ପ୍ରମୁଖ ଖବର

ଏକକ ଶିକ୍ଷକ ସ୍କୁଲରେ ତୁରନ୍ତ ନିଯୁକ୍ତ ହେବେ ଶିକ୍ଷକ
ଜାତୀୟ ହସ୍ତତନ୍ତ ଦିବସ: ଦୁଇ ଓଡ଼ିଆ ବୁଣାକାରଙ୍କୁ ଜାତୀୟ ସମ୍ମାନ
ରାଜପଥରୁ ହଟିବେ ଗୋରୁଗାଈ, ପ୍ରତି ୧୦୦ କିମିରେ ହେବ ଗୋଶାଳା
ରୁଷ ସହ ବାଣିଜ୍ୟ କଲେ ଲାଗିପାରେ ୧୦୦% ଶୁଳ୍କ
ଅଗଷ୍ଟ ୯ରୁ ୧୭ ଯାଏଁ ଘରେ ଘରେ ତ୍ରିରଙ୍ଗା ଅଭିଯାନ
ୟୁପିଆଇ ପେମେଣ୍ଟରେ ଲାଗିବନି ଶୁଳ୍କ, ସ୍ପଷ୍ଟ କଲେ ସରକାର
ଦିଲ୍ଲୀରେ ଅଗଷ୍ଟ ୯ରୁ ବିଜେପିର ସ୍ୱାଧୀନତା ଦିବସ ସପ୍ତାହ
ସେପ୍ଟେମ୍ବର ୧ରୁ ତାମିଲନାଡୁର ପ୍ରମୁଖ ମନ୍ଦିରରେ ମୋବାଇଲ ନିଷେଧ
ଷ୍ଟାର୍ଟଅପ୍‌ ପାଇଁ ୫ ସଂସ୍ଥା ସହ ସରକାରଙ୍କ ରଣନୀତିକ ବୁଝାମଣା
ଆଇଆଇଟି ଦିଲ୍ଲୀ ସମାବର୍ତ୍ତନରେ ‘ବିକଶିତ ଭାରତ’ ପାଇଁ ପ୍ରଧାନମନ୍ତୀ ଦେଲେ ବଡ଼ ବାର୍ତ୍ତା

ପୁଣି ବଢିଲା ସିଏନଜି ଦର

0

ମହଙ୍ଗା ମାଡ଼ରୁ ମିଳୁନି ନିସ୍ତାର । ପେଟ୍ରୋଲ, ଡିଜେଲ ସହିତ ସିଏନଜି ଦର ବଢିବାରେ ଲାଗିଛି । ଆଜି ସିଏନଜିର ଦର ପ୍ରତି କିଲୋ ପିଛା ୨ଟଙ୍କା ୫୦ ପଇସା ବଢିଛି । ଗୋଟିଏ ସପ୍ତାହରେ ଏବେ ଯାଏଁ ସିଏନଜିରେ ୯ ଟଙ୍କା ୧୦ ପଇସା ବୃଦ୍ଧି ହେଲାଣି । ତେବେ ପେଟ୍ରୋଲ ଓ ଡିଜେଲ ଦରରୁ ଗୁରୁବାର ଆଶ୍ୱସ୍ତି ମିଳିଛି । ସରକାର ତୈଳ କମ୍ପାନୀ ପେଟ୍ରୋଲ ଓ ଡିଜେଲ ଦର ଆଜି କୌଣସି ବୃଦ୍ଧି କରିନାହାନ୍ତି । ଗତ ୧୭ ଦିନରେ ପେଟ୍ରୋଲ ଲିଟର ପିଛା ୧୦ ଟଙ୍କା ମହଙ୍ଗା ହୋଇଛି ।କିଛି ଦିନ ଯାଏଁ ୮୦ ପଇସା ପ୍ରତି ଲିଟର ବୃଦ୍ଧି କରାଯାଇଛି ।

ଗତ କିଛି ଦିନ ତଳେ ସିଏନଜି ଦାମ ଅଢେଇ ଟଙ୍କା ପ୍ରତି କିଲୋ ବୃଦ୍ଧି ହୋଇଥିଲା । ଆଜି ଅଢେଇ ଟଙ୍କା ବୃଦ୍ଧି ପରେ ଦିଲ୍ଲୀରେ ସିଏନଜି ଦାମ ପ୍ରତି କିଲୋ ୬୯ ଟଙ୍କା ୧୧ ପଇସା ହୋଇଛି । ତେବେ ନୋଏଡା,ଗ୍ରେଟର ନୋଏଡା ଓ ଗାଜିଆବାଦରେ ୭୧ ଟଙ୍କା ୬୭ ପଇସା ପ୍ରତି କିଲୋରେ ବିକ୍ରି ହେଉଛି । ୟୁପି, ମୁଜାଫରନଗର,ମେରଠ ଓ ସାମଲିରେ ୭୬ ଟଙ୍କା ୩୪ ପଇସାରେ ସିଏନଜି ବିକ୍ରି ହେଉଛି । ଗୁରୁଗ୍ରାମରେ ସିଏନଜି ଦାମ ପ୍ରତି କିଲୋ ୭୭ ଟଙ୍କା ୪୪ ପଇସାରେ ପହଞ୍ଚିଛି । ସେହିପରି ରେବାଡିରେ ୭୯ ଟଙ୍କା୫୭ ପଇସାରେ ସିଏନଜି ମିଳୁଛି ।

Leave A Reply

Your email address will not be published.