ପ୍ରମୁଖ ଖବର

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍‌ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍

‘ଦେଶର ସବୁ ସମସ୍ୟା ପାଇଁ କଂଗ୍ରେସ ଦାୟୀ’

0

ଲୋକସଭା ଭଳି ରାଜ୍ୟସଭାରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଉପରେ ବର୍ଷିଛନ୍ତି । ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଆସିଥିବା ଧନ୍ୟବାଦ ପ୍ରସ୍ତାବ ଉପରେ ଉତ୍ତର ରଖିଛନ୍ତି ମୋଦି । ମୋଦି କହିଛନ୍ତି, ଯେଉଁଠି ପରିବାରବାଦ ଚାଲେ, ସେଠି ଦକ୍ଷତାର ମୃତ୍ୟୁ ଘଟିଥାଏ । ଭାରତର ଗଣତନ୍ତ୍ର କଂଗ୍ରେସ ଦୟାରେ ଚାଲୁନି କହିବା ସହ କଂଗ୍ରେସରେ ପରିବାରବାଦ ରାଜନୀତି ଚାଲିଛି ବୋଲି କହି ମୋଦୀ ସମାଲୋଚନା କରିଛନ୍ତି ।

ମୋଦୀ କହିଛନ୍ତି, ଯଦି କଂଗ୍ରେସ ନଜରରେ ଭାରତ ଏକ ରାଷ୍ଟ୍ର ନୁହେଁ , ତେବେ ନିଜ ଦଳର ନାଁ ଭାରତୀୟ ଜାତୀୟ କଂଗ୍ରେସ କାହିଁକି ରଖିଛ?ଯଦି କଂଗ୍ରେସ ପାଇଁ ଭାରତ ଏକ ରାଷ୍ଟ୍ର ନୁହେଁ ତେବେ ପ୍ରଥମେ ନିଜ ଦଳର ନାଁ ବଦଳାଇ ଫେଡେରେସନ ଅଫ ଇଣ୍ଡିଆ ରଖିବା ଉଚିତ । ଏହା ସହ ସଂସଦରେ ମୋଦି କହିଛନ୍ତି, ଦେଶରେ ଯଦି କଂଗ୍ରେସ ନଥାନ୍ତା ତେବେ କଣ ହୋଇଥାନ୍ତା । ମୋଦି କହିଛନ୍ତି କଂଗ୍ରେସ ନଥିଲେ , ଲୋକତନ୍ତ୍ର ପରିବାରବାଦରୁ ମୁକ୍ତ ହୋଇଥାନ୍ତା କଂଗ୍ରେସ ନଥିଲେ, ଭାରତ ବିଦେଶୀଙ୍କ ଦ୍ୱାରା ଦେଖାଯାଇଥିବା ବାଟରେ ନୁହେଁ, ବଂର ସ୍ୱଦେଶୀ ସଂକଳ୍ପ ନେଇ ଆଗକୁ ବଢିଥାନ୍ତା । ଯଦି କଂଗ୍ରେସ ନଥାନ୍ତା,ତେବେ ଦେଶରେ ଇମରଜେନ୍ସି କଳଙ୍କ ଲାଗିନଥାନ୍ତା , କଂଗ୍ରେସ ନଥିଲେ, ଶିଖମାନଙ୍କର ନରସଂହାର ହୋଇନଥାନ୍ତା, ଜାତିବାଦ,ଆ ଳିକ ବାଦ ଏତେ ତଳକୁ ଯାଇନଥାନ୍ତା , କାଶ୍କୀର ପଣ୍ଡିତଙ୍କୁ କାଶ୍ମୀର ଛାଡିବାକୁ ପଡିନଥାନ୍ତା, ଲୋକଙ୍କୁ ମୌଳିକ ସୁବିଧା ସୁଯୋଗ ମିଳିପାରିଥାନ୍ତା ବୋଲି ମୋଦି କହିଛନ୍ତି ।

ମୋଦି କଂଗ୍ରେସକୁ ତୀବ୍ର ସମାଲୋଚନା କରିବା ସହ କରୋନା ଭଳି ସଂକଟ ସମୟରେ କିଭଳି ବିଭିନ୍ନ କ୍ଷେତ୍ରରେ ସରକାର କାର୍ଯ୍ୟ କରିଛନ୍ତି, ତାହା କହିଛନ୍ତି । ରୋଜଗାରଠୁ ଆରମ୍ଭ କରି ମହଙ୍ଗା ଉପରେ ନିଜର ବୟାନ ରଖିଛନ୍ତି । ମୋଦି କହିଛନ୍ତି ଦରବୃଦ୍ଧି ନିୟନ୍ତ୍ରଣରେ ରଖିବାକୁ ଅନେକ ପ୍ରୟାସ କରିଛୁ । ଆମେରିକା ଗତ ୪୦ ବର୍ଷ ଭିତରେ ସର୍ବାଧିକ ଦରବୃଦ୍ଧିର ଶିକାର ହୋଇଛି । ବ୍ରିଟେନରେ ଦରବୃଦ୍ଧି ୩୦ ବର୍ଷର ରେକର୍ଡ ଭାଙ୍ଗିଛି । ୟୁପିଏ ସରକାର ସହ ତୁଳନା କଲେ ଦରବୃଦ୍ଧି କଣ ଜାଣିପାରିବେ ବୋଲି ମୋଦି କହିଛନ୍ତି ।

Leave A Reply

Your email address will not be published.