ପ୍ରମୁଖ ଖବର

ବିଜେପି ଛାଡ଼ି ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି ଦେବାଶିଷ ନାୟକ
ଅମିତ ଶାହାଙ୍କ ନକଲି ଭିଡିଓ ମାମଲାରେ ୩ ଦିନିଆ ପୁଲିସ ହେପାଜତରେ ଗଲେ କଂଗ୍ରେସ ନେତା ଅରୁଣ ରେଡ୍ଡୀ
ଆସନ୍ତାକାଲି ରାତି ସାଢ଼େ ୯ଟାରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସୋମବାର ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ଆୟୋଜିତ ସଭାରେ ଉଦବୋଧନ ଦେବେ
ନବୀନଙ୍କ ୪ ଜିଲ୍ଲା ଗସ୍ତ: ପ୍ରଥମ ପର୍ଯ୍ୟାୟରେ କୋରାପୁଟ, ପରେ ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ନିର୍ବାଚନ ଥିବାବେଳେ, ବିଜେଡି ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରିବେ ନବୀନ
ଟିକେଟ ଫେରାଇ ଦେଲେ ପୁରୀ ଲୋକସଭା ପ୍ରାର୍ଥୀ; ମେଲରେ ଏଆଇସିସି କୁ ଲେଖିଲେ କଡ଼ା କଥା,ନିର୍ବାଚନ ଲଢ଼ିବା ପାଇଁ ଦଳ ଫଣ୍ଡିଂ ନ ଦେବାରୁ ଟିକେଟ୍ ଫେରାଇ ଦେଇଥିବା ସେ ମେଲ ଜରିଆରେ ଏଆଇସିସିକୁ ଜଣାଇଛନ୍ତି

କାରଣ ଖୋଜିବାକୁ ଆସି ପହଞ୍ଚିଲା କେନ୍ଦ୍ରୀୟ ଟିମ୍

0

ଅଗଷ୍ଟ-ସେପ୍ଟେମ୍ବରରେ ଆସିପାରେ ତୃତୀୟ ଲହର

ଭୁବନେଶ୍ବର: ଓଡିଶାରେ କାହିଁକି କମୁନି କରୋନା ସଂକ୍ରମଣ ? ଏହାର ସମୀକ୍ଷା ପାଇଁ ଓଡିଶାରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ । କୋଲକତା ଜନସ୍ୱାସ୍ଥ୍ୟ ବିଭାଗର ଡାକ୍ତର ପ୍ରଫେସର ଶିବାନୀ ଦତ୍ତ ଭୁବନେଶ୍ୱରରେ ପହଞ୍ଚିବା ପରେ ରାଜ୍ୟ ସରକାରୀ ଅଧିକାରୀମାନେ ତାଙ୍କୁ ସ୍ବାଗତ କରିଥିଲେ। ତାଙ୍କ ସହ ଯୋଗଦେବେ ଭୁବନେଶ୍ୱର ଏମସର ଡାକ୍ତର ପ୍ରଶାନ୍ତ ମହାପାତ୍ର । ୨ ଜଣିଆ ଟିମ ଆସନ୍ତାକାଲି ଅଧିକ ସଂକ୍ରମିତ ଜିଲ୍ଲା ଗସ୍ତ କରିବେ। କିଭଳି ମୁକାବିଲା କରାଯିବ, କେଉଁଠି ତ୍ରୁଟି ରହୁଛି, ତାଉପରେ ଦୃଷ୍ଟିଦେବ ଏହି ଟିମ ।

ପ୍ରଫେସର ଶିବାନୀ ଦତ୍ତ କହିଛନ୍ତି, ଆଜି ରାଜ୍ୟର ବିଭାଗୀୟ ଅଧିକାରୀଙ୍କ ସହ କରୋନା ସ୍ଥିତି ନେଇ ଆଲୋଚନା କରିବେ । କୋଭିଡ ପରିଚାଳନା, କଣ୍ଟେନ୍‌ମେଣ୍ଟ ଜୋନ ନେଇ ଆଲୋଚନା ହେବ। ଏହା ପରେ ଆସନ୍ତାକାଲି ଅଧିକ ସଂକ୍ରମଣ ହାର ଥିବା ଜିଲ୍ଲା ପରିଦର୍ଶନ କରିବେ। କ୍ଷେତ୍ର ପରିଦର୍ଶନ ପରେ ରାଜ୍ୟ ସରକାରଙ୍କୁ ଆବଶ୍ୟକୀୟ ପରାମର୍ଶ ଦେବୁ। ଏବଂ ଶେଷରେ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବୁ ବୋଲି କହିଛନ୍ତି ଡାକ୍ତର ଶିବାନୀ। ସେହିପରି ଆସନ୍ତା ଅଗଷ୍ଟ-ସେପଟେମ୍ବରରେ ତୃତୀୟ ଲହର ଆସିପାରେ ବୋଲି କହିଛନ୍ତି ଶିବାନୀ ଦତ୍ତ।

ତାଲାବନ୍ଦ ପରେ ଏବେ ବି ରାଜ୍ୟରେ କରୋନା ସଂକ୍ରମଣ ଆଖିଦୃଶିଆ ଭାବେ ହ୍ରାସ ପାଇନି । ୧୦ ଜିଲ୍ଲାରେ ସଂକ୍ରମଣ ହାର ଅଧିକ ରହିଛି । ମୃତ୍ୟୁ ସଂଖ୍ୟା ମଧ୍ୟ ରାଜ୍ୟରେ ୫୦ ଟପିଛି । ଗତ ୨୪ ଘଂଟାରେ ସର୍ବାଧିକ ୫୨ ଜଣଙ୍କ ମୃତ୍ୟୁ ହୋଇଛି । ଯାହା ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଦେଶରେ କରୋନା ସଂକ୍ରମଣ ହାର କମୁଥିବା ବେଳେ ୬ ଟି ରାଜ୍ୟରେ କିନ୍ତୁ ସଂକ୍ରମଣ କମୁନି। ଓଡିଶା ସମେତ କେରଳ, ଅରୁଣାଚଳପ୍ରଦେଶ , ତ୍ରିପୁରା, ଛତିଶଗଡ,ଓ ମଣିପୁରରେ ଅଧିକ ସଂକ୍ରମିତ ଅଧିକ ଚିହ୍ନଟ ହେଉଥିବାରୁ ଏହି ସମସ୍ତ ରାଜ୍ୟକୁ କରୋନା ସ୍ଥିତିର ସମୀକ୍ଷା ପାଇଁ କେନ୍ଦ୍ରୀୟ ଟିମ ପଠାଯାଇଛି।

Leave A Reply

Your email address will not be published.