ନୂଆଦିଲ୍ଲୀ : ପାଖାପାଖି ଦୁଇ ଦଶକ ପରେ ଆଜି ପୁଣି କାନ୍ଦାହାର ନାମକୁ ନେଇ ଚର୍ଚ୍ଚା ଜୋର ଧରିଛି । ନୂଆଦିଲ୍ଲୀ ବିମାନବନ୍ଦରରେ ଏକ ଆଫଗାନ ବିମାନ କାନ୍ଦାହାର ଯିବା ପୂର୍ବରୁ ପାଇଲଟ୍ ଅପହରଣ ଭୟ ଥିବା ନେଇ ସାଇରନ୍ ଦେବା ପରେ କୋକୁଆ ଭୟ ସୃଷ୍ଟି ହୋଇଥିଲା । ପାଖାପାଖି ଅଢେଇ ଘଣ୍ଟାର ଯାଞ୍ଚ ପରେ ବିମାନକୁ ଉଡିବାକୁ ସୁଯୋଗ ଦେଇଥିଲେ କର୍ତୃପକ୍ଷ ।
ଘଟଣାଟି ଥିଲା ଏମିତି । ଆଜି ଅପରାହ୍ନ ୩ଟା ୩୦ରେ ଏରିଆନା ଆଫଗାନ ବିମାନ ୯ଜଣ ବିମାନ କର୍ମଚାରୀ ଓ ଗୋଟିଏ ଛୋଟ ଛୁଆ ସମେତ ୧୨୪ଜଣଙ୍କୁ ନେଇ କାନ୍ଦାହାର ଅଭିମୁଖେ ଯାତ୍ରା ଆରମ୍ଭ କରିବାର ଥିଲା । ମାତ୍ର ବିମାନ ଉଡାଣର ଅବ୍ୟବହିତ ପୂର୍ବରୁ ଅପହରଣ ଭୟ ରହିଥିବା ନେଇ ସାଇରନ୍ ସୁରକ୍ଷା କର୍ମଚାରୀଙ୍କୁ ବିଚଳିତ କରିଦେଇଥିଲା । ବିମାନ ବନ୍ଦର ସୁରକ୍ଷା କର୍ମଚାରୀଙ୍କ ସମେତ ଏନଏସ୍ଜି ମଧ୍ୟ ତତ୍କାଳ ବିମାନକୁ ଘେରିଯାଇଥିଲେ । ତା ପରେ ଆରମ୍ଭ ହୋଇଥିଲା ଯାଞ୍ଚ । ଟିକିନିଖି ଯାଞ୍ଚ ପରେ ଜଣାପଡିଲା ଯେ ପାଇଲଟ୍ ଭୁଲରେ ହାଇଜାକ୍ ବଟନ୍ ଉପରେ ହାତ ପକାଇ ଦେଇଥିଲେ ଓ ସେ କାରଣରୁ ସାଇରନ୍ ବାଜିଥିଲା । ଏହା ପରେ ଯାଇ ବିମାନକୁ ଉଡାଣ ଅନୁମତି ମିଳିଥିଲା । କିନ୍ତୁ ଅଢେଇ ଘଣ୍ଟାର ଏ ନାଟକ ଆଜି ପୁଣି ଥରେ ବାଜପେୟୀ ସରକାର ସମୟର କାନ୍ଦାହାର ବିମାନ ଅପହରଣ ସ୍ମୃତିକୁ କିଛି ସମୟ ପାଇଁ ତାଜା କରିଦେଇଥିଲା ।
ପ୍ରମୁଖ ଖବର
କଟକ ରେଲ୍ଓ୍ବେ ଷ୍ଟେଶନରେ ଭୁଶୁଡ଼ିଲା ଛାତ
ବନ୍ୟାରେ ଭାସିଗଲା କାର୍ ; ଗୋଟିଏ ପରିବାରର ୪ ମୃତ
ଲାଞ୍ଚ ନେଉଥିବା ବେଳେ ରାଜ୍ୟ ଟିକସ ସହକାରୀ କମିଶନର ଗିରଫ
ବୈଷ୍ଣୋଦେବୀ ମନ୍ଦିର ନିକଟରେ ଭୂସ୍ଖଳନ, ୩୨ ମୃତ
ଗଶେଣ ଚତୁର୍ଥୀରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଖାଇ ପାଇଁ ଅଗଷ୍ଟ ୨୯ରେ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ