ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

ଜିଏସଟି ଆଦାୟରେ ସର୍ବକାଳୀନ ରେକର୍ଡ

0

ଭୁବନେଶ୍ୱର: ୨୦୧୯ ଏପ୍ରିଲ ମାସରେ ଜିଏସ୍‍ଟି (ଦ୍ରବ୍ୟ ଓ ସେବା କର) ଆଦାୟ ସର୍ବକାଳୀନ ରେକର୍ଡ ଛୁଇଁଛି । ଅର୍ଥମନ୍ତ୍ରାଳୟର ତଥ୍ୟ ଅନୁସାରେ, ଜିଏସଟି ପ୍ରଚଳନ ପରେ ପ୍ରଥମ ଥର ପାଇଁ ଟିକସ ଆଦାୟ ପରିମାଣ ୧ଲକ୍ଷ ୧୩ହଜାର କୋଟି ଡେଇଁଛି ।
ତଥ୍ୟ ଅନୁସାରେ, ଚଳିତ ଆର୍ଥିକ ବର୍ଷ ଆରମ୍ଭରୁ ଅର୍ଥାତ୍‍ ଏପ୍ରିଲମାସର ଟିକସ ଆଦାୟର କେନ୍ଦ୍ର ସରକାର ଖୁସି । ପଞ୍ଚମ ଥର ପାଇଁ ଟିକସ ଆଦାୟ ୧ଲକ୍ଷ କୋଟି ଡେଇଁଛି । ଏଥର ଅର୍ଥାତ୍‍ ଏପ୍ରିଲ ମାସରେ ଏହାର ପରିମାଣ ୧ଲକ୍ଷ ୧୩ ହଜାର ୮୬୫କୋଟି ଛୁଇଁଛି । ଗତବର୍ଷ ଏପ୍ରିଲ ମାସର ଟାର୍ଗେଟ ତୁଳନରେ ଏହା ୧୦.୦୫ ପ୍ରତିଶତ ଅଧିକ । ଗତବର୍ଷ ଏପ୍ରିଲ ମାସରେ ୧ଲକ୍ଷ ୩ହଜାର ୪୫୯ କୋଟି ଟଙ୍କା ଆଦାୟ ହୋଇଥିଲା ।
ଆଦାୟ ହୋଇଥିବା ଟିକସ ମଧ୍ୟରେ କେନ୍ଦ୍ରୀୟ ଦ୍ରବ୍ୟ ଓ ସେବା କର ପରିମାଣ ୨୧ ହଜାର ୧୬୩ କୋଟି ଟଙ୍କା ଥିବା ବେଳେ ରାଜ୍ୟ ଦ୍ରବ୍ୟ ଓ ସେବା କରର ପରିମାଣ ୨୮ ହଜାର ୮୦୧ କୋଟି ଟଙ୍କା ରହିଛି । ଇଣ୍ଟିଗ୍ରେଟେଡ୍‍ ବା ସମନ୍ୱିତ ଦ୍ରବ୍ୟ ଓ ସେବାକରର ପରିମାଣ ୫୪ହଜାର ୭୩୩ କୋଟି ଟଙ୍କା । ଏ ମଧ୍ୟରେ ୯ ହଜାର ୧୬୮ କୋଟି ଟଙ୍କାର ସେସ୍‍ ଆଦାୟ ହୋଇଛି ।

Leave A Reply

Your email address will not be published.