ଭୁବନେଶ୍ୱର: ଭାରତ ବନ୍ଦ ଆଳରେ ରାଜ୍ୟରେ ପୁଣି ଥରେ ମାଓବାଦୀମାନେ ତାଙ୍କ ଉପସ୍ଥିତି ଜାହିର କରିଛନ୍ତି । ରାୟଗଡା-ବିଷମକଟକରେ ଗୁରୁବାର ସକାଳେ ମାଓବାଦୀମାନେ ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଥିଲେ । ବିଷମ କଟକ ଥାନା ଅଧିକାରୀ ଚତୁର୍ଭୁଜ ନାୟକ ଅଳ୍ପକେ ରକ୍ଷା ପାଇଯାଇଥିଲେ । ପରେ ପୋତା ଯାଇଥିବା ଆଉ ଏକ ଲ୍ୟାଣ୍ଡମାଇନକୁ ପୁଲିସ ଠାବ କରିଥିଲା ।
ସେହିଭଳି କଳାହାଣ୍ଡି ମଦନପୁର ରାମପୁରରେ ମାଓବାଦୀ ଏକ ଠିକା କମ୍ପାନିର ଜେସିବି ପୋଡିି ଦେଇଛନ୍ତି । ୪୦ରୁ ଅଧିକ ସଶସ୍ତ୍ର ମାଓବାଦୀ ଗଛକାଟି ରାସ୍ତା ଅବରୋଧ କରିବା ସହିତ ଏଆରଏସ୍ଏସର ଏହି ଜେସିବିକୁ ପୋଡିଦେଇଥିଲେ । ତେବେ ଏହି ଘଟଣା ଘଟାଇବା ସହିତ ମାଓବାଦୀମାନେ ଖବର ଦାତାଙ୍କୁ ଅର୍ଥାତ୍ ପୁଲିସକୁ ଯେଉଁମାନେ ତଥ୍ୟ ଦେଉଛନ୍ତି, ସେମାନଙ୍କୁ ଧମକ ଦେଇଛନ୍ତି । ଗତ ସୋମବାର ଦିନ ମଦନପୁର ରାମପୁରର ଉର୍ଲାଦାନି ପଞ୍ଚାୟତର ଅନୀଲ ମାଝୀଙ୍କୁ ଖବରଦାତା ବୋଲି ସନ୍ଦେହ କରି ହତ୍ୟା କରିଥିଲେ ।
କେବଳ ସେତିକି ନୁହେଁ, କନ୍ଧମାଳ ଜିଲ୍ଲାରେ ମଧ୍ୟ ସେମାନେ ସକ୍ରିୟ ଥବା ଜଣାପଡିଛି । ଦାରିଙ୍ଗିବାଡି ବ୍ଲକର ବିଭିନ୍ନ ସ୍ଥାନରେ ଗଛ ପକାଇ ସେମାନେ ରାସ୍ତା ଅବରୋଧ କରିଥିଲେ ।
ପ୍ରମୁଖ ଖବର
ଇଡି ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ଗିରଫ
ରଥଯାତ୍ରାରେ ପୁରୀକୁ ଗଡିବ ୧୦୦୦ ବସ
ସିକ୍କିମରେ ଟୁରିଷ୍ଟ ବସ୍ ଦୁର୍ଘଟଣା: ଭାଜପା ନେତ୍ରୀ ନିଖୋଜ, ପୁଅ-ପୁତୁରା ସୁରକ୍ଷିତ
ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ପରଲୋକ
ଶପଥ ନେଲେ ସୁପ୍ରିମକୋର୍ଟର ୩ ନୂଆ ବିଚାରପତି