ଭୁବନେଶ୍ୱର: ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବାକୁ ସଜବାଜ ହେଉଛନ୍ତି ବିଜେଡିରୁ ବିଦା ହୋଇଥିବା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ । ତେବେ ପାରାଦୀପ ନୁହେଁ, ଏରସମା ବାଲିକୁଦା ନିର୍ବାଚନ ମଣ୍ଡଳୀ ଉପରେ ତାଙ୍କର ଆଖି ରହିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଦାମ ବାବୁଙ୍କୁ ଜିତାଇବା ଲାଗି କଂଗ୍ରେସ ପ୍ରାର୍ଥୀ ଦେଇନପାରେ । ବାମ ଦଳ ପକ୍ଷରୁ ମଧ୍ୟ ତାଙ୍କୁ ସମର୍ଥନ ମିଳିବା ଆଶଙ୍କାକୁ ଏଡାଇ ଦେଇ ହେବନାହିଁ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇଥିବା ଡାକ୍ତର ଦାମୋଦର ରାଉତ ଏମିତି ଢଙ୍ଗରେ ପୁଣି ଥରେ ବିଧାନସଭାରେ ପ୍ରବେଶ ପାଇଁ ରାସ୍ତା ଖୋଲୁଛନ୍ତି । ସ୍ଥାନୀୟ ଲୋକମାନେ ମଧ୍ୟ ତାଙ୍କୁ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେବା ଆରମ୍ଭ କରିଛନ୍ତି ।
ଏହାକୁ ନେଇ ସ୍ଥାନୀୟ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ଚିନ୍ତା ବଢିବାରେ ଲାଗିଛି । କାରଣ ଆଉ କିଛି ହେଉ କି ନ ହେଉ ବିଜେଡି ଭୋଟ ବିଭାଜନ ଏବଂ ତାଙ୍କ ପାଇଁ ଜିତିବା କଷ୍ଟକର ହୋଇପାରେ ।
ଏପଟେ ନିଜ ଘର ସଜାଡିବା ଭିତରେ ଦାମ ବାବୁ ରାଜ୍ୟ ରାଜନୀତିରେ ସରକାର ବିରୋଧୀରେ ଯେଉଁ ଆକ୍ରମଣାତ୍ମକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ, ତାହା ଧୀରେ ଧୀରେ ଦୁର୍ବଳ ହେବା ଆରମ୍ଭ କଲାଣି । ଜଣେ ପରେ ଜଣେ ନେତା ଦାମ ବାବୁଙ୍କ ଠାରୁ ଦୂରେଇବା ଆରମ୍ଭ କରିଛନ୍ତି ।
କିଛି ଦିନ ତଳେ ଦାମ ବାବୁ ନୂଆ ଦଳ ଗଠନ କଥା କହିଥିଲେ । ବିଜୁ ପରିବାରକୁ ଏକାଠି କରିବା ଲାଗ ସ୍ୱପ୍ନ ଦେଖାଇଥିଲେ । ହେଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକ, ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ପ୍ରମୁଖ ଦାମଙ୍କ ପ୍ରସ୍ତାବକୁ ଠୋ ଠା ଫାଙ୍କିଥିଲେ । କୁଜଙ୍ଗ ସମାବେଶରେ ଦେଖାଯାଇଥିଲା ଯେ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ ବି ତାଙ୍କ ସଭାକୁ ଗଲେ ନାହିଁ । ଆଉ ରବିବାର ବାରିପଦା ସଭାରୁ ସାମ୍ୱାଦିକ ରବି ଦାସ ଦୂରେଇ ଯାଇଛନ୍ତିଏବଂ ଶେଷ ମୁହୂୂର୍ତରେ ବୈଜୟନ୍ତ ପଣ୍ଡା ଗସ୍ତ ବାତିଲ୍ କରିଦେଇଛନ୍ତି । ଫଳରେ ଦାମ ବାବୁ ଯେ ଏକୁଟିଆ ହୋଇଗଲେଣି, ଏମିତି ଏକ ବାର୍ତା ଯାଉଛି ।
କେବଳ ସେତିକି ନୁହେଁ, ଦାମ ବାବୁ ଭ୍ରଷ୍ଟାଚାର ବିରୋଧରେ ସରକାରଙ୍କୁ ଟାର୍ଗେଟ କରୁଥିବା ବେଳେ ଜେଲ ଯାଇଥିବା ପୂର୍ବତନ ବିଧାୟକ ଯଜ୍ଞେଶ୍ୱର ବାବୁଙ୍କ ସହିତ ଗୋଟିଏ ମଞ୍ଚରେ ବସିବା ଘଟଣାକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି । ଆଜି ପୁଣି ବାରିପଦାରେ ବୈଜୟନ୍ତଙ୍କ ୮୦୦ କୋଟିର ବିଜୁଳି ବିଲ୍ ବାକି ଥିବା କଥା ଉଠାଇ ଜଣେ ଶ୍ରୋତା ତାଙ୍କ ଦୁର୍ନୀତି ବିରୋଧୀ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି ।
ରାଜନୈତିକ ମହଲର କହିବା କଥା ହେଉଛି, ଦାମ ବାବୁଙ୍କୁ କେହି ବିଶ୍ୱାସ କରିପାରୁନାହାନ୍ତି । କାରଣ ସେ ପଦବି ପାଇଁ ଶେଷ ଦିନ ବିି ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଥିଲେ । ମନ୍ତ୍ରୀ ପଦ ଯିବା ପରେ ସେ ଏବେ ତାଙ୍କ ବିରୋଧରେ ବିଷ ଓଗାଳୁଛନ୍ତି । ସେହିପରି ପୂର୍ବତନ ସାଂସଦ ପ୍ୟାରୀ ମୋହନ ମହାପାତ୍ରଙ୍କ ବିରୋଧରେ ସେ ଗର୍ଜୁଥିଲେ । ଏବେ ପ୍ୟାରୀଙ୍କ ସହଯୋଗୀଙ୍କୁ ଧରି ସାଙ୍ଗରେ ବୁଲୁଛନ୍ତି ।ତାଙ୍କର ଏଭଳି କାର୍ଯ୍ୟ ହିଁ ତାଙ୍କୁ ଧୀରେ ଧୀରେ ଅପ୍ରାସଙ୍ଗିକ କରି ଦେଉଛି ।
ପ୍ରମୁଖ ଖବର
ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ