକୁନ୍ଦଙ୍କ ସଂପର୍କରେ ଚିନ୍ତା କରିଛନ୍ତି । ଏହାଦ୍ୱାରା ମାଲକାନଗିରିରେ ବିଜେପିକୁ ମଧ୍ୟ ଶକ୍ତ ଧକକା ଲାଗିଛି । ମୁକୁନ୍ଦ ବିଜେପିରେ ଯୋଗଦେବା ପରେ ସେଠାରେ ସଂଗଠନ ଚଳାଇଥିଲେ ଓ ଦଳ ଭଲ ପ୍ରଦର୍ଶନ କରିଥିଲା ।
ପ୍ରମୁଖ ଖବର
୫ରୁ ୧୭ ବର୍ଷ ପିଲାଙ୍କ ଆଧାର ବାୟୋମେଟ୍ରିକ୍ ଅପଡେଟ୍ ମାଗଣା
‘ଚଳିବ’ ମାନସିକତା ବଦଳାଇ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ: ମୋଦୀଙ୍କ ଆହ୍ୱାନ
ଏନ୍ଟିପିସି ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଆହତ
ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି: ଏମ୍ଏମ୍ଡିଆର୍ ବିଲ୍କୁ କଂଗ୍ରେସର ବିରୋଧ, ସ୍ୱତନ୍ତ୍ର ଅଧିବେଶନ ଦାବି
ୟୁପିର ୫୨ ନେତାଙ୍କୁ ମିଳିବ ବୁଲେଟ୍ପ୍ରୁଫ୍ ଜାକେଟ୍
୪ ବର୍ଷରୁ କମ୍ ପିଲାଙ୍କ ପାଇଁ କାଶ-ଥଣ୍ଡା ଔଷଧ ଉପରେ କେନ୍ଦ୍ରର କଟକଣା
ଚିନି ଦରରେ ରେକର୍ଡ ବୃଦ୍ଧି
ନେତାନ୍ୟାହୁଙ୍କ ବିରୋଧରେ ତୁର୍କୀର ଗିରଫ ପରୱାନା