ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଆଗକୁ ଭାରତକୁ ବିପଦ

0

ଵାଶିଂଟନ: ଆସନ୍ତା ନିର୍ବାଚନ ସମୟରେ ଭାରତରେ ବଡ଼ ସାଂପ୍ରଦାୟିକ ହିଂସା ଓ ଆତଙ୍କବାଦୀ ଆକ୍ରମଣ ଘଟିପାରେ । ଆଫଗାନିସ୍ତାନ ମଧ୍ୟ ଏଥିରୁ ମୁକୁଳିପାରିବ ନାହିଁ ।
ଆମେରିକାର ଗୁଇନ୍ଦା ନିର୍ଦେଶକ ଡାନ୍‍ କୋଟ୍‍ସ ଓ ସିଆଇଏ ନିର୍ଦେଶକ ଜିନା ହାସ୍‍ପେଲ୍‍ ଏଭଳି ଚେତାବନୀ ଦେଇଛନ୍ତି । ଏକ ରିପୋର୍ଟରେ କୁହାଯାଇଛି, ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଏ ନେଇ ପୂରା ଦମରେ ଉଦ୍ୟମ ଚଳାଇଛି । ପାକିସ୍ତାନ ଆତଙ୍କବାଦୀଙ୍କ ଭୂସ୍ୱର୍ଗ ପାଲଟି ସାରିଲେଣି । ସେଠାକାର ସରକାର ଏହାକୁ ନିୟନ୍ତ୍ରଣ କରିବା ବଦଳରେ ପ୍ରୋତ୍ସାହନ ଓ ସମର୍ଥନ ଦେଉଛନ୍ତି । ସେହିଭଳି ଏହି ରିପୋର୍ଟ ଆହୁରି କହୁଛି ଯେ ନରେନ୍ଦ୍ର ମୋଦୀ ସରକାର ଯଦି ଆଗାମୀ ଦିନରେ କେବଳ ହିନ୍ଦୁତ୍ୱ କାର୍ଡ ଖେଳି ନିର୍ବାଚନକୁ ଓହ୍ଲାନ୍ତି, ତେବେ ସାଂପ୍ରଦାୟିକ ହିଂସା ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ ।

Leave A Reply

Your email address will not be published.