ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ଆରମ୍ଭ ହେଲା ବିଶ୍ବପ୍ରସିଦ୍ଧ ବରଗଡ ଧନୁଯାତ୍ରା

0

ବରଗଡ଼: ଆଜିଠାରୁ ଆରମ୍ଭ ହୋଇଯାଇଛି ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା। ସୋମବାର ସନ୍ଧ୍ୟାରେ ବରଗଡ଼ ପାଲଟିଛି ମଥୁରାନଗରୀ। ଏଥି ସହିତ ବରଗଡ଼ରେ କଂସ ରାଜୁତି ଆରମ୍ଭ ହୋଇଯାଇଛି। କଂସଙ୍କ ଅଟ୍ଟହାସ୍ୟ ଓ ଇଙ୍ଗିତରେ ମଥୁରାନଗରୀ ଥରହର ହେବ। ମହାରାଜଙ୍କ ହସ୍ତୀ ‘ରାଜବାହାଦୁର’ ଓ ମହାମନ୍ତ୍ରୀଙ୍କ ସହ ଅନ୍ୟ ପାରିଷଦଙ୍କ ପାଇଁ ୪ଟି ଓଟ, ଗୋଟିଏ ଘୋଡ଼ା, ୫ଟି ଘୋଡ଼ା ଗାଡ଼ି ସବୁ ମହାରାଜଙ୍କ ସେବାରେ ଲାଗିବାକୁ ପ୍ରସ୍ତୁତ ଅଛନ୍ତି। ଅନ୍ୟପକ୍ଷରେ ମଞ୍ଚ ପ୍ରସ୍ତୁତ ଥିବା ବେଳେ ଅଭିନୟ ଲାଗି କଳାକାର ମାନେ ମଧ୍ୟ ନିଜ ପ୍ରସ୍ତୁତି ସାରିଛନ୍ତି। ଏଥର ବରଗଡ଼ର ପ୍ରାୟ ୭ କିଲୋମିଟର ପରିଧି ଭିତରେ ୧୪ଟି ମଂଚରେ ଧନୁଯାତ୍ରା ମହୋତ୍ସବ ଆୟୋଜିତ ହେଉଛି।

ଉଦ୍‌ଘାଟନୀ ଦିବସରେ ଅତିଥି ଭାବରେ ସାଂସଦ ସୁରେଶ ପୂଜାରୀ, ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲ୍ଲାପାଳ ମୋନୀଷା ବାନାର୍ଜୀ ଓ ଏସ୍‌ପି ପ୍ରହଲ୍ଲାଦ ସହାୟ ମୀନା ଯୋଗଦେଇଥିଲେ। ଏଥର ମିନି ଷ୍ଟାଡିୟମରେ ସବୁ ବର୍ଷ ଭଳି ବୟନିକା ପକ୍ଷରୁ ସ୍ୱତନ୍ତ୍ର ହସ୍ତତନ୍ତ ମେଳା, ଜର୍ଜ ହାଇସ୍କୁଲ ପଡ଼ିଆରେ ମିନାବଜାର, ଅମ୍ବାପାଲି ନଦୀକୂଳ ପଡ଼ିଆରେ ମିନାବଜାର, ମୋଦୀ ପଡ଼ିଆରେ ସର୍କସ୍‌ ସହ ହସ୍ତତନ୍ତ ମେଳା ଲାଗିଛି। ଉଦ୍‌ଘାଟନୀ ଦିବସରେ ରାମଜୀ ମନ୍ଦିରରେ ଦେବକୀ-ବସୁଦେବଙ୍କ ବିବାହ, ଦୈବବାଣୀ, ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି କଂସର ସିଂହାସନ ଆରୋହଣ ସହ କଂସଙ୍କ ରାଜୁତି ଆରମ୍ଭ ହୋଇଛି।

Leave A Reply

Your email address will not be published.