ଭୁବନେଶ୍ୱର: ଥରେ କି ଦୁଇଥର ନୁହେଁ, ମାସକ ମଧ୍ୟରେ ତିନି ଥର ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀଙ୍କୁ ଏହି ଗସ୍ତ ଓଡ଼ିଶା ବିଜେପି ପାଇଁ ଲାଭ ତୁଳନାରେ ବିପର୍ଯ୍ୟୟ ଆଣିଥିବା ଘଟଣା ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ଠିକ୍ ଏମିତି ଏକ ସମୟରେ ଆଜି ବିଜେପି ପ୍ରଭାରୀ ଅରୁଣ ସିଂହ କହିଛନ୍ତି, ଆସନ୍ତା୨୯ ଓ ୩ ତାରିଖରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡିଶା ଆସିବେ । ଅସୁସ୍ଥ କାରଣରୁ ଶାହଙ୍କ ମାହାଙ୍ଗା ଗସ୍ତ ବାତିଲ ହୋଇଥିଲା । ଏବେ ସେ ଏହାକୁ ଭରଣା କରିବା ଲାଗି ୨୯ ତାରିଖ ଦିନ ସାଲେପୁର ନିର୍ବାଚନମଣ୍ଡଳୀ ଗସ୍ତରେ ଆସୁଛନ୍ତି । ସେହିଭଳି ଜନଜାତି ସମ୍ମିଳନୀରେ ଯୋଗଦେବା ଲାଗି ସେ ଆସନ୍ତା ୩ ତାରିଖରେ ପୁରୀ ଆସୁଥିବା ସୂଚନା ମିଳିଛି । ଶ୍ରୀ ସିଂହ ଆଜି ଆହୁରି କହିଛନ୍ତି ଯେ ବିଜେପି ଫୋକସରେ ଓଡିଶା ଅଛି । ମିସନ ୧୨୦ ଦୋହରାଇବା ସହିତ ଆସନ୍ତା ଦିନରେ ପ୍ରଧାନମନ୍ତ୍ରୀ ଓ ଅନ୍ୟ କେନ୍ଦ୍ର ମନ୍ତ୍ରୀ ଓଡ଼ିଶା ଆସିବେ ବୋଲି ସେ ଏହି ଅବସରରେ ସୂଚନା ଦେଇଥିଲେ ।
ପ୍ରମୁଖ ଖବର
ଆଇଇଡି ବୋମା ବିସ୍ଫୋରଣରେ ଯବାନ ଶହୀଦ, ଦୁଇ ଗୁରୁତର
ଓଲଟିଲା ଯାତ୍ରୀବାହୀ ବସ୍ : କଣ୍ଡକ୍ଟର ମୃତ, ୧୫ ଆହତ
ବିଜେପିରେ ମିଶିଲେ ଜୟ ଢୋଲକିଆ
ଓଡ଼ିଶାରେ ବଡ ମାଛ ମାର୍କେଟ ସହ ଧନ-ଧାନ୍ୟ କୃଷି ଯୋଜନା ଶୁଭାରମ୍ଭ କଲେ ମୋଦି