ପୋଡା ଟ୍ରାନସଫର୍ମର, କାଢି ଫିଙ୍ଗିଦିଅ:ଶାହ
ଅପେକ୍ଷା କର, କିଏ ରହୁଛି, କିଏ ଯାଉଛି: ନବୀନ
ଭୁବନେଶ୍ୱର: ପୁରୀରେ ଜନଜାତି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଯୋଗଦେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ସରକାରଙ୍କୁ ଉପାଡି ଫିଙ୍ଗିଦେବା ଆହ୍ୱାନ ଦେଇଥିଲେ । ଏହାର କେଇ ମୁହୂର୍ତ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁହଁତୋଡ ଜବାବ ଦେଇ ସିଧା ସିଧା କହିଛନ୍ତି,୨୦୧୯ ନିର୍ବାଚନ ଫଳାଫଳକୁ ଅପେକ୍ଷା କର । କିଏ ଯାଉଛି, କିଏ ରହୁଛି ଜଣାପଡିବ ।
ଅମିତ ଶାହ-ନବୀନଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଆଜି ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି । ଶାହଙ୍କ ଶଦ୍ଦ ବାଣରେ ବିଜେପି ନେତା ଯେତିକି ଉତ୍ସାହିତ ହୋଇଥିଲେ, ଏବେ ନବୀନଙ୍କ ପ୍ରତିଜବାବରେ ବିଜେଡି ନେତାମାନେ ତା ଠାରୁ ଅଧିକ ଉଲ୍ଲସିତ ହୋଇଛନ୍ତି । ଏଥିସହିତ ପ୍ରାକ୍ ନିର୍ବାଚନୀ ବାତାବରଣ ଓଡ଼ିଶାରେ ସରଗରମ ହୋଇଛି ।
ଆଜି ପୁରୀ ସମାବେଶରେ ଯୋଗ ଦେଇ ଶ୍ରୀ ଶାହ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର କେତେ ସହାୟତା ଦେଇଛନ୍ତି, ତାହା ପଢି ଶୁଣାଇଥିଲେ । ଜବାବ ମାଗିଥିଲେ ରାଜ୍ୟ ସରକାରଙ୍କୁ । କେବଳ ସେତିକି ନୁହେଁ, ପୂର୍ବଭଳି ସରକାରଙ୍କୁ ଉପାଡି ଫିଙ୍ଗିଦେବା ଲାଗି ଆହ୍ୱାନ ଦେବା ସହିତ ଓଡିଶାରେ ବିଜେଡି କଂଗ୍ରେସର ବି ଟିମ୍ ଭଳି କାମ କରୁଛି ବୋଲି କହିଥିଲେ । ବିଜେଡିକୁ ପୋଡା ଟ୍ରାନସଫର୍ମର କହି ଏହାକୁ କାଢି ଫିଙ୍ଗିଦେବାକୁ ବି କର୍ମୀଙ୍କୁ ପ୍ରବର୍ତାଇଥିଲେ ।
ନବୀନ ଆଜି ସାମ୍ୱାଦିକଙ୍କ ସାମ୍ନାରେ ଏହାର ଦୃଢ ପ୍ରତିଜବାବ ଦେଇ କହିଛନ୍ତି ଯେ ଆଗାମୀ ନିର୍ବାଚନରେ ଜଣାପଡିବ, କିଏ ଯାଉଛି, କିଏ ରହୁଛି । ରାଜ୍ୟବାସୀ ନିଷ୍ପତ୍ତି ନେବେ କାହାକୁ ରଖିବେ ଓ କାହାକୁ ଫୋପାଡିବେ । ଏଥିପାଇଁ ୨୦୧୯ ନିର୍ବାଚନ ପର୍ଯ୍ୟନ୍ତ ଅପେକ୍ଷା କର ।
ଶାହଙ୍କୁ ଇଙ୍ଗିତ କରି ନବୀନ ଆହୁରି କହିଥିଲେ ଯେ ସେ ଯାହା ଚାହୁଁଛନ୍ତି, ତାଙ୍କୁ କହିବାକୁ ଦିଆଯାଉ । ଆମ ନିଜର ଏ ଟିମ୍ । ଉଭୟ ବିଜେପି ଓ କଂଗ୍ରେସ ଠାରୁ ସମଦୂରତା ରକ୍ଷା କରୁଛି । ରାଜ୍ୟବାସୀଙ୍କ ଉପରେ ମୋର ଦୃଢ ବିଶ୍ୱାସ ଅଛି ଯେ ଆଗାମୀ ନିର୍ବାଚନରେ ସେମାନେ ଆମକୁ ବହୁ ସଂଖ୍ୟାରେ ଜିତାଇବେ । ସେହିଭଳି ଶାହଙ୍କ ୧୨୦ ମିସନକୁ ସେ ବକଵାସ ବୋଲି କହି ଉଡାଇ ଦେଇଥିଲେ ।
ପ୍ରମୁଖ ଖବର
ଏକକ ଶିକ୍ଷକ ସ୍କୁଲରେ ତୁରନ୍ତ ନିଯୁକ୍ତ ହେବେ ଶିକ୍ଷକ
ଜାତୀୟ ହସ୍ତତନ୍ତ ଦିବସ: ଦୁଇ ଓଡ଼ିଆ ବୁଣାକାରଙ୍କୁ ଜାତୀୟ ସମ୍ମାନ
ରାଜପଥରୁ ହଟିବେ ଗୋରୁଗାଈ, ପ୍ରତି ୧୦୦ କିମିରେ ହେବ ଗୋଶାଳା
ରୁଷ ସହ ବାଣିଜ୍ୟ କଲେ ଲାଗିପାରେ ୧୦୦% ଶୁଳ୍କ
ଅଗଷ୍ଟ ୯ରୁ ୧୭ ଯାଏଁ ଘରେ ଘରେ ତ୍ରିରଙ୍ଗା ଅଭିଯାନ
ୟୁପିଆଇ ପେମେଣ୍ଟରେ ଲାଗିବନି ଶୁଳ୍କ, ସ୍ପଷ୍ଟ କଲେ ସରକାର
ଦିଲ୍ଲୀରେ ଅଗଷ୍ଟ ୯ରୁ ବିଜେପିର ସ୍ୱାଧୀନତା ଦିବସ ସପ୍ତାହ
ସେପ୍ଟେମ୍ବର ୧ରୁ ତାମିଲନାଡୁର ପ୍ରମୁଖ ମନ୍ଦିରରେ ମୋବାଇଲ ନିଷେଧ
ଷ୍ଟାର୍ଟଅପ୍ ପାଇଁ ୫ ସଂସ୍ଥା ସହ ସରକାରଙ୍କ ରଣନୀତିକ ବୁଝାମଣା
ଆଇଆଇଟି ଦିଲ୍ଲୀ ସମାବର୍ତ୍ତନରେ ‘ବିକଶିତ ଭାରତ’ ପାଇଁ ପ୍ରଧାନମନ୍ତୀ ଦେଲେ ବଡ଼ ବାର୍ତ୍ତା