ଭୁବନେଶ୍ୱର: ଚାଷୀମାଙ୍କ ସହିତ ଆଲୋଚନା କରିବା ଲାଗି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ ହୋଇଥିଲା । ନିର୍ବାଚନକୁ ଦେଖି ମୁଣ୍ଡଟେକୁଥିବା ଅସନ୍ତୁଷ୍ଟ ସଂଗଠନଙ୍କୁ ବୁଝାଇବା ସହିତ ସେମାନଙ୍କ ସମସ୍ୟାର ସମାଧାନ ଲାଗି ଆଜି ରାଜ୍ୟ ସରକାର ଆଉ ଏକ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛନ୍ତି । ଏହି କମିଟି ଦାୟିତ୍ୱରେ ମଧ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣଙ୍କୁ ରଖାଯାଇଛି । ତାଙ୍କ ସହିତ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ନୃସିଂହ ସାହୁ ଓ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ସାମଲ ଏହି କମିଟିରେ ସଦସ୍ୟ ଅଛନ୍ତି ।
ନିର୍ବାଚନ ଆଗରୁ ଏବେ ସରକାରୀ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଚିଟ୍ଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କ ପର୍ଯ୍ୟନ୍ତ ଶତାଧିକ ସଂଗଠନ ଆନ୍ଦୋଳନ ପାଇଁ ସଜବାଜ ଆରମ୍ଭ କରିଦେଲେଣି । ବିଧାନସଭା ଆସନ୍ତା ୪ ତାରିଖରେ ଆରମ୍ଭ ହେଉଥିବା ପରିପ୍ରେକ୍ଷୀରେ ଏମାନଙ୍କ ଜିଦ ବଢିପାରେ । ନିର୍ବାଚନ ବେଳେ ଏମାନେ ସରକାରଙ୍କୁ ଅକଳରେ ପକାଇ ପାରନ୍ତି । ଏହାକୁ ଦୃଷ୍ଟିରେ ଏସବୁ ସଂଗଠନ ସହ ତୁରନ୍ତ ଆଲୋଚନା କରି ସମାଧାନ ରାସ୍ତା କାଢିବା ଲାଗି ଏହି କମିଟି ଗଠନ ହୋଇଥିବା କୁହାଯାଉଛି । ଏଠାରେ ପ୍ରକାଶଥାଉକି, ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ୱୟ ସମିତି ମଧ୍ୟ ଦୁଇ ଦିନ ତଳେ ଗୃହ ବିଭାଗ ବିରୋଧରେ ଅସନ୍ତୋଷ ଝାଡିଥିଲା ।
ପ୍ରମୁଖ ଖବର
କୁଆଖାଇରେ ଭାସିଯାଇଥିବା ୨ ଯୁବକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର, ଅନ୍ୟ ନିଖୋଜ
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍କୁ ମିଳିଲା ଗୁରୁତ୍ୱ
୧୨ରେ ବଙ୍ଗୋପସାଗରରେ ନୂଆ ଘୂର୍ଣ୍ଣିବଳୟ, ଉତ୍ତର-ଉପକୂଳ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ
ଆଇଟି ନିୟମ ହେବ ଅଧିକ କଡ଼ା: ୩ ଘଣ୍ଟାରେ ହଟିବ ବେଆଇନ ଏଆଇ ବିଷୟବସ୍ତୁ
ବ୍ୟାଙ୍କକ ସ୍କୁଲରେ ଗୁଳିକାଣ୍ଡ: ୭ ମୃତ, ୨୦ ଛାତ୍ର ଆହତ
୫୮.୩୬ ଲକ୍ଷ ଭୋଟରଙ୍କୁ ନୋଟିସ୍, ୧୨,୫୭୨ ଅଯୋଗ୍ୟ ଘୋଷିତ