ପ୍ରମୁଖ ଖବର

ଆଗାମୀ ୪୮ ଘଣ୍ଟା ପରେ ପୁଣି ବଢିବ ତାତି, ଏନେଇ ପାଣିପାଗ କେନ୍ଦ୍ର ଭୁବନେଶ୍ୱରର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି
୧୬ ତାରିଖରେ ଭୁବନେଶ୍ୱରରେ ମେଗା ରୋଡ୍ ସୋ କରିବେ ମୁଖ୍ୟମନ୍ତ୍ରୀ: ଗଙ୍ଗନଗର ଛକରୁ ବାହାରି ରୁପାଲି ଛକରେ ପହଁଚିବ ନବୀନଙ୍କ ବିଶାଳ ଯାତ୍ରା
ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ନାମାଙ୍କନ, ଆସନ୍ତାକାଲି ନାମାଙ୍କନ ଯାଞ୍ଚ ଓ ୧୭ ତାରିଖରେ ନାମାଙ୍କନ ପ୍ରତ୍ୟାହାର କରାଯାଇପାରିବ
ନାମାଙ୍କନ ଭରିଲେ ମୋଦୀ, ବାରାଣାସୀ ଆସନରୁ ତୃତୀୟ ଥର ପାଇଁ କଲେ ପ୍ରାର୍ଥୀପତ୍ର ଦାଖଲ
ବ୍ରହ୍ମପୁରର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣାରେ ଗିରଫ ହେଲେ ସ୍ୱାଧୀନ ପ୍ରାର୍ଥୀ ଶିବଶଙ୍କର ଦାସ
ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ସୁଶୀଲ ମୋଦିଙ୍କ ପରଲୋକ

ଧର୍ମେନ୍ଦ୍ର ନିରବ! ରାଜ୍ୟ ବିଜେପିରେ କିଛି ଗୋଟାଏ ହେବାକୁ ଯାଉଛି!!

0

ଭୁବନେଶ୍ବର: କିଏ ରାଜ୍ୟ ବିଜେପି ମଙ୍ଗ ସମ୍ଭାଳିବ? କାହା ମାର୍ଗ ଦର୍ଶନରେ ପଞ୍ଚାୟତ ନିର୍ବାଚନ ସାମ୍ନା କରିବ ଦଳ? କିଏ ନେତାଙ୍କୁ ଆବଶ୍ୟକ ଅର୍ଥ ଓ ସହଯୋଗ ପ୍ରଦାନ କରିବ?

ଏମିତି ଅନେକ ପ୍ରଶ୍ନକୁ ନେଇ ରାଜ୍ୟ ବିଜେପି ନେତାମାନଙ୍କ ମନରେ ଅଶାନ୍ତି ବଢିବାରେ ଲାଗିଲାଣି। ନିକଟରେ ରାଷ୍ଟ୍ରୀୟ ସ୍ବୟଂ ସେବକ ମୁଖ୍ୟ ମୋହନ ଭାଗବତଙ୍କ ସହିତ ଆସିଥିବା ଆର୍‌ଏସ୍ଏସ୍ ନେତା ଭି ଭଗାୟାଙ୍କ ନିକଟରେ ରାଜ୍ୟର କିଛି ନେତା ଏଭଳି ଅନେକ କଥା ଉଗାଳି ଦେଇଛନ୍ତି। ରାଜ୍ୟ ବିଜେପି ଭିତରର ଏହି ସ୍ଥିତି ଏବେ କେନ୍ଦ୍ରର ଶୀର୍ଷ ନେତାଙ୍କ ପାଖରେ ପହଞ୍ଚିଗଲାଣି।

ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ଖବର ଅନୁସାରେ, ଶନିବାର କେନ୍ଦ୍ରରେ କିଛି ଶୀର୍ଷ ନେତୃତ୍ବ ଓଡ଼ିଶାର ବିଜେପି ନେତାଙ୍କ ସଂପର୍କରେ ଆଲୋଚନା କରିଛନ୍ତି। କାହାକୁ ଦାୟିତ୍ବ ଦେଲେ ଦଳ ଆଗକୁ ଯିବ, ସେ ସଂପର୍କରେ ପ୍ରାରମ୍ଭିକ ଆଲୋଚନା ହୋଇଥିବା ଖବର ମିଳିଛି। କେବଳ ସେତିକି ନୁହେଁ, ଜଣେ କେନ୍ଦ୍ରୀୟ ନେତା ରାଜ୍ୟ ବିଜେପିର ଜଣେ ବରିଷ୍ଠ ନେତାଙ୍କ ସହିତ ଟେଲିଫୋନରେ ଆଲୋଚନା କରିଥିବା ଜଣାପଡିଛି। ସଂପୃକ୍ତ ନେତା ନିଜ ନାମ ଗୋପନ ସର୍ତ୍ତରେ ଏହି ସୂଚନା ଦେଇଛନ୍ତି। ସଙ୍କେତ ମିଳୁଛି, ରାଜ୍ୟ ବିଜେପିରେ ଆଗକୁ କିଛି ଘଟିପାରେ। ବିଶେଷକରି ଦଳର ୩୦ ପ୍ରତିଶତ ଭୋଟ କିଭଳି ସୁରକ୍ଷିତ ରହିବ, ସେ ସଂକ୍ରାନ୍ତରେ କେନ୍ଦ୍ରୀୟ ନେତୃତ୍ବ ଚିନ୍ତାରେ ଅଛନ୍ତି ଓ ଖୁବ୍ ଶୀଘ୍ର ରାସ୍ତା ବାହାର କରିବେ ବୋଲି ଖବର ଆସୁଛି।

୨୦୦୯ ନିର୍ବାଚନ ପୂର୍ବରୁ ବିଜେଡି-ବିଜେପି ମେଣ୍ଟ ଭାଙ୍ଗିଗଲା ପରେ ଦିଶାହୀନ ହୋଇଯାଇଥିଲା ଦଳ। ନେତୃତ୍ବ ପାଖରେ ସେଭଳି କୌଣସି ଠୋସ୍ କାର୍ଯ୍ୟକ୍ରମ ନଥିଲା। ପରବର୍ତ୍ତୀ ସମୟରେ ବିଜେପି ନେତା ବିଜୟ ମହାପାତ୍ର ଆଗକୁ ଆସି ବିଜେଡି ଶିବିରରେ କମ୍ପନ ସୃଷ୍ଟି କରିଥିଲେ। ହେଲେ ଏହା ଆଭ୍ୟନ୍ତରୀଣ ରାଜନୀତି କାରଣରୁ ବେଶୀ ଦିନ ତିଷ୍ଠି ପାରିଲା ନାହିଁ। ୨୦୧୪ ନିର୍ବାଚନ ପରେ ରାଜ୍ୟ ବିଜେପିକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୋଟିଏ ନୂଆ ଦିଶା ଦେଲେ। କେନ୍ଦ୍ରରେ ଗୁରୁତ୍ବପୂର୍ଣ୍ଣ ପେଟ୍ରୋଲିୟମ୍ ମନ୍ତ୍ରୀ ଦାୟିତ୍ବ ମିଳିବା ପରେ ଓଡ଼ିଶାରେ ସମ୍ପୂର୍ଣ୍ଣ ଶକ୍ତି ପ୍ରୟୋଗ କଲେ ଧର୍ମେନ୍ଦ୍ର। ଏହା ରାଜ୍ୟ ସରକାରଙ୍କୁ ଅନେକ ଅଡୁଆ ଭିତରେ ବାନ୍ଧି ଦେଇଥିଲା।

୨୦୧୬ ଅର୍ଥାତ୍ ଗତ ପଞ୍ଚାୟତ ନିର୍ବାଚନ ଅବ୍ୟବହିତ ପୂର୍ବରୁ ରାଜ୍ୟରେ ବିଜେପି ଏଭଳି ଗୋଟିଏ ପରିସ୍ଥିତି ସୃଷ୍ଟି କରିଦେଲା, ଯେଉଁଥିରେ କଂଗ୍ରେସର ପତିଆରା ଯଥେଷ୍ଟ ଖସିଗଲା। ୨୦୧୭ ନିର୍ବାଚନରେ ବିଜେଡି ପୂର୍ବ ତୁଳନାରେ ଖରାପ ପ୍ରଦର୍ଶନ କଲା ଏବଂ ବିଜେପି ଦୁଇ ନମ୍ବର ସ୍ଥାନକୁ ଉନ୍ନୀତ ହେଲା। ତତ୍କାଳୀନ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ମିସନ ୧୨୦ ନାରା ଦେଇ ଓଡ଼ିଶାରେ ଗର୍ଜନ ତର୍ଜନ କରିଥିଲେ। ହେଲେ ବିଜେଡିର ସୁକ୍ଷ୍ମ ରଣନୀତି ସାମ୍ନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମାେଦୀଙ୍କ ଲୋକପ୍ରିୟତା ଏବଂ ବିଜେପି ଚାଣକ୍ୟ ଶ୍ରୀ ଶାହଙ୍କ ହିସାବ ଭୁଲ୍ ହୋଇଗଲା।

୨୦୧୯ ନିର୍ବାଚନ ପରେ କେନ୍ଦ୍ର ରାଜନୀତିରେ ଭାରସାମ୍ୟ ରକ୍ଷା କରିବାକୁ ଯାଇ ବିଜେଡି-ବିଜେପି ସଂପର୍କରେ ଅନେକ ସୁଧାର ଆସିଛି। ଏପରିକି ବିଜେପି-ବିଜେଡି ଏକାଠି ମିଶି ଅଶ୍ବିନୀ ବୈଷ୍ଣବଙ୍କୁ ରାଜ୍ୟସଭାକୁ ଜିତାଇଛନ୍ତି। ହେଲେ ପରିବର୍ତ୍ତିତ ଏହି ରଣନୀତି ପାଇଁ ଅନେକ ଧର୍ମେନ୍ଦ୍ରଙ୍କୁ ହିଁ କେବଳ ଦାୟୀ କରିଛନ୍ତି ଓ ରାଜ୍ୟ ବିଜେପିରେ ଧର୍ମେନ୍ଦ୍ରଙ୍କ ବିରୋଧରେ ଗୋଟିଏ ଗୋଷ୍ଠୀ ଧୀରେ ଧୀରେ ମୁଣ୍ଡ ଟେକିଛନ୍ତି।

ରାଜ୍ୟ ବିଜେପିରେ ଗୋଷ୍ଠୀବାଦ ବଢିବା, ଏତେ ସବୁ କରିବା ପରେ ବି ଧର୍ମେନ୍ଦ୍ରଙ୍କୁ ପୂରା ବିଜେପି ସହଯୋଗ ନ କରିବା ଏବେ ଦଳ ଶୃଙ୍ଖଳାରେ ଗୋଟିଏ ପରିବର୍ତ୍ତନ ଆଣିଦେଇଛି। କୌଣସି ନା କୌଣସି କାରଣରୁ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଏବେ ନିରବ। ଆଗଭଳି ରାଜ୍ୟ ସଂଗଠନରେ ଆଉ ସକ୍ରିୟତା ଦେଖାଉନାହାନ୍ତି। ରାଜ୍ୟ ବିଜେପିର ଜଣେ ନେତା କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଜଣାଇ ସାରିଲେଣି ଯେ ଏବେ ରାଜ୍ୟ କଥା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା, ବି ଏଲ୍ ସନ୍ତୋଷ ଏବଂ ଓଡ଼ିଶାର ପ୍ରଭାରୀ ପୁରନ୍ଦେଶ୍ବରୀ ହିଁ ବୁଝିବେ। ଧର୍ମେନ୍ଦ୍ରଙ୍କର ଏତିକି ସଙ୍କେତ ପରେ ରାଜ୍ୟ ବିଜେପି ଶିବିରରେ ମିଶ୍ର ପ୍ରତିକ୍ରିୟା ଦେଖାଦେଇଛି। ଗୋଟିଏ ଗୋଷ୍ଠୀ ଉତ୍ସାହିତ ହୋଇଥିବା ବେଳେ ଅନ୍ୟ ଗୋଟିଏ ବଡ ଗୋଷ୍ଠୀ ଦଳର ଭବିଷ୍ୟତ ନେଇ ସନ୍ଦିହାନ୍ ହୋଇପଡିଛନ୍ତି।

ମିଳିଥିବା ଖବର ଅନୁସାରେ, ନିକଟରେ ସାଂସଦ ସୁରେଶ ପୂଜାରୀ, ଜୁଏଲ ଓରାମ, ପ୍ରତାପ ଷଡଙ୍ଗୀ, ଅପରାଜିତା ଷଡଙ୍ଗୀ ଏବଂ ବିଜେପି ନେତା ବିଜୟ ମହାପାତ୍ର ଓ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଗୋଟିଏ ଡିନରରେ ଏକାଠି ହୋଇଥିଲେ। ଏହା ସେହିଦିନ ଘଟିଥିଲା, ଯେଉଁଦିନ ଶ୍ରୀ ଭଗାୟାଙ୍କ ସହିତ ଦଳର କିଛି ସାଂସଦ ଆଲୋଚନା କରିଥିଲେ। ଆହୁରି ଗୁରୁତ୍ବପୂର୍ଣ୍ଣ ହେଲା, ଏହ ଛଅ ନେତା ଏକାଠି ହେବା ପୂର୍ବରୁ ସେଠାରେ ରାଜ୍ୟ ସଂଗଠନର କିଛି ନେତା ବି ଭିନ୍ନ କାରଣରୁ ଯୋଡି ହୋଇଥିଲେ।

ଶ୍ରୀ ଭଗାୟା ଆଲୋଚନା ଛଳରେ ଦୁଇଟି ବଡ ଅସନ୍ତୋଷ ରାଜ୍ୟ ନେତାଙ୍କ ପାଖରେ ଝାଡି ଦେଇଛନ୍ତି। ଓଡ଼ିଶାରେ ପଶ୍ଚିମବଙ୍ଗ ସ୍ଥିତି ହେବା ଉଚିତ୍ ନୁହେଁ ବୋଲି ସେ ଜଣାଇ ଦେଇଛନ୍ତି। କେବଳ ସେତିକି ନୁହେଁ, ରାଜ୍ୟ ୟୁନିଟ୍ ଠିକ୍ ଠାକ୍ ଚାଲୁନାହିଁ, ଏକଥା ବି ସେ କହିବାକୁ ଭୁଲିନାହାନ୍ତି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଓଡ଼ିଶାରେ ଏବେ ଜଣେ ଦକ୍ଷ ନେତୃତ୍ବ ସନ୍ଧାନରେ କେନ୍ଦ୍ର ବିଜେପି ରହିଛି। ଏକଥା ଜଣେ ସାଂସଦ କହିଛନ୍ତି।

Leave A Reply

Your email address will not be published.