ପ୍ରମୁଖ ଖବର

ଆରଜି କର ହସ୍ପିଟାଲ ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲା: ଦୋଷୀ ସଞ୍ଜୟକୁ ଆଜୀବନ କାରାଦଣ୍ଡ
ପିଲାମାନଙ୍କର ବୟସ ୬ବର୍ଷ ହୋଇନଥିଲେ ଏଣିକି ପ୍ରଥମ ଶ୍ରେଣୀରେ ନାମ ଲେଖାଇବାକୁ ଅନୁମତି ମିଳିବ ନାହିଁ
ଆଜିଠୁ କୋଣାର୍କରେ ଦୁଇ ଦିନିଆ ଖଣି ମନ୍ତ୍ରୀ ସମ୍ମିଳନୀ
ସାତପଡ଼ାରେ ଆରମ୍ଭ ହେଲା ଡଲଫିନ୍‌ ଗଣନା
ରାଜ୍ୟରେ ନିଯୁକ୍ତ ହେବେ ୨ ହଜାର ଟ୍ରାଫିକ୍‌ ପୋଲିସ
ଯୁବତୀ ଚାଲାଣ କରୁଥିଲେ ହଂସିତା, ଅନିଲ

ବିଶ୍ୱାସ ଅଟକାଇଛି ସର୍ବୋଚ୍ଚ ଅଦାଲତ ନିର୍ଦେଶ

0

ନୂଆଦିଲ୍ଲୀ: ପୁରୀ ଶ୍ରୀମନ୍ଦିର ସଂକ୍ରାନ୍ତରେ ସୁପ୍ରିମକୋର୍ଟ ଦେଇଥିବା ରାୟ ପାଳନ କରାଯିବା ବେଳେ ନିକଟରେ ହିଂସାକାଣ୍ଡ ଘଟିଛି । ଏହି ଘଟଣାରେ ଏଯାଏ ୮୬ଜଣଙ୍କୁ ଗିରଫ କରିସାରିଲାଣି ପୁଲିସ ପ୍ରଶାସନ । ସେପଟେ ସାବରିମାଳାରେ ମହିଳାଙ୍କ ପ୍ରବେଶ ପ୍ରସଙ୍ଗକୁ ନେଇ ବିବାଦ ଥମିବାର ନାଁ ଧରୁନାହିଁ । ସାବରିମାଳାରେ ସବୁ ବୟସର ମହିଳା ପ୍ରବେଶ କରିପାରିବେ ବୋଲି ସର୍ବୋଚ୍ଚ ଅଦାଲତ ରାୟ ଦେବା ପରେ ବି ମାସିକ ପୂଜା କରାଯାଇପାରୁନାହିଁ ।

ଗତ ପାଞ୍ଚଦିନ ହେଲା ମନ୍ଦିର ଖୋଲାଯାଇଥିଲେ ହେଁ ପୁରୁଷ ଶ୍ରଦ୍ଧାଳୁମାନେ ମହିଳାଙ୍କୁ ମନ୍ଦିରରେ ପ୍ରବେଶ ଅନୁମତି ଦେଉନାହାନ୍ତି । ମହିଳାମାନଙ୍କୁ ଆୟାପ୍ପା ମନ୍ତ୍ର ଉଚ୍ଚାରଣ କରି ଶ୍ରଦ୍ଧାଳୁମାନେ ଅଟକାଉଛନ୍ତି । ଫଳରେ ଏଯାଏ ସୁପ୍ରିମକୋର୍ଟଙ୍କ ନିର୍ଦେଶର କାର୍ଯ୍ୟାନ୍ୱୟନ ହୋଇପାରୁନାହିଁ । ୧୦ ବର୍ଷିୟା ନାବାଳିକା ଠାରୁ ୫୦ ବର୍ଷର ମହିଳା ନାସ୍ତିକ ବ୍ରହ୍ମଚାରୀ ଆୟାପ୍ପାଙ୍କ ଦର୍ଶନ କରିବା ମହାପାପ ବୋଲି ସ୍ଥାନୀୟ ଅଞ୍ଚଳରେ ବିଶ୍ୱାସ ରହିଥିଲା । କୋର୍ଟ ଏହି ବର୍ଗର ନାବାଳିକା ଓ ମହିଳାଙ୍କୁ ମନ୍ଦିର ପ୍ରବେଶ କରିବା ଲାଗି ରୋକାଯାଇପାରିବ ନାହିଁ ବୋଲି ସ୍ପଷ୍ଟ କରିଦେଇଥିଲେ ।

Leave A Reply

Your email address will not be published.