ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

ନିଜ ଯୋଜନାର ସ୍ଥିତି ପରଖିବ କୃଷି ବିଭାଗ

0

୩୦ ଜିଲ୍ଲା ଦାୟିତ୍ବରେ ୧୦ ଜଣ କୃଷି ବିଭାଗ ଅଧିକାରୀ
ମାସ ଶେଷ ସୁଦ୍ଧା ବିଭାଗୀୟ ସଚିବଙ୍କୁ ରିପୋର୍ଟ

ଭୁବନେଶ୍ବର: ଚାଷୀଙ୍କ ପାଇଁ ନବୀନ ସରକାର ବହୁ ଯୋଜନା ଦେଇଛନ୍ତି। ଏସବୁ ଯୋଜନା ଚାଷୀଙ୍କ ପାଖରେ ପହଞ୍ଚୁଛି କି ନାହିଁ, ତାହା ଅନୁଧ୍ୟାନ କରିବାକୁ ୩୦ଟି ଜିଲ୍ଲାରେ କ୍ଷତେ୍ର ପରିର୍ଦଶନ କରିବେ କୃଷି ବିଭାଗର ୧୦ ଜଣ ବରିଷ୍ଠ ଅଧିକାରୀ। ଏହି ଅନୁଧ୍ୟାନକାରୀ ଦଳରେ ଉପସଚିବ, ଯୁଗ୍ମ ସଚିବ, ଅତିରିକ୍ତ ଶାସନ ସଚିବ ଓ ସ୍ବତନ୍ତ୍ର ସଚିବ ପାହ୍ୟାର ଅଧିକାରୀ ସାମିଲ ଅଛନ୍ତି। ଆଜିଠାରୁ ୨୨ ତାରିଖ ର୍ପଯ୍ୟନ୍ତ ଏହି ଅଧିକାରୀମାନେ ସବୁ ଜିଲ୍ଲା ଗସ୍ତ କରି ଚଳିତମାସ ଶେଷ ସୁଦ୍ଧା କୃଷି ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ରିପୋର୍ଟ ପ୍ରଦାନ କରିବେ।
ଉଲ୍ଲେଖଯୋଗ୍ୟ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଅରୁଣ ସାହୁଙ୍କ ନିର୍ଦେଶ କ୍ରମେ, ଜଣେ ଅଧିକାରୀ ୩ଟି ଲେଖାଏଁ ଜିଲ୍ଲା ଗସ୍ତ କରିବେ। କାଳିଆ ଯୋଜନା,ପ୍ରଧାନମନ୍ତ୍ରୀ ଫସଲ ବୀମା ଆଦି ବିଭାଗର ସମସ୍ତ କାର୍ଯ୍ୟକ୍ରମ ଓ ଯୋଜନା ଯାଞ୍ଚ କରିବେ। ଚାଷୀଙ୍କୁ ମିଳୁଥିବା ବିହନର ମାନ, ଫସଲ ପାଇଁ ଉପଯୁକ୍ତ ଜମି ଓ ଅନୁକୂଳ ପାଣିପାଗ ସମତେ ରୋଗପୋକ ଅବସ୍ଥା, କାଳିଆ ଯୋଜନାର କାର୍ଯ୍ୟକାରିତା, ଓଡ଼ିଶା ମିଲେଟ ମିସନ ଯୋଜନା, ମନରେଗା, ଜାତୀୟ ସ୍ବାସ୍ଥ୍ୟ ମିସନ, ପ୍ରଧାନମନ୍ତ୍ରୀ କୃଷି ବିକାଶ ଯୋଜନା, ପ୍ରଧାନମନ୍ତ୍ରୀ କୃଷି ଜଳସଚେନ ଯୋଜନା, ଆତ୍ମା କାର୍ଯ୍ୟକ୍ରମ, ବିହନ ଗ୍ରାମ ଯୋଜନା, ଜମିର ଉର୍ବରତା ମାପିବା ପାଇଁ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ଼ ସମତେ ପ୍ରଧାନମନ୍ତ୍ରୀ ଫସଲ ବୀମା ଅନ୍ତର୍ଗତ ଚାଷୀମାନଙ୍କୁ ବୀମା କ୍ଷତିପୂରଣ ମିଳିବାରେ ସୁବିଧା ହେଉଛି କି ନାହିଁ ସେସବୁର ଅନୁଧ୍ୟାନ କରିବେ ସରକାରୀ ବାବୁ। କୃଷି ବିଭାଗର ଏହି ଅଧିକାରୀମାନେ ଗୋଟିଏ ଜିଲ୍ଲାରେ ଅନ୍ତତଃ ଗୋଟିଏ ରାତି ରହି ବିସ୍ତୃତ ତଥ୍ୟ ସଂଗ୍ରହ କରିବା ସହ ଜିଲ୍ଲା ସ୍ତରରେ ସଭା ଡାକି ବିଭାଗୀୟ ଅଧିକାରୀ ଓ ଜିଲ୍ଲା ପ୍ରଶାସନଠାରୁ ବାସ୍ତବ ସ୍ଥିତିର ସମୀକ୍ଷା କରିବାକୁ ନିର୍ଦେଶ ଦିଆଯାଇଛି।

Leave A Reply

Your email address will not be published.