ଭୁବନେଶ୍ୱର:ରାଉରକେଲା କୁଆଁରମୁଣ୍ଡା ପଞ୍ଚାୟତ ଆଗରୁ ବନ୍ଧୁକ ଦେଖାଇ ଦୁର୍ବୃତ୍ତ ପାଖାପାଖି ୧୧ଲକ୍ଷ ୩୫ ହଜାର ଟଙ୍କା ଲୁଟି ନେଇଥିବା ଜଣାପଡିଛି। ୩ ଟି ବାଇକରେ ୪ ଜଣ ଜଣ ଦୁର୍ବୃତ୍ତ ଆସି ସକାଳ ୭ଟା ୪୫ ମିନିଟରେ ଏଭଳି ଅଭାବନୀୟ କାଣ୍ଡ ଘଟାଇଛନ୍ତି । ଭତ୍ତା ଟଙ୍କା ନେଇ ଯାଉଥିବା ବେଳେ ଦୁର୍ବୃତ୍ତମାନେ ବନ୍ଧୁକ ଲଗାଇ ଏହି ଅର୍ଥ ଲୁଟି ନେଇଥିବା ଅଭିଯୋଗ ହୋଇଛି । ଦୁର୍ବୃତ୍ତମାନେ କ୍ୟାସ ଭ୍ୟାନ ଡ୍ରାଇଭରଙ୍କୁ ଆକ୍ରମଣ କରିଥିବା ଖବର ମିଳିଛି । ସ୍ଥାନୀୟ ପୁଲିସ ଏହି ଘଟଣାରେ ତନାଘନା ଚଳାଇଛି ।
ଆଜି ସକାଳେ ସେଠାରେ ଭତ୍ତା ଟଙ୍କା ବଣ୍ଟନ ହୋଇଥାନ୍ତା । ଏକ ବଲେରୋ ଗାଡିରେ ଟଙ୍କ ଆସିବା ମାତ୍ରେ ଦୁର୍ବୃତ୍ତମାନେ ଗାଡିକୁ ଘେରିଯାଇଥିଲେ । ଡ୍ରାଇଭରକୁ ବନ୍ଧୁକରେ ଆକ୍ରମଣ କରିଥିଲେଓ ଗାଡିକୁ ଘେରିଯାଇଥିଲେ । ପରେ ସେମାନେ ବନ୍ଧୁକରେ ମାଡ ମାରିଥିଲେ ଓ ଟଙ୍କା ନେଇଯାଇଥିଲେ । ପ୍ରତି ମାସ ୧୫ ତାରିଖରେ ଭତ୍ତା ଟଙ୍କା ଆସୁଥିବା କାରଣରୁ ଦୃର୍ବୃତ୍ତ ଆଗୁଆ ଏଥିପାଇଁ ଯୋଜନା କରିଥିବା କୁହାଯାଉଛି ।
ସେହିଭଳି ଅଭିଯୁକ୍ତ ସହିତ ସେଲଫି ଫଟୋ ଉଠାଇ ପୁରୀ ଜିଲ୍ଲା କୋଣାର୍କ ଅନ୍ତର୍ଗତ ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଆଇଆଇସି ବୁଲୁ ମୁଣ୍ଡା ଅକଳରେ ପଡିଛନ୍ତି । ତାଙ୍କ ଫଟୋ ଗତକାଲି ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା । ଅଭିଯୁକ୍ତକୁ ଥାନାକୁ ନେବା ବେଳେ ସେ ସେଲ୍ଫି ନେଇଥିବା ଅଭିଯୋଗ ହୋଇଥିଲା । ପୁରୀ ଏସପି ଏହି ଘଟଣା ଅନୁଧ୍ୟାନ କରିବେ ବୋଲି କହିଥିଲେ । ଆଜି ଗଣମାଧ୍ୟମରେ ଏହି ଖବର ପ୍ରକାଶ ପରେ ଏସପି ଉମାଶଙ୍କର ଦାସ ସଂପୃକ୍ତ ଥାନାଧିକାରୀଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରିଥିବା ସୂଚନା ମିଳିଛି ।
ବିନିକାରୁ ୨ ଦିନ ତଳେ ନିଖୋଜ ହୋଇଥିବା ଯୁବକ ତରଣୀସେନ ମହଲାଙ୍କ ମୋଟର ସାଇକେଲ୍କୁ ଉଦ୍ଧାର କରାଯାଇଛି । ଡୁଙ୍ଗୁରୁପାଲି ଢାବା ନିକଟରୁ ଏହିବାଇକ୍ ମିଳିଥିବା ସୂଚନା ମିଳିଛି । ସଂପୃକ୍ତ ଯୁବକ ଜଣେ ବିଜେପି କର୍ମୀ । ତାଙ୍କ ଅପହରଣ ନେଇ ପରିବାର ଲୋକେ ଗାCସିଲାଟ୍ ଥାନାରେ ଅଭିଯୋଗ କରିଥିଲେ । ତେବେ ତରଣୀସେନ କୁଆଡେ ଗଲେ ସେ ନେଇ କେହି କିଛି ଖୋଜ ଖବର ପାଉନାହାନ୍ତି ।
ପ୍ରମୁଖ ଖବର
ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍
ଇରାନୀ ଧମକ ପରେ ଟ୍ରକ୍ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ