ଭୁବନେଶ୍ୱର: ୨୦୧୯ ଏପ୍ରିଲ ମାସରେ ଜିଏସ୍ଟି (ଦ୍ରବ୍ୟ ଓ ସେବା କର) ଆଦାୟ ସର୍ବକାଳୀନ ରେକର୍ଡ ଛୁଇଁଛି । ଅର୍ଥମନ୍ତ୍ରାଳୟର ତଥ୍ୟ ଅନୁସାରେ, ଜିଏସଟି ପ୍ରଚଳନ ପରେ ପ୍ରଥମ ଥର ପାଇଁ ଟିକସ ଆଦାୟ ପରିମାଣ ୧ଲକ୍ଷ ୧୩ହଜାର କୋଟି ଡେଇଁଛି ।
ତଥ୍ୟ ଅନୁସାରେ, ଚଳିତ ଆର୍ଥିକ ବର୍ଷ ଆରମ୍ଭରୁ ଅର୍ଥାତ୍ ଏପ୍ରିଲମାସର ଟିକସ ଆଦାୟର କେନ୍ଦ୍ର ସରକାର ଖୁସି । ପଞ୍ଚମ ଥର ପାଇଁ ଟିକସ ଆଦାୟ ୧ଲକ୍ଷ କୋଟି ଡେଇଁଛି । ଏଥର ଅର୍ଥାତ୍ ଏପ୍ରିଲ ମାସରେ ଏହାର ପରିମାଣ ୧ଲକ୍ଷ ୧୩ ହଜାର ୮୬୫କୋଟି ଛୁଇଁଛି । ଗତବର୍ଷ ଏପ୍ରିଲ ମାସର ଟାର୍ଗେଟ ତୁଳନରେ ଏହା ୧୦.୦୫ ପ୍ରତିଶତ ଅଧିକ । ଗତବର୍ଷ ଏପ୍ରିଲ ମାସରେ ୧ଲକ୍ଷ ୩ହଜାର ୪୫୯ କୋଟି ଟଙ୍କା ଆଦାୟ ହୋଇଥିଲା ।
ଆଦାୟ ହୋଇଥିବା ଟିକସ ମଧ୍ୟରେ କେନ୍ଦ୍ରୀୟ ଦ୍ରବ୍ୟ ଓ ସେବା କର ପରିମାଣ ୨୧ ହଜାର ୧୬୩ କୋଟି ଟଙ୍କା ଥିବା ବେଳେ ରାଜ୍ୟ ଦ୍ରବ୍ୟ ଓ ସେବା କରର ପରିମାଣ ୨୮ ହଜାର ୮୦୧ କୋଟି ଟଙ୍କା ରହିଛି । ଇଣ୍ଟିଗ୍ରେଟେଡ୍ ବା ସମନ୍ୱିତ ଦ୍ରବ୍ୟ ଓ ସେବାକରର ପରିମାଣ ୫୪ହଜାର ୭୩୩ କୋଟି ଟଙ୍କା । ଏ ମଧ୍ୟରେ ୯ ହଜାର ୧୬୮ କୋଟି ଟଙ୍କାର ସେସ୍ ଆଦାୟ ହୋଇଛି ।
ପ୍ରମୁଖ ଖବର
କଟକ ରେଲ୍ଓ୍ବେ ଷ୍ଟେଶନରେ ଭୁଶୁଡ଼ିଲା ଛାତ
ଚାଷୀଙ୍କୁ ନୂଆଖାଇ ଭେଟି, ସିଏମ୍ କିଷାନର ୩ୟ କିସ୍ତି ଟଙ୍କା ପ୍ରଦାନ
ବନ୍ୟାରେ ଭାସିଗଲା କାର୍ ; ଗୋଟିଏ ପରିବାରର ୪ ମୃତ
ଲାଞ୍ଚ ନେଉଥିବା ବେଳେ ରାଜ୍ୟ ଟିକସ ସହକାରୀ କମିଶନର ଗିରଫ
ବୈଷ୍ଣୋଦେବୀ ମନ୍ଦିର ନିକଟରେ ଭୂସ୍ଖଳନ, ୩୨ ମୃତ
ଗଶେଣ ଚତୁର୍ଥୀରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଖାଇ ପାଇଁ ଅଗଷ୍ଟ ୨୯ରେ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ