କାଳିଅା ବୃତ୍ତି ଯୋଜନା ଘୋଷଣା କଲେ ନବୀନ
ଭୁବନେଶ୍ୱର: କାଳିଆ ଯୋଜନା ଢାଞ୍ଚାରେ କେନ୍ଦ୍ର ସରକାର ତାଙ୍କ ବଜେଟରେ ଚାଷୀକୁ ୬ ହଜାର ଟଙ୍କା ଲେଖାଏଁ ଦେବା ନେଇ ଘୋଷଣା କରିଛନ୍ତି । ଏହାର ୪୮ ଘଣ୍ଟା ବିତିନି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଉ ପାଦେ ଆଗକୁ ଯାଇ ଚାଷୀଙ୍କ ପିଲାଙ୍କ ଉଚ୍ଚଶିକ୍ଷା ଦାୟିତ୍ୱ ହାତକୁ ନେଇଛନ୍ତି । କେନ୍ଦୁଝରରେ ଏକ ବିରାଟ ଚାଷୀ ସମାବେଶକୁ ସମ୍ୱୋଧିତ କରିବା ବେଳେ କହିଛନ୍ତି ଯେ କାଳିଅା ଯୋଜନାର ହିତାଧିକାରୀ ପରିବାରର ପିଲାମାନଙ୍କ ବୃତ୍ତିଗତ ଉଚ୍ଚଶିକ୍ଷା ଖର୍ଚ୍ଚ ରାଜ୍ୟ ସରକାର ତୁଲାଇବେ ।
ନବୀନଙ୍କ ଏଭଳି ପଦକ୍ଷେପ କାଳିଆ ଯୋଜନାକୁ ପୁଣି ଚର୍ଚ୍ଚାକୁ ଆଣିବା ସହିତ ଚାଷୀ ପରିବାରକୁ ବିଜେଡି ସହିତ ଯୋଡିବାରେ ସାହାଯ୍ୟ କରିପାରେ ବୋଲି ରାଜନୈତିକ ମହଲ ମତ ରଖୁଛନ୍ତି ।
ଆଜି ନବୀନ କହିଥିଲେ, ରାଜ୍ୟ ସରକାରଙ୍କ କାଳିଅା ଯୋଜନା ବହୁତ ଲୋକପ୍ରିୟ ଯୋଜନା । ଏହି ଯୋଜନାକୁ ସାରା ଭାରତରେ ମଧ୍ୟ ଚାଷୀଙ୍କ କଲ୍ୟାଣ ପାଇଁ କାର୍ଯ୍ୟକାରୀ କରାଯାଉଛି । ଚାଷୀଙ୍କ ଭବିଷ୍ୟତ ସେମାନଙ୍କ ପିଲାମାନଙ୍କ ଉନ୍ନତି । ମୁଁ ଚାହେଁ ଅାପଣ ମାନଙ୍କ ପିଲା ଡାକ୍ତର,ଇଞ୍ଜିନିୟର,ମ୍ୟାନେଜର ଅାଦି ବୃତ୍ତିଧାରୀ ହୁଅନ୍ତୁ । ସେଥିପାଇଁ ମୁଁ କାଳିଅା ଛାତ୍ରବୃତ୍ତି କାର୍ଯ୍ୟକ୍ରମ ଅାପଣମାନଙ୍କ ପିଲାମାନଙ୍କ ପାଇଁ ଅାରମ୍ଭ କରିଛି । ଅାପଣମାନଙ୍କ ପିଲାମାନଙ୍କୁ ଭଲ ପାଠ ପଢ଼ାନ୍ତୁ,ସେମାନଙ୍କ ଉଚ୍ଚଶିକ୍ଷା ଦାୟିତ୍ୱ ରାଜ୍ୟସରକାରଙ୍କର ବୋଲି ନବୀନ କହିଥିଲେ ।
କେନ୍ଦୁଝର ଠାରେ ମୁଖ୍ୟମନ୍ତ୍ରୀ ୬୬କୋଟି ଟଙ୍କାର ପ୍ରକଳ୍ପ ଉଦ୍ଘାଟନ କରିବା ସହିତ ୨୧୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ସେହିପରି ରାଇରଙ୍ଗପୁର ଠାରେ ଅାୟୋଜିତ ମିସନ ଶକ୍ତି ସମାବେଶରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪୫ କୋଟି ଟଙ୍କାର ପ୍ରକଳ୍ପ ଉଦ୍ଘାଟନ କରିବା ସହିତ ୯୬୦ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ରାଇରଙ୍ଗ ପୁର ଉପଖଣ୍ଡ ସ୍ତରୀୟ ଚିକିସùାଳୟର ଉନ୍ନତିକରଣ କରାଯିବା ସହିତ ପିପିପି ମୋଡରେ ଏହାକୁ ୧୦୦ଶଯ୍ୟା ବିଶିଷ୍ଟ ଡାକ୍ତରଖାନାରେ ପରିଣତ କରାଯିବ ବୋଲି କହିଥିଲେ । ଏହାବ୍ୟତୀତ କୀ୍ରଡାର ବିକାଶ ପାଇଁ ଅାଧୁନିକ ସୁବିଧା ଥିବା ଷ୍ଟାଡିୟମ ନିର୍ମାଣ, ପିଅାଇଟିଡିଏ ଦାୟିତ୍ୱରେ ଥିବା ଅଧିକାରୀ ଏଡିଏମ୍ ଭାବରେ ମଧ୍ୟ ଦାୟିତ୍ୱ ତୁଲାଇବେ ବୋଲି ସୂଚନା ଦେଇଥଇଲେ ।
ପ୍ରମୁଖ ଖବର
ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ୍ ଦୁର୍ଘଟଣା; ୨ ମୃତ, ଅନେକ ଆହତ
ମୁଖ୍ୟମନ୍ତ୍ରୀଙ୍କ ପତାକା ପ୍ରଦର୍ଶନରେ ଆରମ୍ଭ ହେଲା ‘ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬’
୨୦ ଜୁନରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି, ପ୍ରକାଶ ପାଇଲା ମିନିଟ୍-ଟୁ-ମିନିଟ୍ କାର୍ଯ୍ୟସୂଚୀ
ନିର୍ମାଣାଧୀନ ପୋଲ ତଳକୁ ଖସିଗଲା ବାଇକ, ୨ ଯୁବକଙ୍କ ମୃତ୍ୟୁ
୧୮ରୁ ଖୋଲିବ ସମସ୍ତ ସ୍କୁଲ, ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ସ୍ପଷ୍ଟ କଲେ ଗଣଶିକ୍ଷା ମନ୍ତ୍ରୀ