ପ୍ରମୁଖ ଖବର

ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ମିଶିଲେ ୩୫ ରାଷ୍ଟ୍ର
ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ଡିଜିପି ପଦକ
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପଦକ ପ୍ରଦାନ କରିଥିଲେ
ଆରମ୍ଭ ହେଲା ଡିଜିଟାଲ ଜନଗଣନା ୨୦୨୭
ଭୁବନେଶ୍ୱରରେ ଆରମ୍ଭ ହେଲା ଭିସା ସେବା କେନ୍ଦ୍ର
ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
ଆଜି ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ବେଗୁନିଆରେ ବୁଲିଲେ ପୃଥ୍ୱୀ, କଂଗ୍ରେସ ପ୍ରାର୍ଥୀ

0

ଭୁବନେଶ୍ୱର: ୨୦୧୯ ନିର୍ବାଚନ ଗଣିତ ଦିନକୁ ଦିନ ଅଧିକ ରହସ୍ୟମୟ ହେବାରେ ଲାଗିଲାଣି । ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଅବର୍ତମାନରେ ତାଙ୍କ ପୁଅ ପୃଥ୍ୱୀବଲ୍ଲଭ ପଟ୍ଟନାୟକ ରାଜନୀତିକୁ ଓହ୍ଲାଇଛନ୍ତି । ଜାନକୀଙ୍କ ପୁରୁଣା ନିର୍ବାଚନମଣ୍ଡଳୀ ବେଗୁନିଆକୁ ସେ ତାଙ୍କର କର୍ମକ୍ଷେତ୍ର ଭାବେ ଚୟନ କରିବା ସହିତ ଆସନ୍ତା ନିର୍ବାଚନରେ ସେ ଲଢୁଥିବା ସୂଚନା ମିଳିଛି ।
କୌତୂହଳର କଥା ହେଲା, ଜାନକୀଙ୍କ ଜ୍ୱାଇଁ ସୌମ୍ୟରଂଜନ ପଟ୍ଟନାୟକ ଏବେ ବିଜେଡିରେ ଅଛନ୍ତି । ତାଙ୍କ ସଂପର୍କୀୟ ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି । ହେଲେ ନିିଜ ଭିଣୋଇ ରାସ୍ତାରେ ନ ଯାଇ ପୃଥ୍ୱୀବଲ୍ଲଭ କଂଗ୍ରେସ ରାଜନୀତିରେ ପାଦ ଥାପିବାକୁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ନିର୍ବାଚନରେ ସେ କଂଗ୍ରେସରୁ ହିଁ ପ୍ରାର୍ଥୀ ହେବେ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।
ସବୁଠାରୁ ବଡ କଥା ହେଲା, ପୃଥ୍ୱୀବଲ୍ଲଭଙ୍କୁ ଦେଖିବା ପାଇଁ ବେଗୁନିଆ ନିର୍ବାଚନମଣ୍ଡଳୀରେ ଲୋକଙ୍କ ଭିତରେ ଉତ୍କଣ୍ଠା ପରିଲକ୍ଷିତ ହେଉଛି । ଶହ ଶହ କଂଗ୍ରେସ କର୍ମୀ ପୁଣି ଥରେ ଏକାଠି ହେବା ଆରମ୍ଭ କରିଛନ୍ତି । ଅସନ୍ତୁଷ୍ଟ କଂଗ୍ରେସ, ଯେଉଁମାନେ ବିଜେଡି ରାସ୍ତାରେ ଯିବାକୁ ଚାହୁଁଥିଲେ, ସେମାନେ ପୁଣି ମନ ବଦଳାଇଲେଣି । ଫଳରେ ଏହି ନିର୍ବାଚନମଣ୍ଡଳୀ ରାଜନୀତିକୁ ନେଇ ଭିନ୍ନ ଅଙ୍କକଷା ଆରମ୍ଭ ହୋଇଛି ।
ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ କିଛି ଜନମତ ରହିଛି । ଏହାକୁ ଆୟୁଧ କରି ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦ ତାଙ୍କ ପୁଅ ଋଷଭ ସପକ୍ଷରେ ପ୍ରଚାର ଆରମ୍ଭ କରିଛନ୍ତି । ସେ ବୁଲୁଛନ୍ତି । ଆମ ଓଡ଼ିଶା ପ୍ରାର୍ଥୀ ପ୍ରଦୀପ ସାହୁ ବିଜେଡିରୁ ଟିକେଟ ନେବା ପାଇଁ ଆଶାୟୀ ଥିଲେ ହେଁ, ବିଜେପି ଶିବିର ସହିତ ମଧ୍ୟ ସଂପର୍କ ରଖିଛନ୍ତି । ହେଲେ ଜାନକୀଙ୍କ ପୁଅ ପୃଥ୍ୱୀବଲ୍ଲଭ ପ୍ରାର୍ଥୀ ହେଲେ, ପ୍ରଦୀପ ସାହୁଙ୍କ ଅସ୍ତିତ୍ୱ ଲୋପ ପାଇଯିବ ବୋଲି ରାଜନୈତିକ ମହଲରେ ମତ ପ୍ରକାଶ ପାଇଛି ।
ବୋଲଗଡରେ କଂଗ୍ରେସ ସଂଗଠନ ବ୍ୟତୀତ ଜାନକୀଙ୍କ ନିଜସ୍ୱ ଭୋଟ ରହିଛି । ଏଣୁ ବେଗୁନିଆରୁ ଯଦି ପୃଥ୍ୱୀଙ୍କୁ ସମର୍ଥନ ମିଳିଲା, ତେବେ ଏହି ଆସନରେ ସେ ବିଜେଡିକୁ ମାତ ଦେବା କଷ୍ଟ ନୁହେଁ ବୋଲି କୁହାଯାଉଛି । ସବୁଠାରୁ ବଡ କଥା ହେଲା, ଏହି ନିର୍ବାଚନମଣ୍ଡଳୀରେ ଗୁଣ୍ଡାରାଜ ଶୀର୍ଷ ଛୁଇଁଛି । ପ୍ରଶାନ୍ତ ଜଗଦେବଙ୍କ ନାଁରେ ଏହି ବଦନାମ ରହିଛି । ନିକଟରେ ଥାନା ଗଣ୍ଡଗୋଳରେ ପ୍ରଦୀପ ସାହୁଙ୍କ ଗୋଷ୍ଠୀର ହାତ ଥିବା କୁହାଯାଉଛି । ଏପରିସ୍ଥଳେ ପୃଥ୍ୱୀଙ୍କ ଭଳି ଜଣେ ଶାନ୍ତ ଓ ସରଳ ବ୍ୟକ୍ତିତ୍ୱଙ୍କ ଆବିର୍ଭାବ ରାଜନୀତି ଗଣିତ ବିଗାଡିଦେବା ଅସମ୍ଭବ ନୁହେଁ ବୋଲି କୁହାଯାଉଛି ।

Leave A Reply

Your email address will not be published.