ପ୍ରମୁଖ ଖବର

କୁଆଖାଇରେ ଭାସିଯାଇଥିବା ୨ ଯୁବକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର, ଅନ୍ୟ ନିଖୋଜ
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
୧୨ରେ ବଙ୍ଗୋପସାଗରରେ ନୂଆ ଘୂର୍ଣ୍ଣିବଳୟ, ଉତ୍ତର-ଉପକୂଳ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ
ଆଇଟି ନିୟମ ହେବ ଅଧିକ କଡ଼ା: ୩ ଘଣ୍ଟାରେ ହଟିବ ବେଆଇନ ଏଆଇ ବିଷୟବସ୍ତୁ
ବ୍ୟାଙ୍କକ ସ୍କୁଲରେ ଗୁଳିକାଣ୍ଡ: ୭ ମୃତ, ୨୦ ଛାତ୍ର ଆହତ
୫୮.୩୬ ଲକ୍ଷ ଭୋଟରଙ୍କୁ ନୋଟିସ୍‌, ୧୨,୫୭୨ ଅଯୋଗ୍ୟ ଘୋଷିତ

ଛାଇଗଲେ ମାଓବାଦୀ, ଉପସ୍ଥିତି ଜଣାଇଲେ

0

ଭୁବନେଶ୍ୱର: ଭାରତ ବନ୍ଦ ଆଳରେ ରାଜ୍ୟରେ ପୁଣି ଥରେ ମାଓବାଦୀମାନେ ତାଙ୍କ ଉପସ୍ଥିତି ଜାହିର କରିଛନ୍ତି । ରାୟଗଡା-ବିଷମକଟକରେ ଗୁରୁବାର ସକାଳେ ମାଓବାଦୀମାନେ ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଥିଲେ । ବିଷମ କଟକ ଥାନା ଅଧିକାରୀ ଚତୁର୍ଭୁଜ ନାୟକ ଅଳ୍ପକେ ରକ୍ଷା ପାଇଯାଇଥିଲେ । ପରେ ପୋତା ଯାଇଥିବା ଆଉ ଏକ ଲ୍ୟାଣ୍ଡମାଇନକୁ ପୁଲିସ ଠାବ କରିଥିଲା ।
ସେହିଭଳି କଳାହାଣ୍ଡି ମଦନପୁର ରାମପୁରରେ ମାଓବାଦୀ ଏକ ଠିକା କମ୍ପାନିର ଜେସିବି ପୋଡିି ଦେଇଛନ୍ତି । ୪୦ରୁ ଅଧିକ ସଶସ୍ତ୍ର ମାଓବାଦୀ ଗଛକାଟି ରାସ୍ତା ଅବରୋଧ କରିବା ସହିତ ଏଆରଏସ୍‍ଏସର ଏହି ଜେସିବିକୁ ପୋଡିଦେଇଥିଲେ । ତେବେ ଏହି ଘଟଣା ଘଟାଇବା ସହିତ ମାଓବାଦୀମାନେ ଖବର ଦାତାଙ୍କୁ ଅର୍ଥାତ୍‍ ପୁଲିସକୁ ଯେଉଁମାନେ ତଥ୍ୟ ଦେଉଛନ୍ତି, ସେମାନଙ୍କୁ ଧମକ ଦେଇଛନ୍ତି । ଗତ ସୋମବାର ଦିନ ମଦନପୁର ରାମପୁରର ଉର୍ଲାଦାନି ପଞ୍ଚାୟତର ଅନୀଲ ମାଝୀଙ୍କୁ ଖବରଦାତା ବୋଲି ସନ୍ଦେହ କରି ହତ୍ୟା କରିଥିଲେ ।
କେବଳ ସେତିକି ନୁହେଁ, କନ୍ଧମାଳ ଜିଲ୍ଲାରେ ମଧ୍ୟ ସେମାନେ ସକ୍ରିୟ ଥବା ଜଣାପଡିଛି । ଦାରିଙ୍ଗିବାଡି ବ୍ଲକର ବିଭିନ୍ନ ସ୍ଥାନରେ ଗଛ ପକାଇ ସେମାନେ ରାସ୍ତା ଅବରୋଧ କରିଥିଲେ ।

Leave A Reply

Your email address will not be published.